ଚିରନ୍ତନ ଓ ପବିତ୍ର ବନ୍ଧୁତା

ଭଲ ବନ୍ଧୁଟିଏ ପାଇବା ମୋଟେ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଅନେକ ବନ୍ଧୁ ଆଗେଇ ଆସନ୍ତି । ଦୃଢ ମନୋବଳ, ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ଓ ପବିତ୍ର । କିନ୍ତୁ ବର୍ତ୍ତମାନର ସମୟରେ କେବଳ ଆଉ କେବଳ ସ୍ବାର୍ଥ ହିଁ ବାସ୍ତବ ବନ୍ଧୁତାକୁ ଦୂରେଇ ଦେଉଛି ।
  ଏବେ କା ସମୟରେ ଅନେକ ପ୍ରକାରର ବନ୍ଧୁ ବା ସାଙ୍ଗ ମିଳିବେ । ଯେମିତି କି,- ରକ୍ତ ସମ୍ପର୍କ ବନ୍ଧୁ । ଯେଉଁମାନେ କି ନିଜର ସମ୍ପର୍କୀୟ ହୋଇଥାଆନ୍ତି । ଦ୍ଵିତୀୟ ସ୍କୁଲ କିମ୍ବା କଲେଜ ର କିଛି ବନ୍ଧୁ । ଯେଉଁମାନେ ସାଧାଣତଃ ପିଲାବେଳ ର ବନ୍ଧୁ ସାଜିଥାଆନ୍ତି । ଏମାନେ କେବଳ ନିର୍ଦ୍ଧିଷ୍ଟ ସମୟ ପାଇଁ ଉଦ୍ଧିଷ୍ଟ ଥାଆନ୍ତି। ଏହା ପରେ ନିଜ ନିଜର ଭବିଷ୍ୟ ଗଠନ ପାଇଁ ପରବର୍ତ୍ତୀ ସମୟରେ ନିଜ ନିଜ ବାଟ ବାଛି ନେଇ ଥାଆନ୍ତି । ଏହା ପରେ ପୁନର୍ବାର ବନ୍ଧୁତା ହୁଏ ନିଜର କର୍ମ କ୍ଷେତ୍ର ରେ ଯେଉଁ ମାନେ କି ନିଜର କର୍ମକ୍ଷେତ୍ର ରେ ବନ୍ଧୁତା ସୃଷ୍ଟି ହୋଇଥାଏ । ଏହି ଭଳି ଜୀବନର ଅନେକ ସମୟରେ ଅନେକ ପ୍ରକାରରେ ବନ୍ଧୁତା ସୃଷ୍ଟି ହୋଇଥାଏ । କିନ୍ତୁ ଏହା ଭିତରୁ ମାତ୍ର ଜଣେ କି ଦୁଇ ଜଣ ନିଜର ଅତି ଘନିଷ୍ଟ ବନ୍ଧୁ ପାଲଟି ପାରନ୍ତି । ନିଜର ଚିନ୍ତାଧାରା, ପ୍ରକୃତି, ବ୍ୟବହାର କୁ ନେଇ ବନ୍ଧୁତା ରେ ଘନିଷ୍ଟତା ଆସିଥାଏ । ଗୋଟେ ସାଧୁର ବନ୍ଧୁ ସାଧୁ, ଗୋଟିଏ ଚୋର ର ବନ୍ଧୁ ଚୋର ହେବାର ନଜିର ମିଳେ ।

   କିନ୍ତୁ ବନ୍ଧୁତା ଯେତେବେଳେ ଯାଇ ମହାନ୍ ହୋଇଯାଏ ଯେତେବେଳେ ଅନ୍ୟ ପ୍ରତି ନିଜକୁ ସମର୍ପିତ ମନୋଭାବ ଆସେ । ଜାତି, ଧର୍ମ, ବର୍ଣ୍ଣ, ଅର୍ଥ, କାମ, କ୍ରୋଧ ନିର୍ବିଶେଷରେ ଯେ ନିଜର ପ୍ରତିପକ୍ଷ ବନ୍ଧୁକୁ ସମର୍ଥନ ସହଯୋଗର ହାତ ବଢ଼ାଇବା ହେଉଛି ପ୍ରକୃତ ବନ୍ଧୁତା ର ପରିଚୟ । ବନ୍ଧୁତା ବିଷୟରେ ଆମେ ଯେତେ ବେଳେ ଆଲୋଚନା କରିଥାଉ ସେତେବେଳେ ଆମ ଦୃଷ୍ଟିକୁ ଆସେ କୃଷ୍ଣ ସୁଦାମା ଙ୍କ ବନ୍ଧୁତା । ଭଗବାନ୍ ଶ୍ରୀ କୃଷ୍ଣ ଏତେ ବଡ଼ ସମ୍ରାଟ ହୋଇ ମଧ୍ୟ ସୁଦାମାଙ୍କ ପାଖରେ ସେ କେବଳ ଜଣେ ସାଧାରଣ ସାଙ୍ଗ ହିଁ ହୋଇଯାଇଥିଲେ । ଏବଂ ନିଜ ଦରବାର କୁ ଅତି ସସନ୍ମାନେ ସମସ୍ତ ପ୍ରଜାଙ୍କ ସମ୍ମୁଖରେ ପାଛୋଟି ନେଇ ବନ୍ଧୁତା ର ଉଦାହରଣ ସୃଷ୍ଟି କରିଥିଲେ । 

କିନ୍ତୁ ବର୍ତ୍ତମାନର ଯୁବପିଢି ନିଜର ସ୍ବାର୍ଥ କୁ ଦୃଷ୍ଟି ରେ ରଖି ବନ୍ଧୁତା ର ହାତ ବଢେ଼ଇବା ପାଇଁ ଚେଷ୍ଟିତ ରହୁଛନ୍ତି। ଯାହା ଏକ ସୁସ୍ଥ ବନ୍ଧୁତା ଗଠନ ରେ ବାଧା ସୃଷ୍ଟି କରୁଛି । ଏବଂ ପରବର୍ତୀ ସମୟରେ ବନ୍ଧୁତା ଭାଙ୍ଗି ମଧ୍ୟ ଯାଉଛି ।

ସେ ଯାହା ହେଉନା କାହିଁ ଭାରତୀୟ ପରମ୍ପରାରେ ଦୃଢ ମନୋବଳ, ଐକ୍ୟ ଓ ହୃଦୟର ମିଳନରୁ ସୃଷ୍ଟି ହୋଇଥିବା ବନ୍ଧୁତା ହିଁ ଚିରନ୍ତନ ଓ ପବିତ୍ର ହୋଇଥାଏ । ଏହାହିଁ ସତ୍ୟ ।


ଲେଖକ - ସତ୍ୟବ୍ରତ ପାଣିଗ୍ରାହୀ 


ଲେଖାଟି ଭଲ ଲାଗିଲେ ନିଜ ସାଙ୍ଗକୁ share କରାନ୍ତୁ...

Comments

Popular posts from this blog

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ କଟକ କଲେଜ ରେଡ୍ କ୍ରସ୍ ତରଫରୁ ନୁଅବଜାର ତିନିଘରିଆ ସ୍ଥିତ ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସେବା ଶିବିର

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ହୃଦୟର ମଣିଷଟିଏ

ପୁଣି ବିବାଦରେ ରାମଲାଲ୍ଲାଙ୍କ ମନ୍ଦିର : - ଜମି କିଣାରେ ଦୁର୍ନୀତି ନେଇ ଅଭିଯୋଗ

ସତସଙ୍ଗ ଉଚ୍ଚ ବିଦ୍ୟାଳୟର ୨୦୧୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Govt comes up with stricter norms for social media, OTT platforms...