ହୃଦୟର ମଣିଷଟିଏ

ଥରେ ଚିନ୍ତା କରି ଦେଖନ୍ତୁ, ଆମେ ସବୁବେଳେ ଖୋଜିଥାଉ ଜଣେ ଏଭଳି ଏକ ମଣିଷ ଟେ ଯିଏ କି ସଭିଙ୍କ ଠୁ ହୋଇଥିବ କିଛି ନିଆରା, ଏମିତି ଜଣେ ବ୍ୟକ୍ତି ବିଶେଷ ଯେ ଲାଗୁଥିବ ନିଜ ଆତ୍ମୀୟ ଭଳି, ଯେ କି ସବୁ ସମୟରେ ଭଲ ମନ୍ଦ ବୁଝିପାରୁଥିବ, ଯାହାର ସ୍ପର୍ଶ ମାତ୍ରକେ ସବୁ କିଛି ଭୁଲି ଯିବାକୁ ହୃଦୟ କହୁଥିବ, ଏଭଳି ଜଣେ ଭଲ ଲାଗୁଥିବା ମଣିଷ ଟିଏ ! ଏଭଳି ଜଣେ ମଣିଷଟିଏ ଖୋଜି ବୁଲୁ ବୁଲୁ ଲାଗିଯାଏ ଜଣଙ୍କ ପ୍ରତି ଏ ନିଷ୍ଠୁର ମନ ଟେ । ଏବଂ ପ୍ରସ୍ପୁଟିତ ହୁଏ ଅଜସ୍ର ଭଲ ପାଇବା ।

କିନ୍ତୁ ଆଜିର ଏହି ସ୍ବାର୍ଥ ପର ଦୁନିଆ ରେ ସ୍ବାର୍ଥ ସ୍ୱରୂପ ବିରାଟ ବିରାଟ ଅଳିଆ ଗଦା ର ପାହାଡ଼ ଭିତରୁ ଜଣେ ଏମିତି କା ମୋତି କୁ ଖୋଜିବା ସହଜ ନ ଥାଏ । ଏହି ସ୍ୱାର୍ଥର ପାହାଡ଼ ଭିତ ରେ ଭଲ ର ମୁଖା ପିନ୍ଧା ସୈତାନ୍ ଙ୍କ ଭିତରୁ ଏମିତି ଏକ ମଣିଷ ଟିକୁ ଖୋଜିବା ହୋଇଥାଏ ଅନେକ ଦିନ ଆଉ ଅନେକ ସମୟ । ଆଉ ହଠାତ୍ ଦିନେ ମିଳି ଯାଏ ଏମିତି ଏକ ଭଲ ଲାଗୁଥିବା ମଣିଷ ।

କିନ୍ତୁ ସ୍ବପ୍ନ ରେ ହିଁ ରହିଯାଏ ସେଇ ମଣିଷ ଟିଏ। କିଛି କହିବାକୁ ଲାଗୁଥାଏ ଡର। କାଳେ କିଛି କହିଲେ ହୋଇଯିବ କି ଦୂର । ମନରେ ରହି ଯାଏ ଅନେକ ସଂଶୟ। କଥା ତ ହୁଏ ହେଲେ ମଧ୍ୟ ଲାଗୁଥାଏ ଭୟ, କାଳେ ହୋଇ ଯିବ କି ସେ ଦୂର । ଖାଲି ଆଶା ଥାଏ ପାଇବାର, ଅପେକ୍ଷା ରେ ରହିଯାଏ ସମୟର ।

Comments

Post a Comment

Popular posts from this blog

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...