ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍ : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

 ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ସନ୍ଧ୍ୟା ବାତ୍ୟା ପାରାଦୀପ ଓ ସାଗରଦ୍ବୀପ ମଧ୍ୟ ଭାଗରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା । ଭାତତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ତଳଭାଗ ଛୁଇଁବା ବେଳକୁ ଏହାର ପ୍ରଭାବରେ ଘଂଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ଉପକୂଳରେ ସମୟ ସମୟରେ ଏହା ୧୮୫ କିଲୋମିଟର ବେଗରେ ଝଟକା ଦେଇପାରେ ।
ତେବେ ସମୁଦ୍ରରେ ଦେଖାଦେଇଥିବା ଲଘୁଚାପ କ୍ଷେତ୍ର କେଉଁ ସ୍ଥିତିରେ ଥିଲେ କେତେ ମାତ୍ରାରେ ପବନ ବହେ ଜାଣନ୍ତୁ । ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ, ଲଘୁଚାପ- ଅବପାତରେ ପରିଣତ ହେଲେ ପବନର ବେଗ ଘଂଟା ପ୍ରତି ୩୦ରୁ ୫୦ କିଲୋମିଟର ରହିଥାଏ ସେହିଭଳି ଗଭୀର ଅବପାତରେ ପବନର ବେଗ ଘଂଟା ପ୍ରତି୫୦ରୁ ୫୦ କିଲୋମିଟର ରହିଥାଏ । ଅବପାତ ଯେତେବେଳେ ବାତ୍ୟାରେ ପରିଣତ ହୁଏ, ସେତେବେଳେ ପବନର ବେଗ ବଢି ଘଂଟା ପ୍ରତି ୬୦ରୁ ୮୦ କିଲୋମିଟର ହୁଏ ।

ସେହିଭଳି ଭୀଷଣ ବାତ୍ୟା ବେଳେ ପବନର ବେଗ ଘଂଟା ପ୍ରତି ୯୦ରୁ ୧୨୦ କିଲୋମିଟର ହୋଇଥାଏ । ଅତି ଭୀଷଣ ବାତ୍ୟା ହୋଇ ସାମୁଦ୍ରିତ ଝଡ ସ୍ଥଳଭାଗ ଛୁଇଁଲେ ସେତେବେଳେ ପବନର ବେଗ ଘଂଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିଥାଏ । ସେହିଭଳି ଅତିରୁ ଅତି ଭୀଷଣ ବାତ୍ୟା ସମୟରେ ସ୍ଥଳଭାଗରେ ପବନରେ ବେଗ ଘଂଟା ପ୍ରତି ୧୬୬ରୁ ୨୨୦ କିଲୋମିଟର ବହେ । ଏକ୍ସଟ୍ରିମ୍ଲି ସଭିୟର ସାଇକ୍ଲୋନି ଷ୍ଟ୍ରମ ପରେ ଏହା ସୁପର ସାଇକ୍ଲୋନ ଷ୍ଟ୍ରମ ବା ମବାହାତ୍ୟା ହୋଇଥାଏ । ଏହି ସମୟରେ ପବନର ବେଗ ଅଧିକ ରହିଥାଏ । ଘଂଟା ପ୍ରତି ପବନର ବେଗ ୨୨୦ କିଲୋମିଟର ଛୁଇଁଥାଏ । ୧୯୯୯ ମହାବାତ୍ୟା ପରେ ଅମ୍ଫାନକୁ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଲୋନ୍ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ବାତ୍ୟା ସମୀକ୍ଷା



ଏଭଳି ସମ୍ୱେଦନ ମୂହୁର୍ତ୍ତରେ ଆପଣ ପାଖରେ କିଛି କାହାର ଦୁର୍ଘଟଣା ଘଟିଲେ ସାହାଯ୍ୟ ନିମିତ୍ତ ଆଗେଇ ଆସନ୍ତୁ । ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ଏବଂ କଳା ବ୍ୟବସାୟୀ ଓ ଗୁଜବକାରୀ ଠାରୁ ଦୂରେଇ ରୁହନ୍ତୁ।


ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...

Comments

Popular posts from this blog

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

ଆଜିର ଚର୍ଚ୍ଚା :- ବ୍ରାହ୍ମଣ ଜାତି ଏବଂ ପରିଚୟ

The Formation of the IFRC - History of the Red Cross