କମଳା ବିକାଳି ଏବଂ ପଦ୍ମଶ୍ରୀ ପୁରସ୍କାର ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ

କର୍ଣ୍ଣାଟକର ହରେକାଲା ହଜ୍ଜବା ତାଙ୍କ ଅଞ୍ଚଳରେ ‘ଅକ୍ଷର ସନ୍ଥ’ ନାମରେ ବେଶ ଜଣାଶୁଣା । ତାଙ୍କ ଗାଁ ନାଁ ହେଉଛି ନ୍ୟୁପାଡାପୁ । ଯେଉଁଠି ସ୍ୱାଧୀନତାର ବହୁ ବର୍ଷ ପରେ ସ୍କୁଲଟିଏ ମଧ୍ୟ ଖୋଲିପାରିନଥିଲା । ଏହାର ଫଳସ୍ୱରୂପ ସ୍କୁଲ ଯାଇ ପାଠ ପଢିପାରିନଥିଲେ ହରେକାଲା । ପାଠ ନପଢିବା କାରଣରୁ ସେ ତାଙ୍କ ଅଞ୍ଚଳରେ ଗୋଟିଏ ଫଳ ଦୋକାନ ଖୋଲି ସେଠାରେ କମଳା ବିକ୍ରି କରୁଥିଲେ । ହେଲେ ଦିନେ କିଛି ବିଦେଶୀ ତାଙ୍କ ଫଳର ଦାମ ପଚାରିବାରୁ ସେ ଇଂରାଜୀରେ କହିପାରିନଥିଲେ । ଆଉ ଏହି କଥା ତାଙ୍କୁ ବହୁତ ଦୁଃଖ ଦେଇଥିଲା ।

ସେ ତାଙ୍କ କଷ୍ଟ ଅର୍ଜିତ ଧନରେ ୨୦୦୦ ମସିହାରେ ନିଜେ ଗୋଟିଏ ସ୍କୁଲ ଖୋଲି ସେଠାରେ ପିଲାଙ୍କ ପାଠ ପଢା ପାଇଁ ବ୍ୟବସ୍ଥା କରିଥିଲେ । ଯେଉଁଠି ଏବେ ତାଙ୍କ ଗାଁର ପିଲାମାନେ ପାଠ ପଢି ଶିକ୍ଷିତ ହୋଇପାରିଛନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି ଅବଦାନକୁ ସମ୍ମାନ ଜଣାଇ ଆଜି ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହରେକାଲାଙ୍କୁ ସମ୍ମାନିତ କରିଛନ୍ତି ।



PresidentKovind presents Padma Shri to Shri Harekala Hajabba for Social Work. An orange vendor in Mangalore, Karnataka, he saved money from his vendor business to build a school in his village.


ଆପଣଙ୍କୁ ଆମ ଲେଖା କିପରି ଲାଗୁଛି ତଳେ କମେଣ୍ଟ ବକ୍ସ ରେ ଜଣାନ୍ତୁ

Comments

Popular posts from this blog

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଆଇନ୍ କୁ ଆଖିଠାର

First aid - Recovery position

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

ସମୟର ଚକ୍ରବ୍ୟୁହ