କମଳା ବିକାଳି ଏବଂ ପଦ୍ମଶ୍ରୀ ପୁରସ୍କାର ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ

କର୍ଣ୍ଣାଟକର ହରେକାଲା ହଜ୍ଜବା ତାଙ୍କ ଅଞ୍ଚଳରେ ‘ଅକ୍ଷର ସନ୍ଥ’ ନାମରେ ବେଶ ଜଣାଶୁଣା । ତାଙ୍କ ଗାଁ ନାଁ ହେଉଛି ନ୍ୟୁପାଡାପୁ । ଯେଉଁଠି ସ୍ୱାଧୀନତାର ବହୁ ବର୍ଷ ପରେ ସ୍କୁଲଟିଏ ମଧ୍ୟ ଖୋଲିପାରିନଥିଲା । ଏହାର ଫଳସ୍ୱରୂପ ସ୍କୁଲ ଯାଇ ପାଠ ପଢିପାରିନଥିଲେ ହରେକାଲା । ପାଠ ନପଢିବା କାରଣରୁ ସେ ତାଙ୍କ ଅଞ୍ଚଳରେ ଗୋଟିଏ ଫଳ ଦୋକାନ ଖୋଲି ସେଠାରେ କମଳା ବିକ୍ରି କରୁଥିଲେ । ହେଲେ ଦିନେ କିଛି ବିଦେଶୀ ତାଙ୍କ ଫଳର ଦାମ ପଚାରିବାରୁ ସେ ଇଂରାଜୀରେ କହିପାରିନଥିଲେ । ଆଉ ଏହି କଥା ତାଙ୍କୁ ବହୁତ ଦୁଃଖ ଦେଇଥିଲା ।

ସେ ତାଙ୍କ କଷ୍ଟ ଅର୍ଜିତ ଧନରେ ୨୦୦୦ ମସିହାରେ ନିଜେ ଗୋଟିଏ ସ୍କୁଲ ଖୋଲି ସେଠାରେ ପିଲାଙ୍କ ପାଠ ପଢା ପାଇଁ ବ୍ୟବସ୍ଥା କରିଥିଲେ । ଯେଉଁଠି ଏବେ ତାଙ୍କ ଗାଁର ପିଲାମାନେ ପାଠ ପଢି ଶିକ୍ଷିତ ହୋଇପାରିଛନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି ଅବଦାନକୁ ସମ୍ମାନ ଜଣାଇ ଆଜି ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହରେକାଲାଙ୍କୁ ସମ୍ମାନିତ କରିଛନ୍ତି ।



PresidentKovind presents Padma Shri to Shri Harekala Hajabba for Social Work. An orange vendor in Mangalore, Karnataka, he saved money from his vendor business to build a school in his village.


ଆପଣଙ୍କୁ ଆମ ଲେଖା କିପରି ଲାଗୁଛି ତଳେ କମେଣ୍ଟ ବକ୍ସ ରେ ଜଣାନ୍ତୁ

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...