Posts

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ କଟକ କଲେଜ ରେଡ୍ କ୍ରସ୍ ତରଫରୁ ନୁଅବଜାର ତିନିଘରିଆ ସ୍ଥିତ ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସେବା ଶିବିର

Image
ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ କଟକ କଲେଜ ରେଡ୍ କ୍ରସ୍ ତରଫରୁ ନୁଅବଜାର ତିନିଘରିଆ ସ୍ଥିତ ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଚିନ୍ମୟ ଦାସ, ରେଡକ୍ରସ୍ ଅଫିସର କୁମାର ପ୍ରଦୀପ୍ତ ମିଶ୍ର, ଅଧ୍ୟାପକ ମଣ୍ଡୁ ଜେନା, ଅଧ୍ୟାପକ ଡ. ଦେବେନ୍ଦ୍ର କୁମାର ଓଝା ଓ ଆର୍‌ଆର୍‌ସି ସଂଯୋଜିକା ଇନ୍ଦିରା ପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖଙ୍କ ତତ୍ତ୍ୱବଧାନରେ ଆୟୋଜିତ ଏହି ସାମାଜିକ ସେବା ଶିବିରରେ ରେଡ୍ କ୍ରସ୍ ୟୁନିଟ୍ ସଦସ୍ୟ ମାନେ ଦର୍ଶନାର୍ଥୀ ମାନଙ୍କୁ ଦହି ଓ ପାନୀୟ ଜଳ ବଣ୍ଟନ, ବରିଷ୍ଠ ନାଗରିକଙ୍କୁ ଦର୍ଶନରେ ସହାୟତା ସମେତ ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟ ସମ୍ପନ୍ନ କରିଥିଲେ ।      ରେଡକ୍ରସ୍ ଅଫିସର୍ କୁମାର ପ୍ରଦୀପ୍ତ ମିଶ୍ର ଙ୍କ କହିବା ଅନୁ ଯାଇ ଯେତେବେଳେ କିଛି ବ୍ରତ କିଛି ପର୍ବ ଅନୁଷ୍ଠିତ ହୁଏ ସେତେବେଳେ ମନ୍ଦିର ପ୍ରାଙ୍ଗଣରେ ଗହଳି ବଢିବା ସହ ବରିଷ୍ଠ ନାଗରିକଙ୍କ ପାଇଁ କିଛି ସମସ୍ୟା ସୃଷ୍ଟିହୁଏ । ଗହଳି ସମସ୍ୟା, ଜଳ ସମସ୍ୟା ଏବଂ ସ୍ବଚ୍ଛତା ସମ୍ବୋଧିତ କିଛି ସମସ୍ୟା ସୃଷ୍ଟି ହୁଏ । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଏହି ଶିବିର ଟି ଅନୁଷ୍ଠିତ ହୋଇଥଲା । ଏବଂ ସମସ୍ତ ସ୍ବେଚ୍ଛାସେବୀ ଏହାକୁ ନିଜ କର୍ତ୍ତବ୍ୟ ଭାବି ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହା ସହ ବରିଷ୍ଠ ...

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

Image
ଯୁଗ ବଦଳୁଛି, ସମୟ ବଦଳୁଛି ତାହା ସହ ତାଳ ଦେଇ ମନୁଷ୍ୟ ମଧ୍ୟ ବଦଳି ଚାଲିଛି । ନିଜର ନିରାଧାର ଆବଶ୍ୟକତାକୁ ପୂରଣ କରିବା ଲାଗି ସବୁଜ ସୁନ୍ଦର ପୃଥିବୀକୁ କ୍ଷୟ କରିବାରେ ଲାଗିଛି, ତାହା ବଦଳରେ କଂକ୍ରିଟ ର ବଡ଼ ବଡ଼ ଅଟ୍ଟାଳିକା ସୃଷ୍ଟି କରୁଛି । ଯାହା ଫଳରେ ପ୍ରକୃତିର ସବୁଜିମା ଘେରା ପୃଥିବୀ ଆଜି ଧୀରେ ଧୀରେ ଅଟ୍ଟାଳିକାର ସହରରେ ପରିଣତ ହେବାରେ ଲାଗିଛି। ମଣିଷ ନିଜର ସୁଖ-ସୁବିଧା ଓ ବିକାଶ ପାଇଁ ଗଛଲତା କାଟି ସେଠାରେ ସିମେଣ୍ଟ, ବାଲି ଓ ଲୁହାର ବଡ଼ ବଡ଼ ଅଟ୍ଟାଳିକା ଠିଆ କରୁଛି। ପ୍ରତିଦିନ ସରକାରୀ ଏବଂ ବେସରକାରୀ ସ୍ତରରେ ସହ ସହ ବୃକ୍ଷ ଛେଦନ ଚାଲୁଅଛି । ଲାଗୁଛି ସତେ ଯେମିତି କିଛି ବର୍ଷ ଭିତରେ ସବୁଜ ଜଙ୍ଗଲର ସମ୍ପୂର୍ଣ୍ଣ ବିନାଶ ଘଟିବ । ତାହା ବଦଳରେ ଗଢ଼ି ଉଠିବ ଏକ ବଡ଼ କଂକ୍ରିଟ ଜଙ୍ଗଲ ।     ଏକ ସୁସ୍ଥ ଏବଂ ନିରୋଗି ପରିବେଶ ପରିସଂସ୍ଥାନ ଗଠନ ପାଇଁ ଗଛ-ଲତା, ନଦୀ-ନାଳ, ପାହାଡ଼-ପର୍ବତ ରହିବା ନିହାତି ଦରକାର । କିନ୍ତୁ ରାସ୍ତା ଘାଟ, କୋଠା ବାଡି, କଳକାରଖାନା, ବଡ଼ ବଡ଼ ସପିଙ୍ଗ ମହଲ କରିବାକୁ ଯାଇ ଆଜିର ଏ ଶିକ୍ଷିତ ସମାଜ ପ୍ରାକୃତିକ ପରିବେଶକୁ ଧ୍ଵଂସ କରିବାରେ ଚାଲିଛି । ଶିକ୍ଷିତ ସମାଜ ଜାଣିବା ର ଆବଶ୍ୟକତା ଅଛି ଯେ ଯଦି ସବୁଜ ପରିବେଶ ଧ୍ଵଂସ ହେଇ ଯିବ ତେବେ ସମ୍ପୂର୍ଣ୍ଣ ଜୀବ ସମାଜ ବିପଦଗାମି ହେବ ।      ଏମିତି ଏକ ଦିନ ଆସିବ ଯେଉଁଠି କି ସମସ୍ତଙ୍କ ପ...

ହୃଦୟର ମଣିଷଟିଏ

Image
ଥରେ ଚିନ୍ତା କରି ଦେଖନ୍ତୁ, ଆମେ ସବୁବେଳେ ଖୋଜିଥାଉ ଜଣେ ଏଭଳି ଏକ ମଣିଷ ଟେ ଯିଏ କି ସଭିଙ୍କ ଠୁ ହୋଇଥିବ କିଛି ନିଆରା, ଏମିତି ଜଣେ ବ୍ୟକ୍ତି ବିଶେଷ ଯେ ଲାଗୁଥିବ ନିଜ ଆତ୍ମୀୟ ଭଳି, ଯେ କି ସବୁ ସମୟରେ ଭଲ ମନ୍ଦ ବୁଝିପାରୁଥିବ, ଯାହାର ସ୍ପର୍ଶ ମାତ୍ରକେ ସବୁ କିଛି ଭୁଲି ଯିବାକୁ ହୃଦୟ କହୁଥିବ, ଏଭଳି ଜଣେ ଭଲ ଲାଗୁଥିବା ମଣିଷ ଟିଏ ! ଏଭଳି ଜଣେ ମଣିଷଟିଏ ଖୋଜି ବୁଲୁ ବୁଲୁ ଲାଗିଯାଏ ଜଣଙ୍କ ପ୍ରତି ଏ ନିଷ୍ଠୁର ମନ ଟେ । ଏବଂ ପ୍ରସ୍ପୁଟିତ ହୁଏ ଅଜସ୍ର ଭଲ ପାଇବା । କିନ୍ତୁ ଆଜିର ଏହି ସ୍ବାର୍ଥ ପର ଦୁନିଆ ରେ ସ୍ବାର୍ଥ ସ୍ୱରୂପ ବିରାଟ ବିରାଟ ଅଳିଆ ଗଦା ର ପାହାଡ଼ ଭିତରୁ ଜଣେ ଏମିତି କା ମୋତି କୁ ଖୋଜିବା ସହଜ ନ ଥାଏ । ଏହି ସ୍ୱାର୍ଥର ପାହାଡ଼ ଭିତ ରେ ଭଲ ର ମୁଖା ପିନ୍ଧା ସୈତାନ୍ ଙ୍କ ଭିତରୁ ଏମିତି ଏକ ମଣିଷ ଟିକୁ ଖୋଜିବା ହୋଇଥାଏ ଅନେକ ଦିନ ଆଉ ଅନେକ ସମୟ । ଆଉ ହଠାତ୍ ଦିନେ ମିଳି ଯାଏ ଏମିତି ଏକ ଭଲ ଲାଗୁଥିବା ମଣିଷ । କିନ୍ତୁ ସ୍ବପ୍ନ ରେ ହିଁ ରହିଯାଏ ସେଇ ମଣିଷ ଟିଏ। କିଛି କହିବାକୁ ଲାଗୁଥାଏ ଡର। କାଳେ କିଛି କହିଲେ ହୋଇଯିବ କି ଦୂର । ମନରେ ରହି ଯାଏ ଅନେକ ସଂଶୟ। କଥା ତ ହୁଏ ହେଲେ ମଧ୍ୟ ଲାଗୁଥାଏ ଭୟ, କାଳେ ହୋଇ ଯିବ କି ସେ ଦୂର । ଖାଲି ଆଶା ଥାଏ ପାଇବାର, ଅପେକ୍ଷା ରେ ରହିଯାଏ ସମୟର ।

ମଶା କାନପାଖରେ କରୁଥିବା ଶବ୍ଦର ରହସ୍ୟ - ଗୋଟିଏ ଲୋକକଥା

Image
ଗୋଟିଏ କାହାଣୀ ଅବା ଲୋକକଥା ରହିଛି। ବିଲେଇ, ମୂଷା ଓ ମଶା ତିନିଜଣ ଏକାଠି ହୋଇ ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟରେ ଲାଭ କ୍ଷତି ତ ଲାଗିଛି କାଳକ୍ରମେ ବ୍ୟବସାୟ ଡାଉନ୍ ହୋଇଗଲା। ତିନିଜଣଙ୍କ ଭିତରେ ଭାଗ ବଣ୍ଟା ମଧ୍ଯ ସରିଗଲା। ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମଧ୍ଯ ବିକ୍ରୀବଟା ହୋଇଗଲା ବଳକା ରହିଗଲା  କର୍ପୁର । ସେ ମଧ୍ୟ ତିନି ଭାଗ ହୋଇଗଲା। ବିଲେଇ ତା କର୍ପୁର ଖାଇ ଦେଲା। ମୂଷା ଗାତଖୋଳି ମାଟି ତଳେ ପୋତିଦେଲା। ଆଉ ମଶାର କର୍ପୁର ଡ଼ୋରି ହୋଇଗଲା। ସେହି କାଳରୁ ବିଲେଇ ଝାଡ଼ା ଫେରି ଆଗ ଶୁଙ୍ଘି ଦେଉଛି, କାଳେ କର୍ପୁର ବାହାରିଲା କି, ପୁଣି ବାଲି ମାଟି ଘୋଡ଼େଇ ଦେଉଛି। ମୂଷା ଗାତ ଖୋଳି ଚାଲିଛି, କେଉଁଠି ପୋତି ଥୂଲା ମନେ ପଡ଼ୁନାହିଁ, ଲଗାତାର ଖୋଳି ଖୋଳି ଚାଲିଛି କାଳେ କେଉଁଠି କର୍ପୁର ମିଳି ଯାଇପାରେ। ମଶା ସେହିଦିନରୁ ଆଗ କାନରେ ପଚାରୁଛି ମୋ କର୍ପୁର ନେଇଛ ? ଉତ୍ତର ତ ମିଳିନାହିଁ ଏ ଯାବତ, ଏଣୁ ସେ କାମୁଡ଼ୁଛି। ଏହାହିଁ ମଶାର କାନପାଖରେ କରୁଥିବା ଶବ୍ଦର ରହସ୍ୟ। ଆପଣଙ୍କୁ ଲେଖାଟି କେମିତି ଲାଗିଲା କମେଣ୍ଟ bux ରେ ନିଶ୍ଚୟ ଜାଣନ୍ତୁ ଇତି - ସତ୍ୟବ୍ରତ ପାଣିଗ୍ରାହୀ 

ଚିରନ୍ତନ ଓ ପବିତ୍ର ବନ୍ଧୁତା

Image
ଭଲ ବନ୍ଧୁଟିଏ ପାଇବା ମୋଟେ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଅନେକ ବନ୍ଧୁ ଆଗେଇ ଆସନ୍ତି । ଦୃଢ ମନୋବଳ, ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ଓ ପବିତ୍ର । କିନ୍ତୁ ବର୍ତ୍ତମାନର ସମୟରେ କେବଳ ଆଉ କେବଳ ସ୍ବାର୍ଥ ହିଁ ବାସ୍ତବ ବନ୍ଧୁତାକୁ ଦୂରେଇ ଦେଉଛି ।   ଏବେ କା ସମୟରେ ଅନେକ ପ୍ରକାରର ବନ୍ଧୁ ବା ସାଙ୍ଗ ମିଳିବେ । ଯେମିତି କି,- ରକ୍ତ ସମ୍ପର୍କ ବନ୍ଧୁ । ଯେଉଁମାନେ କି ନିଜର ସମ୍ପର୍କୀୟ ହୋଇଥାଆନ୍ତି । ଦ୍ଵିତୀୟ ସ୍କୁଲ କିମ୍ବା କଲେଜ ର କିଛି ବନ୍ଧୁ । ଯେଉଁମାନେ ସାଧାଣତଃ ପିଲାବେଳ ର ବନ୍ଧୁ ସାଜିଥାଆନ୍ତି । ଏମାନେ କେବଳ ନିର୍ଦ୍ଧିଷ୍ଟ ସମୟ ପାଇଁ ଉଦ୍ଧିଷ୍ଟ ଥାଆନ୍ତି। ଏହା ପରେ ନିଜ ନିଜର ଭବିଷ୍ୟ ଗଠନ ପାଇଁ ପରବର୍ତ୍ତୀ ସମୟରେ ନିଜ ନିଜ ବାଟ ବାଛି ନେଇ ଥାଆନ୍ତି । ଏହା ପରେ ପୁନର୍ବାର ବନ୍ଧୁତା ହୁଏ ନିଜର କର୍ମ କ୍ଷେତ୍ର ରେ ଯେଉଁ ମାନେ କି ନିଜର କର୍ମକ୍ଷେତ୍ର ରେ ବନ୍ଧୁତା ସୃଷ୍ଟି ହୋଇଥାଏ । ଏହି ଭଳି ଜୀବନର ଅନେକ ସମୟରେ ଅନେକ ପ୍ରକାରରେ ବନ୍ଧୁତା ସୃଷ୍ଟି ହୋଇଥାଏ । କିନ୍ତୁ ଏହା ଭିତରୁ ମାତ୍ର ଜଣେ କି ଦୁଇ ଜଣ ନିଜର ଅତି ଘନିଷ୍ଟ ବନ୍ଧୁ ପାଲଟି ପାରନ୍ତି । ନିଜର ଚିନ୍ତାଧାରା, ପ୍ରକୃତି, ବ୍ୟବହାର କୁ ନେଇ ବନ୍ଧୁତା ରେ ଘନିଷ୍ଟତା ଆସିଥାଏ । ଗୋଟେ ସାଧୁର ବନ୍ଧୁ ସାଧୁ, ଗୋଟିଏ ଚୋର ର ବନ୍ଧୁ ଚୋର ହେବାର...

ସତସଙ୍ଗ ଉଚ୍ଚ ବିଦ୍ୟାଳୟର ୨୦୧୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Image
ସତସଙ୍ଗ ଉଚ୍ଚ ବିଦ୍ୟାଳୟର ୨୦୧୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ତା୦୯/୦୬/୨୦୨୪ରିଖ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୪୨ ମୌଜାରେ ଏକ ବଣଭୋଜିର ଆୟଜନ କରାଯାଇଥିଲା । ଆୟୋଜନ ରେ ସମସ୍ତ ସଦସ୍ୟ ମାନେ ଯୋଗ ଦେବା ସହ ପୁରୁଣା ସ୍ମୃତି କୁ ପୁନର୍ବାର ମାନେ ପକାଇବା ସହ ସ୍କୁଲ ସମୟର ସେଇ ସବୁ ଅଭୁଲା ସମୟର ବିଷୟ ଆଲୋଚନାର ପ୍ରସଙ୍ଗ ପାଲଟି ଥିଲା । ଏହି ଅବସରରେ ସମସ୍ତ ସଦସ୍ୟ ତଥା,: ସତ୍ୟବ୍ରତ ପାଣିଗ୍ରାହୀ, ରୋହିତ ଯାଦବ, ମୁକେଶ ଦାସ, ରବିକୃଷ୍ଣ ଦାସ, ମୋନାଲିସା ସ୍ୱାଇଁ, ସନ୍ଧ୍ୟା, ସୌଭାଗିନି, ମହେଶ୍ଵତା, ସାନୁ, ସଞ୍ଜୟ, ଅଭିଜିତ ଦାସ ଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଟି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା ।

କଥା କୁହା ଠାକୁର

ମାମା ବୁଟୁକୁ ଆକଟ କରୁନ।ସେ ଥାକ ଗୁଡା ଖେଳେଇ କେମିତି କରୁଛି ? ମୁଁ କଲେଜ ଯିବା ଦିନଠାରୁ ବୁଟୁ ଖୁବ୍ ଦୁଷ୍ଟ ହୋଇ ଗଲାଣି।ଭଲ ଜିନିଷ ରଖିବାକୁ ଜାଗା ନାହିଁ ।ଗଡ୍ ରେଜ ରେ ଦେଖିଲ ଏ ପୁରୁଣା କେଉଁ କାଳର ସାର୍ଟ ପ୍ୟାଣ୍ଟ ଓ ସାଲ୍ ସାଇତି ରଖା ଯାଇଛି ? ପାପା କଣ ଆଗେ ଏମିତି ଢିଲା ପ୍ୟାଣ୍ଟ ହାତ କଟା ସାର୍ଟ ପିନ୍ଧୁଥିଲେ କି ମାମା? ସାଲ୍ ଟି ଦେଖେ ତ ଗୋଟେ ଜାଗାରେ କଣା।ଏମିତି ଜିନିଷ କେହି ସାଇତି ରଖେ କହି ବଂଶୀକା ଘର ଚଟାଣକୁ ଫିଙ୍ଗିଦେଲା ସେ ଗୁଡାକ।  ଦୁଲ୍ ଦାଲ୍ ଶବ୍ଦ ଶୁଣି ମୁଁ ପରୀକ୍ଷା ପାଇଁ ପ୍ରଶ୍ନ ପ୍ରସ୍ତୁତ କରିବା ଛାଡି ଘର ଭିତରକୁ ଦଉଡ଼ି ଗଲି।କଣ ଫିଙ୍ଗା ଫିଙ୍ଗି କରୁଛୁ ବଂଶୀକା ? ପୁରୁଣା ଜିନିଷ ଗୁଡାକ କାଢି ସଫା କରୁଛି।ତୁମେ ତ ଏଣୁ ତେଣୁ ଜିନିଷରେ ଗଡ୍ ରେଜ ଭରିଛ।ବୁଟୁ ଥାକ ଖେଳେଇ ଗୁହାଳ କରିଛି।ସବୁ ସଫା କରି ସାଇଜ କରି ଯିବି।ଆର ଥର ଆସିଲା ବେଳକୁ ଘଣ୍ଟା ଘଣ୍ଟି ହୋଇଥିଲେ ବୁଟୁର ଦିନେକୁ ମୋର ଦିନେ।ସପ୍ତମରେ ପଢିଲାଣି ସଜାଇ ରଖିବା କି ସାଇତି ରଖିବା ଶିଖିଲା ନାହିଁ।ତୁମେ ତାକୁ ବେଶୀ ମୁହଁ ଦେଇଛ ମାମା। ବଂଶୀକା କଣ କଲୁ? ଠାକୁରଙ୍କ ଜିନିଷ ଫିଙ୍ଗିଦେଲୁ? ଠାକୁରଙ୍କ ଜିନିଷ ! କାଇଁ !! ଏଇ ସାର୍ଟ ପ୍ୟାଣ୍ଟ ଓ ସାଲ୍ ପରା। ହସି ହସି ଗଡି ଯାଇ ବଂଶୀକା କହିଲା ଓହୋ ମାମା ଏଇ ଫୁଟା ସାଲ୍ ଓ ପୁରୁଣା କାଳିଆ ସାର୍ଟ ପ୍ୟାଣ୍ଟ ଠାକୁର ପିନ୍ଧନ୍ତି !  ହଁ କଥାକୁହା ଠାକୁର ପିନ୍ଧନ୍ତି। ବିସ୍ମିତ ହୋ...