Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୦୮।୦୪:  ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ମଧ୍ୟ ସଂକ୍ରମଣ ହୁହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ନ୍ୟୁଜିଲାଣ୍ଡରେ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି ।
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ରୋକ୍ ଲଗାଇଛନ୍ତି । ଏପ୍ରିଲ ୨୮ ଯାଏଁ ସମସ୍ତ ଯାତ୍ରୀଙ୍କ ପ୍ରବେଶକୁ ସସପେଣ୍ଡ କରାଯାଇଛି । କିଓ୍ୱିର ଏହି ନିଷ୍ପତ୍ତି ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଭାରତରେ ଗତ ୨ ଦିନ ହେଲା ପଜିଟିଭ୍ ମାମଲା ୧ ଲକ୍ଷ ଉପରେ ରହିଛି ।
ସୂଚନାଯୋଗ୍ୟ, କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶୱ୍ର ୩ ନମ୍ବର ସର୍ବାଧିକ ପ୍ରଭାବିତ ଦେଶ । ବିଶ୍ୱର ସବୁଠାରୁ ଅଧିକ କେସ୍ ଭାରତରେ ହିଁ ଆସୁଛି । ସେହିପରି ଆରୋଗ୍ୟ ଦୃଷ୍ଟିରୁ ମଧ୍ୟ ଭାରତ ଆମେରିକା ପଛରେ ଦ୍ୱିତୀୟରେ ରହିଛି । ମୃତ୍ୟୁସଂଖ୍ୟାରେ ଆମେରିକା, ବ୍ରାଜିଲ ଓ ମେକ୍ସିକୋ ପଛରେ ଭାରତ ରହିଛି ।
 ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଜାରି ରହିଛି । ଏପ୍ରିଲ ୭ ତାରିଖ ସୁଦ୍ଧା ୮ କୋଟି ୭୦ ଲକ୍ଷ ଲୋକଙ୍କୁ ଟିକା ଦିଆ ସରିଲାଣି । ଭାକସିନର ଦ୍ୱିତୀୟ ଡୋଜ୍ ଅଭିଯାନ ଫେବ୍ରୁଆରୀ ୧୩ରୁ ଆରମ୍ଭ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଉର୍ଧ୍ୱ ସମସ୍ତଙ୍କୁ ଟିକା ଲଗାଯାଉଛି ।
ଏହା ସତ୍ତ୍ୱେ ମଧ୍ଯ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୬ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୮୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୧ ହଜାର ୭୮୫ରେ ପହଞ୍ଚିଛି।


ଏହାକୁ ମଧ୍ୟ ପଢ଼ନ୍ତୁ - Corona update (07:04:2021)



ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...



ଭ୍ୟାକ୍ସିନ୍ ଆସିଛି ସତ କିନ୍ତୁ କରୋନା ଯାଇନି, ସେଥି ପାଇଁ ଟିକେ ସଚେତନତା ଆବଶ୍ୟକ । ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।  ଆମେ ଡରିବା ନି, ଆମେ ଲଢିବା... ସତ୍ୟବ୍ରତ ପାଣିଗ୍ରାହୀ

(Please used mask)

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...