ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ କଟକ କଲେଜ ରେଡ୍ କ୍ରସ୍ ତରଫରୁ ନୁଅବଜାର ତିନିଘରିଆ ସ୍ଥିତ ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସେବା ଶିବିର

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ କଟକ କଲେଜ ରେଡ୍ କ୍ରସ୍ ତରଫରୁ ନୁଅବଜାର ତିନିଘରିଆ ସ୍ଥିତ ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଚିନ୍ମୟ ଦାସ, ରେଡକ୍ରସ୍ ଅଫିସର କୁମାର ପ୍ରଦୀପ୍ତ ମିଶ୍ର, ଅଧ୍ୟାପକ ମଣ୍ଡୁ ଜେନା, ଅଧ୍ୟାପକ ଡ. ଦେବେନ୍ଦ୍ର କୁମାର ଓଝା ଓ ଆର୍‌ଆର୍‌ସି ସଂଯୋଜିକା ଇନ୍ଦିରା ପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖଙ୍କ ତତ୍ତ୍ୱବଧାନରେ ଆୟୋଜିତ ଏହି ସାମାଜିକ ସେବା ଶିବିରରେ ରେଡ୍ କ୍ରସ୍ ୟୁନିଟ୍ ସଦସ୍ୟ ମାନେ ଦର୍ଶନାର୍ଥୀ ମାନଙ୍କୁ ଦହି ଓ ପାନୀୟ ଜଳ ବଣ୍ଟନ, ବରିଷ୍ଠ ନାଗରିକଙ୍କୁ ଦର୍ଶନରେ ସହାୟତା ସମେତ ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟ ସମ୍ପନ୍ନ କରିଥିଲେ । 

    ରେଡକ୍ରସ୍ ଅଫିସର୍ କୁମାର ପ୍ରଦୀପ୍ତ ମିଶ୍ର ଙ୍କ କହିବା ଅନୁ ଯାଇ ଯେତେବେଳେ କିଛି ବ୍ରତ କିଛି ପର୍ବ ଅନୁଷ୍ଠିତ ହୁଏ ସେତେବେଳେ ମନ୍ଦିର ପ୍ରାଙ୍ଗଣରେ ଗହଳି ବଢିବା ସହ ବରିଷ୍ଠ ନାଗରିକଙ୍କ ପାଇଁ କିଛି ସମସ୍ୟା ସୃଷ୍ଟିହୁଏ । ଗହଳି ସମସ୍ୟା, ଜଳ ସମସ୍ୟା ଏବଂ ସ୍ବଚ୍ଛତା ସମ୍ବୋଧିତ କିଛି ସମସ୍ୟା ସୃଷ୍ଟି ହୁଏ । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଏହି ଶିବିର ଟି ଅନୁଷ୍ଠିତ ହୋଇଥଲା । ଏବଂ ସମସ୍ତ ସ୍ବେଚ୍ଛାସେବୀ ଏହାକୁ ନିଜ କର୍ତ୍ତବ୍ୟ ଭାବି ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହା ସହ ବରିଷ୍ଠ ରେଡକ୍ରସ୍ ସଦସ୍ୟ ସତ୍ୟବ୍ରତ ପାଣିଗ୍ରାହୀ, ରାଜୀବ ସ୍ବାଇଁ ଓ ହିତେଶ ପଣ୍ଡା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
  ଶେଷରେ ସମସ୍ତ ସ୍ବେଚ୍ଛାସେବୀ ଙ୍କୁ ଧନ୍ୟବାଦ ସମସ୍ତ ଜ୍ଞାପନ ସହିତ ଅଧ୍ୟକ୍ଷ ଶିବିରଟିକୁ ସମାପ୍ତ କରିଥିଲେ ।

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...