ପରିସ୍ଥିତିର ଚକ୍ରବ୍ୟୁହରେ ବାଟବଣା ମଣିଷଟିଏ...

ସମୟ ବଡ଼ ବଳବାନ,.… କେତେବେଳେ ଏହି ସମୟ କାହାର ପରିସ୍ଥିତିକୁ ବଦଳାଇ ଦେବ ତାହା କିଛି କହି ହେବ ନାହିଁ । କିଛିକାଂଶରେ ଏହି ପରିସ୍ଥିତିକୁ ସ୍ଵଂୟ ହିଁ ମଣିଷ ବଦଳାଇ ଦେଇଥାଏ । ସେହି ପରିସ୍ଥିତି ପୁଣି ନେଇ ଆସେ ଏହାରି ଜୀବନରେ ଏକ ବଡ଼ ବତାସ। ଯେଉଁଥିରୁ କି ସେ ମୁକୁଳି ପାରେ ନା କି କାହାକୁ ଜଣାଇ ପାରେ । ବିଶ୍ଵାସର ମଣିଷଟିଏ ବି ଦୂରେଇ ଯାଏ। କିଛି ସମୟ ପାଇଁ ଘୋଟି ଯାଏ ପୁରା ଅନ୍ଧକାର । ସେଥି କେହି କାହାକୁ ଆଉ ଦେଖି ହୁଏ ନାହିଁ କାହାର ଚେହେରାକୁ... କେବଳ ରହିଯାଏ ଖାଲି ଅନ୍ଧାର ଆଉ ଅନ୍ଧକାର । କେବଳ ସାଥ ଦିଏ ନିଜର କୋହଭରା ଲୋତକ ର ଧାର...

ନିରାଶ ହୋଇ ଖୋଜି ବୁଲୁଥାଏ ସେ... କେଉଁଠି ଟିକେ ବାଟ ମିଳିଯିବ । ହେଲେ ନଥାଏ କିଛି ବାଟ ଆଉ ଯେଉଁ ବାଟ ଦେଖା ଯାଏ ସେ ବାଟ ଥାଏ ଘୋର ଅନ୍ଧକାର କୁ... ପୁଣି ଧର୍ଯ୍ୟ ସହକାରେ ବାଟୋଇ ମାଡ଼ି ଚାଲେ ସମୟର ତାଳେ ତାଳେ ଅଜ୍ଞାତ ବାଟରେ । ଭାବୁଥାଏ ଓ ବିଶ୍ୱାସ ଥାଏ ମିଳିବ ନିଶ୍ଚୟ ମିଳିବ ଏକ ବାଟ... 

ଇତିହାସ ସାକ୍ଷୀ ପରିସ୍ଥିତି କାହାକୁ ବି ଛାଡ଼ିନି । ପ୍ରଭୁ ରାମଚନ୍ଦ୍ର ହୁଅନ୍ତୁ କି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପରିସ୍ଥିତି ପାଇଁ ହେବାକୁ ପଡ଼ିଛି ସମସ୍ତଙ୍କୁ ହଟ ହଟା...ସେ ଯାହାବି ହେଉ କାହିଁ ମନବଳ ଏବଂ ଆତ୍ମ ଶକ୍ତି ଦୃଢ଼ ରହିଲେ, ମନ ପବିତ୍ର ରହିଲେ ଏବଂ ସତ୍ ମାର୍ଗରେ ରହି ଈଶ୍ୱର ଙ୍କ ପ୍ରତି ଭକ୍ତି ରହିଲେ ନିଶ୍ଚୟ ସବୁକିଛି ଠିକ୍ ହୋଇ ମିଳି ଯିବ ସଠିକ୍ ବାଟ... 

ଜୟ ଜଗନ୍ନାଥ🙏🙏


ଗୋଟିଏ ମନର ବ୍ୟଥା ସହିତ ପଦେ ଲେଖାଟିଏ... 

ଇତି - ସତ୍ୟବ୍ରତ ପାଣିଗ୍ରାହୀ


ଲେଖାଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ ସେକ୍ସନରେ ଜଣାନ୍ତୁ

Comments

Post a Comment

Popular posts from this blog

ହୃଦୟର ମଣିଷଟିଏ

ସମୟର ଚକ୍ରବ୍ୟୁହ

ଚିରନ୍ତନ ଓ ପବିତ୍ର ବନ୍ଧୁତା

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

First aid - Recovery position

Govt comes up with stricter norms for social media, OTT platforms...

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ