କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଯୁଗ ବଦଳୁଛି, ସମୟ ବଦଳୁଛି ତାହା ସହ ତାଳ ଦେଇ ମନୁଷ୍ୟ ମଧ୍ୟ ବଦଳି ଚାଲିଛି । ନିଜର ନିରାଧାର ଆବଶ୍ୟକତାକୁ ପୂରଣ କରିବା ଲାଗି ସବୁଜ ସୁନ୍ଦର ପୃଥିବୀକୁ କ୍ଷୟ କରିବାରେ ଲାଗିଛି, ତାହା ବଦଳରେ କଂକ୍ରିଟ ର ବଡ଼ ବଡ଼ ଅଟ୍ଟାଳିକା ସୃଷ୍ଟି କରୁଛି । ଯାହା ଫଳରେ ପ୍ରକୃତିର ସବୁଜିମା ଘେରା ପୃଥିବୀ ଆଜି ଧୀରେ ଧୀରେ ଅଟ୍ଟାଳିକାର ସହରରେ ପରିଣତ ହେବାରେ ଲାଗିଛି। ମଣିଷ ନିଜର ସୁଖ-ସୁବିଧା ଓ ବିକାଶ ପାଇଁ ଗଛଲତା କାଟି ସେଠାରେ ସିମେଣ୍ଟ, ବାଲି ଓ ଲୁହାର ବଡ଼ ବଡ଼ ଅଟ୍ଟାଳିକା ଠିଆ କରୁଛି। ପ୍ରତିଦିନ ସରକାରୀ ଏବଂ ବେସରକାରୀ ସ୍ତରରେ ସହ ସହ ବୃକ୍ଷ ଛେଦନ ଚାଲୁଅଛି । ଲାଗୁଛି ସତେ ଯେମିତି କିଛି ବର୍ଷ ଭିତରେ ସବୁଜ ଜଙ୍ଗଲର ସମ୍ପୂର୍ଣ୍ଣ ବିନାଶ ଘଟିବ । ତାହା ବଦଳରେ ଗଢ଼ି ଉଠିବ ଏକ ବଡ଼ କଂକ୍ରିଟ ଜଙ୍ଗଲ । 
   ଏକ ସୁସ୍ଥ ଏବଂ ନିରୋଗି ପରିବେଶ ପରିସଂସ୍ଥାନ ଗଠନ ପାଇଁ ଗଛ-ଲତା, ନଦୀ-ନାଳ, ପାହାଡ଼-ପର୍ବତ ରହିବା ନିହାତି ଦରକାର । କିନ୍ତୁ ରାସ୍ତା ଘାଟ, କୋଠା ବାଡି, କଳକାରଖାନା, ବଡ଼ ବଡ଼ ସପିଙ୍ଗ ମହଲ କରିବାକୁ ଯାଇ ଆଜିର ଏ ଶିକ୍ଷିତ ସମାଜ ପ୍ରାକୃତିକ ପରିବେଶକୁ ଧ୍ଵଂସ କରିବାରେ ଚାଲିଛି । ଶିକ୍ଷିତ ସମାଜ ଜାଣିବା ର ଆବଶ୍ୟକତା ଅଛି ଯେ ଯଦି ସବୁଜ ପରିବେଶ ଧ୍ଵଂସ ହେଇ ଯିବ ତେବେ ସମ୍ପୂର୍ଣ୍ଣ ଜୀବ ସମାଜ ବିପଦଗାମି ହେବ । 

    ଏମିତି ଏକ ଦିନ ଆସିବ ଯେଉଁଠି କି ସମସ୍ତଙ୍କ ପାଖରେ ଗାଡ଼ି ମୋଟର, କୋଠା ବାଡି, ଧନ ସଂପତ୍ତି ସବୁ କିଛି ଥିବ ହେଲେ ନ ଥିବ ଖାଇବା ପାଇଁ ଖାଦ୍ୟ, ପିଇବା ପାଇଁ ନିର୍ମଳ ଜଳ, ବଞ୍ଚିବା ପାଇଁ ନିର୍ମଳ ବାୟୁ ! ବର୍ତ୍ତମାନ ଯେପରି ନିର୍ମଳ ଜଳ ପାଇଁ ଘରେ filter ଆମେ ବ୍ୟବହାର କରୁଛେ ସେପରି ଭବିଷ୍ୟ ବାୟୁ ପାଇଁ ମଧ୍ୟ ଯାନ୍ତ୍ରିକ filter ର ଆବଶ୍ୟକତା ପଡ଼ିବ । ମୁକ୍ତ ବାୟୁ କୁ ମଧ୍ୟ ବଡ଼ ବଡ଼ କମ୍ପାନୀ ମାନେ ବିଶୋଧନ କରି ବିକିବାକୁ ଲଗିବେ । ସେତେବେଳେ ଭବିଷ୍ୟ କେବଳ ତାଙ୍କ ଅତୀତକୁ ହିଁ ଦାୟୀ କରିବ। ବିଶ୍ବର ତାପମାତ୍ରା ଏତେ ବଢ଼ିଯାଇଥିବ ଯେ କି ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର (AC) ମଧ୍ଯ କାମ କରିବ ନାହିଁ ଏବଂ ବିଶ୍ବର ତାପମାତ୍ରା ଅହେତୁକ ବୃଦ୍ଧି ହେତୁ ଜୀବନ ଧ୍ୱଂସଗାମି ହେବ।

   ତେଣୁ ସମୟ ଥିବା ବେଳୁ ହିଁ ଏହା ପ୍ରତି ଧ୍ୟାନ ଦେବା ଦରକାର । କେବଳ କାଗଜ କଲମରେ ଅନ୍ୟକୁ ଦେଖାଇ ଏବଂ ବା‌ଃ ବାଃ ନେବା ପାଇଁ ଗଛ ଲଗାଇଲେ ହେବନି ବାସ୍ତବ ଜୀବନ ରେ ଏହାକୁ ପାଳନ କରି କଂକ୍ରିଟ ଜଙ୍ଗଲ ବଦଳରେ ସବୁଜ ଜଙ୍ଗଲ ସୃଷ୍ଟି କରିବା ଦରକାର ।



ଲେଖକ - ସତ୍ୟବ୍ରତ ପାଣିଗ୍ରାହୀ 

Comments

Post a Comment

Popular posts from this blog

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

ସମାଜ ପ୍ରତି ସ୍ୱାର୍ଥ ର ପ୍ରଭାବ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Govt comes up with stricter norms for social media, OTT platforms...

Sabnam is first woman to be hanged in independent India. Here's the story of her horrific crime...

ପରିସ୍ଥିତିର ଚକ୍ରବ୍ୟୁହରେ ବାଟବଣା ମଣିଷଟିଏ...

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ