ମଶା କାନପାଖରେ କରୁଥିବା ଶବ୍ଦର ରହସ୍ୟ - ଗୋଟିଏ ଲୋକକଥା

ଗୋଟିଏ କାହାଣୀ ଅବା ଲୋକକଥା ରହିଛି। ବିଲେଇ, ମୂଷା ଓ ମଶା ତିନିଜଣ ଏକାଠି ହୋଇ ବ୍ୟବସାୟ ଆରମ୍ଭ କରିଥିଲେ।

ବ୍ୟବସାୟରେ ଲାଭ କ୍ଷତି ତ ଲାଗିଛି କାଳକ୍ରମେ ବ୍ୟବସାୟ ଡାଉନ୍ ହୋଇଗଲା। ତିନିଜଣଙ୍କ ଭିତରେ ଭାଗ ବଣ୍ଟା ମଧ୍ଯ ସରିଗଲା। ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମଧ୍ଯ ବିକ୍ରୀବଟା ହୋଇଗଲା ବଳକା ରହିଗଲା କର୍ପୁର । ସେ ମଧ୍ୟ ତିନି ଭାଗ ହୋଇଗଲା। ବିଲେଇ ତା କର୍ପୁର ଖାଇ ଦେଲା। ମୂଷା ଗାତଖୋଳି ମାଟି ତଳେ ପୋତିଦେଲା। ଆଉ ମଶାର କର୍ପୁର ଡ଼ୋରି ହୋଇଗଲା।

ସେହି କାଳରୁ ବିଲେଇ ଝାଡ଼ା ଫେରି ଆଗ ଶୁଙ୍ଘି ଦେଉଛି, କାଳେ କର୍ପୁର ବାହାରିଲା କି, ପୁଣି ବାଲି ମାଟି ଘୋଡ଼େଇ ଦେଉଛି। ମୂଷା ଗାତ ଖୋଳି ଚାଲିଛି, କେଉଁଠି ପୋତି ଥୂଲା ମନେ ପଡ଼ୁନାହିଁ, ଲଗାତାର ଖୋଳି ଖୋଳି ଚାଲିଛି କାଳେ କେଉଁଠି କର୍ପୁର ମିଳି ଯାଇପାରେ।

ମଶା ସେହିଦିନରୁ ଆଗ କାନରେ ପଚାରୁଛି ମୋ କର୍ପୁର ନେଇଛ ? ଉତ୍ତର ତ ମିଳିନାହିଁ ଏ ଯାବତ, ଏଣୁ ସେ କାମୁଡ଼ୁଛି। ଏହାହିଁ ମଶାର କାନପାଖରେ କରୁଥିବା ଶବ୍ଦର ରହସ୍ୟ।


ଆପଣଙ୍କୁ ଲେଖାଟି କେମିତି ଲାଗିଲା କମେଣ୍ଟ bux ରେ ନିଶ୍ଚୟ ଜାଣନ୍ତୁ

ଇତି - ସତ୍ୟବ୍ରତ ପାଣିଗ୍ରାହୀ 

Comments

Popular posts from this blog

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଆଇନ୍ କୁ ଆଖିଠାର

First aid - Recovery position

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

ସମୟର ଚକ୍ରବ୍ୟୁହ