ପରିସ୍ଥିତିର ଚକ୍ରବ୍ୟୁହରେ ବାଟବଣା ମଣିଷଟିଏ...

ସମୟ ବଡ଼ ବଳବାନ,.… କେତେବେଳେ ଏହି ସମୟ କାହାର ପରିସ୍ଥିତିକୁ ବଦଳାଇ ଦେବ ତାହା କିଛି କହି ହେବ ନାହିଁ । କିଛିକାଂଶରେ ଏହି ପରିସ୍ଥିତିକୁ ସ୍ଵଂୟ ହିଁ ମଣିଷ ବଦଳାଇ ଦେଇଥାଏ । ସେହି ପରିସ୍ଥିତି ପୁଣି ନେଇ ଆସେ ଏହାରି ଜୀବନରେ ଏକ ବଡ଼ ବତାସ। ଯେଉଁଥିରୁ କି ସେ ମୁକୁଳି ପାରେ ନା କି କାହାକୁ ଜଣାଇ ପାରେ । ବିଶ୍ଵାସର ମଣିଷଟିଏ ବି ଦୂରେଇ ଯାଏ। କିଛି ସମୟ ପାଇଁ ଘୋଟି ଯାଏ ପୁରା ଅନ୍ଧକାର । ସେଥି କେହି କାହାକୁ ଆଉ ଦେଖି ହୁଏ ନାହିଁ କାହାର ଚେହେରାକୁ... କେବଳ ରହିଯାଏ ଖାଲି ଅନ୍ଧାର ଆଉ ଅନ୍ଧକାର । କେବଳ ସାଥ ଦିଏ ନିଜର କୋହଭରା ଲୋତକ ର ଧାର...

ନିରାଶ ହୋଇ ଖୋଜି ବୁଲୁଥାଏ ସେ... କେଉଁଠି ଟିକେ ବାଟ ମିଳିଯିବ । ହେଲେ ନଥାଏ କିଛି ବାଟ ଆଉ ଯେଉଁ ବାଟ ଦେଖା ଯାଏ ସେ ବାଟ ଥାଏ ଘୋର ଅନ୍ଧକାର କୁ... ପୁଣି ଧର୍ଯ୍ୟ ସହକାରେ ବାଟୋଇ ମାଡ଼ି ଚାଲେ ସମୟର ତାଳେ ତାଳେ ଅଜ୍ଞାତ ବାଟରେ । ଭାବୁଥାଏ ଓ ବିଶ୍ୱାସ ଥାଏ ମିଳିବ ନିଶ୍ଚୟ ମିଳିବ ଏକ ବାଟ... 

ଇତିହାସ ସାକ୍ଷୀ ପରିସ୍ଥିତି କାହାକୁ ବି ଛାଡ଼ିନି । ପ୍ରଭୁ ରାମଚନ୍ଦ୍ର ହୁଅନ୍ତୁ କି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପରିସ୍ଥିତି ପାଇଁ ହେବାକୁ ପଡ଼ିଛି ସମସ୍ତଙ୍କୁ ହଟ ହଟା...ସେ ଯାହାବି ହେଉ କାହିଁ ମନବଳ ଏବଂ ଆତ୍ମ ଶକ୍ତି ଦୃଢ଼ ରହିଲେ, ମନ ପବିତ୍ର ରହିଲେ ଏବଂ ସତ୍ ମାର୍ଗରେ ରହି ଈଶ୍ୱର ଙ୍କ ପ୍ରତି ଭକ୍ତି ରହିଲେ ନିଶ୍ଚୟ ସବୁକିଛି ଠିକ୍ ହୋଇ ମିଳି ଯିବ ସଠିକ୍ ବାଟ... 

ଜୟ ଜଗନ୍ନାଥ🙏🙏


ଗୋଟିଏ ମନର ବ୍ୟଥା ସହିତ ପଦେ ଲେଖାଟିଏ... 

ଇତି - ସତ୍ୟବ୍ରତ ପାଣିଗ୍ରାହୀ


ଲେଖାଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ ସେକ୍ସନରେ ଜଣାନ୍ତୁ

Comments

Post a Comment

Popular posts from this blog

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଟିକେ କୋହଳ ହେଲା... ତଥାପି କଟକ ସମେତ ୧୩ଟି ଜିଲ୍ଲାରେ ୬ ଟା ରୁ ୧ ଟା ଯାଏଁ ଅତ୍ୟାବଶ୍ୟକ ଦୋକାନକୁ ଅନୁମତି

Actor Rajiv Kapoor passes away at 58