ମଶା କାନପାଖରେ କରୁଥିବା ଶବ୍ଦର ରହସ୍ୟ - ଗୋଟିଏ ଲୋକକଥା

ଗୋଟିଏ କାହାଣୀ ଅବା ଲୋକକଥା ରହିଛି। ବିଲେଇ, ମୂଷା ଓ ମଶା ତିନିଜଣ ଏକାଠି ହୋଇ ବ୍ୟବସାୟ ଆରମ୍ଭ କରିଥିଲେ।

ବ୍ୟବସାୟରେ ଲାଭ କ୍ଷତି ତ ଲାଗିଛି କାଳକ୍ରମେ ବ୍ୟବସାୟ ଡାଉନ୍ ହୋଇଗଲା। ତିନିଜଣଙ୍କ ଭିତରେ ଭାଗ ବଣ୍ଟା ମଧ୍ଯ ସରିଗଲା। ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମଧ୍ଯ ବିକ୍ରୀବଟା ହୋଇଗଲା ବଳକା ରହିଗଲା କର୍ପୁର । ସେ ମଧ୍ୟ ତିନି ଭାଗ ହୋଇଗଲା। ବିଲେଇ ତା କର୍ପୁର ଖାଇ ଦେଲା। ମୂଷା ଗାତଖୋଳି ମାଟି ତଳେ ପୋତିଦେଲା। ଆଉ ମଶାର କର୍ପୁର ଡ଼ୋରି ହୋଇଗଲା।

ସେହି କାଳରୁ ବିଲେଇ ଝାଡ଼ା ଫେରି ଆଗ ଶୁଙ୍ଘି ଦେଉଛି, କାଳେ କର୍ପୁର ବାହାରିଲା କି, ପୁଣି ବାଲି ମାଟି ଘୋଡ଼େଇ ଦେଉଛି। ମୂଷା ଗାତ ଖୋଳି ଚାଲିଛି, କେଉଁଠି ପୋତି ଥୂଲା ମନେ ପଡ଼ୁନାହିଁ, ଲଗାତାର ଖୋଳି ଖୋଳି ଚାଲିଛି କାଳେ କେଉଁଠି କର୍ପୁର ମିଳି ଯାଇପାରେ।

ମଶା ସେହିଦିନରୁ ଆଗ କାନରେ ପଚାରୁଛି ମୋ କର୍ପୁର ନେଇଛ ? ଉତ୍ତର ତ ମିଳିନାହିଁ ଏ ଯାବତ, ଏଣୁ ସେ କାମୁଡ଼ୁଛି। ଏହାହିଁ ମଶାର କାନପାଖରେ କରୁଥିବା ଶବ୍ଦର ରହସ୍ୟ।


ଆପଣଙ୍କୁ ଲେଖାଟି କେମିତି ଲାଗିଲା କମେଣ୍ଟ bux ରେ ନିଶ୍ଚୟ ଜାଣନ୍ତୁ

ଇତି - ସତ୍ୟବ୍ରତ ପାଣିଗ୍ରାହୀ 

Comments

Popular posts from this blog

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଟିକେ କୋହଳ ହେଲା... ତଥାପି କଟକ ସମେତ ୧୩ଟି ଜିଲ୍ଲାରେ ୬ ଟା ରୁ ୧ ଟା ଯାଏଁ ଅତ୍ୟାବଶ୍ୟକ ଦୋକାନକୁ ଅନୁମତି

Actor Rajiv Kapoor passes away at 58