ସମୟର ଚକ୍ରବ୍ୟୁହ

କଥାରେ ଅଛି ସମୟ ବଡ଼ ବଳବାନ । କିଏ ଏହାକୁ ମାନୁ କି ନ ମାନୁ ଏହା ହେଉଛି ବାସ୍ତବତା । ସମୟ ହାତରେ ଏମିତି ଏକ ଡୋରି ରହିଛି ଯାହାକି ସେ ଭଗବାନ ଶ୍ରୀ ରାମ ଚନ୍ଦ୍ର ଙ୍କୁ ମଧ୍ୟ ୧୪ ବର୍ଷ ବାନବାସ କରାଇ ଦେଇଥିଲା । ଇତିହସ ସାକ୍ଷୀ ସମୟ କେତେ ବଡ଼ ବଡ଼ ରାଜା ମହାରାଜା ମାନଙ୍କୁ ପରାସ୍ତ କରି ଭିକାରି ବନାଇ ଦେଇଛି ଏବଂ ଭିକାରି ରୁ ରାଜା ଅବା ମହାରାଜା । ସେ ଯାହାବି ହେଉ ନା କାହିଁକି ଯଦି ଖରାପ ସମୟ ଆସେ ତେବେ ସ୍ଵୟଂ ର ସତ ପ୍ରଚେଷ୍ଟା ମଧ୍ୟ ହାର୍ ମାନି ଯାଏ । 
    ସେଥି ପାଇଁ ତ କିଏ ଏହାକୁ ଭାଗ୍ୟ କହି ତ କିଏ କର୍ମ ଫଳ ମନେ କରି କେବଳ ନିଜକୁ ଆଶ୍ଵାସନା ଦେଇଥାଏ । ଆଶା ଥାଏ ସମୟ ବଦଳିବ ପୁଣି ଆସିବ ଭଲ ସମୟ । ଭାଗ୍ୟ ବଦଳି ଯିବ ! କିନ୍ତୁ ତାହା ହୋଇନଥାଏ ।ସମୟ ତାହାର ଚକ୍ରବ୍ୟୁହ ରଚନା କରୁଥାଏ ।ନିଜ ଜାଲରେ ଫସାଇବା ପାଇଁ।

ତେବେ ମନରେ ପ୍ରଶ୍ନ ଉଠେ ଏହାକୁ ତିଆରି କରେ କିଏ ? ସମୟ କୁ କଣ ବଦଳା ଯାଇ ପାରିବନି କି ? ସମୟକୁ କଣ ନିଜ ହାତରେ ପରିବର୍ତ୍ତନ କରାଯାଇ ପାରିବ ? ଏଭଳି ଏନେକ୍ ପ୍ରଶ୍ନ...

ତେବେ ଯେତେ ବେଳେ ଆମେ ଏ ସବୁର ଉତ୍ତର ଖୋଜିବା ତେବେ ପାଇବା କି, ସମୟ କୁ ଆମେ ସ୍ଵୟଂ ହିଁ କିଛିକାଂଶରେ ହିଁ ତିଆରି କରୁଛୁ । ଅର୍ଥାତ୍ ଭଲ ଅବା ଖରାପ ସମୟ ହେବାର ଆମେ ହିଁ ପରୋକ୍ଷରେ ହଉ ଅବା ପ୍ରତ୍ୟକ୍ଷ ରେ ଦାୟୀ ରହିଥାଉ। କିନ୍ତୁ ଏହା ସବୁ ସମୟରେ ଠିକ୍ ହୋଇ ନଥାଏ । ବେଳେ ବେଳେ ଆମର ଭାଗ୍ୟ ଆମର ପରିସ୍ଥିତି ଏଥିପାଇଁ ଦାୟୀ ରହିଥାଏ ।ଯାହାକି ଆମକୁ ବ୍ୟଥିତ କରିଦିଏ । ଏବଂ ଶତଚେଷ୍ଟା ସତ୍ତ୍ୱେ ମଧ୍ୟ ବଦଳାଇ ହୁଏ ନାହିଁ । ଏବଂ ଏହି ସମୟକୁ ଆଗରୁ ମଧ୍ୟ କେବେ ଚିନ୍ତା ମଧ୍ୟ କରିହୁଏ ନାହିଁ । ସେଥିପାଇଁ ତ କୁହା ଯାଇଥାଏ କି ସମୟଚକ୍ର ରେ ପୁରା ବିଶ୍ଵ ହିଁ ବନ୍ଧା। 
ଏହି ସମୟ ଆଜିର ନୁହେଁ କେଉଁ କାଳରୁ ଚାଲି ଆସିଛି ।ଯାହାର ଆରମ୍ଭ ନାହିଁ କି ଅନ୍ତ ନାହିଁ। ସେ ସତ୍ୟ ଯୁଗର ସେଇ ପର୍ଶୁରାମ ଙ୍କୁ ଦେଖିଥିଲା, ତ୍ରେତୟାରେ ରାମଙ୍କୁ ଦେଖିଲା, ଦ୍ୱାପରରେ କୃଷ୍ଣ ବଳରାମଙ୍କୁ ଦେଖିଲା ଏବଂ ଆଗକୁ କଳିରମଙ୍କୁ ବି ଦେଖିବ ।ଏହାର ଅନ୍ତ ନାହିଁ ବୋଲି କହିଲେ କିଛି ଭୁଲ୍ ହେବା ନାହିଁ ।ତେଣୁ ସମୟ କୁ ହିଁ ଏନେଇ ଆମେ ଆମ କର୍ତ୍ତବ୍ୟ ପଥରେ ଆଗେ ଚାଲିବା । ଏବଂ ସଦା ସର୍ବଦା  ସତ୍ୟ, ଅହିଂସା କୁ ଆପଣେଇ ନେବା। କିଏ ଜାଣେ କଲି ଆମର ସମୟ ଆମ ପାଇଁ କିଭଳି ଚକ୍ରବ୍ୟୁହ ରଚନା କରୁଛି ।




ଲେଖକ - ସତ୍ୟବ୍ରତ ପାଣିଗ୍ରାହୀ 

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...