୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

o୯:୦୪:୨୦୨୧: - ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ପ୍ରକୋପ ବଢୁଥିବାରୁ ଅନେକ ଦେଶରେ ଲକଡାଉନ୍ ଓ ସଟଡାଉନ୍ ଫେରିଛି। ଗତ ୨୪ ଘଣ୍ଟାରେ ସାରା ବିଶ୍ୱରେ ପ୍ରାୟ ୭ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪ ହଜାର ସଂକ୍ରମିତ ଜୀବନ ହାରିଛନ୍ତି । ଆମେରିକାର ଜନ୍ ହପକିଙ୍ଗସ୍ ୟୁନିଭର୍ସିଟିର ସିଏସଏସଇ ଏନେଇ ରିପୋର୍ଟ ଦେଇଛି ।
ରିପୋର୍ଟ ଅନୁସାରେ, ୧୯୨ଟି ଦେଶରେ ଗୋଟିଏ ଦିନରେ ୬,୭୫,୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ପଜିଟିଭ୍ ସଂଖ୍ୟା ୧୩୨୯୭୬୨୮୬କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା ୨୮୮୬୫୮୬ ହୋଇଯାଇଛି ।
କେବଳ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩୦୯୨୧୯୭୬ରେ ପହଁଚିଛି । ଏହାସହ ୫୫୯୧୦୯ଜଣ ପ୍ରାଣ ହରାଇଲେଣି । ବିଶ୍ୱର ୧ କୋଟିରୁ ଅଧିକ ସଂକ୍ରମିତ ଦେଶ ମଧ୍ୟରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତ ତୃତୀୟରେ ରହିଛି ।
ସେହିପରି ବିଶ୍ୱର ଅନେକ ଦେଶରେ ଟିକାକରଣ ଜୋରସୋରରେ ଚାଲିଛି । ଏହାସତ୍ତ୍ୱେ ଅନେକ ଦେଶ କରୋନା ସହ ଲଢେଇ କରିବାରେ ବିଫଳ ହେଉଛନ୍ତି । ଭାଇରସର ନୂଆ ଲହର ଅଧିକ ମାରାତ୍ମକ ଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଭାରତରେ ମଧ୍ୟ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୮୦୦ରୁ ଅଧିକ ଆକ୍ରାନ୍ତ ଜୀବନ ହାରିଛନ୍ତି ।
 ରାଜ୍ୟରେ କରୋନା ମିଟର ଉପର ମୁହାଁ । ହଜାରେ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୧୨ଶହ ୮୨ ସଂକ୍ରମିତ ଚିହ୍ନଟ । ସଂଗରୋଧରୁ ୭୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫୨୭ ରହିଛି । ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୧୦୮, କଟକରୁ ୬୩, ମୟୂରଭଂଜରୁ ୫୨, ସମ୍ବଲପୁର ନୂଆପଡ଼ାରୁ ୮୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ବରଗଡ଼ରୁ ୮୪, ଅନୁଗୁଳରୁ ୪୯, ବାଲେଶ୍ବରରୁ ୧୦, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୩୫, ଢେଙ୍କାନାଳରୁ ୨, ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରେ ଜଣେ, ଗଞ୍ଜାମରେ ୩୨ଜଣ, ଦେବଗଡ଼ରୁ ୩, ଯାଜପୁରରେ ୨୬ଜଣ, ଜଗତସିଂହପୁରରେ ୩ଜଣ, ଝାରସୁଗୁଡ଼ାରେ ୩୬ ଜଣ, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୬ଜଣ, କେଉଁଝରରେ ୬ଜଣ, କୋରାପୁଟରେ ୮ ଜଣ, ନବରଙ୍ଗପୁରରେ ୨୭ଜଣ, ନୟାଗଡ଼ରେ ୧୦,ପୁରୀରେ ୨୮ ଜଣ, ରାୟଗଡ଼ାରୁ ୧୫, ସୋନପୁରରେ ୧୨ ଜଣ ଓ ଷ୍ଟେଟ ପୁଲରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ୩,୪୬,୮୦୮ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା । ଏମାନଙ୍କ ଭିତରୁ ୩,୩୮,୮୯୦ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୫୯୪୧ଜଣ ସକ୍ରିୟ ଅଛନ୍ତି ।





ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...



ଭ୍ୟାକ୍ସିନ୍ ଆସିଛି ସତ କିନ୍ତୁ କରୋନା ଯାଇନି, ସେଥି ପାଇଁ ଟିକେ ସଚେତନତା ଆବଶ୍ୟକ । ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।  ଆମେ ଡରିବା ନି, ଆମେ ଲଢିବା... ସତ୍ୟବ୍ରତ ପାଣିଗ୍ରାହୀ

(Please used mask)

Comments

Popular posts from this blog

ହୃଦୟର ମଣିଷଟିଏ

ଚିରନ୍ତନ ଓ ପବିତ୍ର ବନ୍ଧୁତା

ମଶା କାନପାଖରେ କରୁଥିବା ଶବ୍ଦର ରହସ୍ୟ - ଗୋଟିଏ ଲୋକକଥା

ସମୟର ଚକ୍ରବ୍ୟୁହ

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

କଟକ ମହାବିଦ୍ୟାଳୟ ରେଡ୍‌କ୍ରସ୍ ୟୁନିଟ ତରଫରୁ ତମାଖୁ ନିଷେଧ ୱେବିନାର୍

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

କଥା କୁହା ଠାକୁର

Govt comes up with stricter norms for social media, OTT platforms...