ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

ମା ଏବଂ ମାତୃତ୍ୱର ସନ୍ତାନ ସହିତ ଥିବା ଏକ ଅଦୃଶ୍ୟ ବନ୍ଧନକୁ ଦୁନିଆ ସାମ୍ନାରେ ସ୍ମରଣ କରାଇବା ନିମନ୍ତେ ମେ ମାସର ଦ୍ୱିତୀୟ ରବିବାର କୁ ଆନ୍ତର୍ଜାତୀୟ ମାତୃଦିବସ ଭାବରେ ସାରା ବିଶ୍ଵ ପାଳନ କରିଥାଏ । ଏହା ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ଯ ହେଉଛି ମାତୃ ଶକ୍ତିର ଆବଶ୍ୟକତା କୁ ସାରା ବିଶ୍ଵକୁ ଜଣାଇଦେବା । ପୁତ୍ର ଯେତେ ଭୁଲ୍ କରୁ ଯେତେ କଷ୍ଟ ଦେଉ ପଛେ ମା ସାମ୍ନା ରେ ପୁତ୍ର ପ୍ରତି ସ୍ନେହ, ଆଦର, ମମତା କେବେବି କମି ନ ଥାଏ । ସେଥି ପାଇଁ ତ ମା କୁ ମମତାମୟୀ ର ଆଖ୍ୟା ଦିଆ ଯାଏ । କିନ୍ତୁ ବେଳେ ବେଳେ ସନ୍ତାନ ଏହାକୁ ଠିକ୍ ଭାବରେ ବୁଝିପାରେ ନାହିଁ । ଏବଂ ମାକୁ ଆଦର କରେ ନାହିଁ। ଫଳ ସ୍ଵରୂପ ମମତାମୟୀ ମା ହୋଇଯାଏ ନିରାଶ । କିନ୍ତୁ ତଥାପି ତାର ମନରେ ନ ଥାଏ ସନ୍ତାନ ପ୍ରତି କିଛି ଦୁର୍ଭାବନା । ସେ ତଥାପି ନିଜ ସନ୍ତାନ ପାଇଁ ନିଜର ସର୍ବସ୍ଵ ତ୍ୟାଗ କରିଦେଇଥାଏ । ସେଥି ପାଇଁ ତ ମା ମହାନ ହୋଇଥାଏ।

   ଯେତେବେଳେ ସନ୍ତାନ କୌଣସି ବିପଦରେ ଫସି ଯାଏ, ସେତେବେଳେ ସମସ୍ତେ କେବଳ ପରିହାସ କରିବା ସହ ବିଭିନ୍ନ ପ୍ରକାରର କଥା କହିଥାଆନ୍ତି କିନ୍ତୁ ଗୋଟିଏ ମା ଏହାକୁ ଠିକ୍ ବୁଝିପାରେ ଏବଂ ସନ୍ତାନର କଷ୍ଟକୁ ନିଜ କଷ୍ଟ ମନେ କରିଥାଏ । ସେଥି ପାଇଁ ତ ମା ହେଉଛି ମହାନ୍ । ଏବଂ ଏହି ମା ର ଯତ୍ନ ନେବା ଆମର କର୍ତ୍ତବ୍ୟ ।
   ଏ ସବୁ କଥା ଆଲୋଚନା କଲା ବେଳେ ମନେ ପଡିଯାଏ ତ୍ରେତୟା ଯୁଗର ଶ୍ରୀରାମଚନ୍ଦ୍ରଙ୍କ କଥା । ତାଙ୍କର ଯେଉଁ ମାତୃ ପ୍ରେମ ତାହା ଆଜିର କଳିଯୁଗର ସମସ୍ତ ମାନବ ଜାତି ମନେ ରଖିବା ଉଚିତ୍ । ଶ୍ରୀରାମଚନ୍ଦ୍ର ମାତା କୈକେୟୀଙ୍କ କଥା ରକ୍ଷା କରିବା ଲାଗି ୧୪ ବର୍ଷ ବନବାସ କୁ ମଧ୍ୟ ହସି ହସି ଗ୍ରହଣ କରିନେଇ ଥିଲେ ।
  ଦିନେ ଭଗବାନ ଶ୍ରୀକୃଷ୍ଣ ଶ୍ରୀ ରାଧାଙ୍କୁ ନେଇ ନିକୁଞ୍ଜରେ ବିହାର କରୁଥିବା ବେଳେ ଅଠାତ୍‌ ଠିଆ ହୋଇ ରହିଗଲେ ଏହା ଦେଖି ଶ୍ରୀ ରାଧା ପଚାରିଲେ କଣ ହେଲା ଆପଣ ଏଭଳି ଠିଆ ହୋଇ ଗଲେ, ଶ୍ରୀକୃଷ୍ଣ ଉତ୍ତର ଦେଲେ ମା ଆସୁଛନ୍ତି, ଏହା ଶୁଣି ଅଠାତ୍ ଶ୍ରୀରାଧା ସ୍ତବ୍ଧ ହୋଇଗଲେ, ଏବଂ ଭାବିଲେ ଅନାଦି, ଅଜନ୍ମା, ନିତ୍ୟ, ଅନନ୍ତ ଙ୍କର ପୁଣି ମା । କିଏ ଅବା ହୋଇପାରେ । କିଛି କ୍ଷଣପରେ ଆସି ପହଞ୍ଚିଲେ ମା ପୁତନା । ଏହା ଦେଖି ଶ୍ରୀରାଧା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କିଛି କ୍ଷଣପରେ କୃଷ୍ଣଙ୍କୁ ପଚାରିଲେ ପୁତନା ଯେ କି ତୁମକୁ ବିଷପାନ କରେଇ ମାରିବାକୁ ଚେଷ୍ଟିତ ଥିଲେ ସେ କିଭଳି ଆପଣଙ୍କ ର ମା' ହେଲେ ଏହା ଶୁଣି ଭଗବାନ କହିଲେ ହେ ଦେବୀ, ପ୍ରଥମେ ପୁତନା ପୁତ୍ର ରୂପରେ ନିଜ ମନରେ ଭାବନା ଜାଗ୍ରତ କଲେ ଏବଂ ପରବର୍ତ୍ତୀ ସମୟରେ ସେ ସ୍ତନରେ ବିଷ ପ୍ରୟୋଗ କରି ମୋତେ ହତ୍ୟା ନିମନ୍ତେ ପ୍ରୟାସ କଲେ କିନ୍ତୁ ଯଦି ମା ପୁତ୍ରକୁ ମାରିବ ତେବେ କଣ ପୁତ୍ର ମାକୁ ମାରିବା ଉଚିତ୍‌ । ସେଥିପାଇଁ ତ ମୋ କ୍ଷେତ୍ରରେ ମାଙ୍କୁ ମୁଁ ଜାଗା ଦେଇଛି । ଠିକ୍ ସେହି ପରି ଆଉ ଏକ ଘଟଣା ଯେ ତେବେ ବେଳେ ମା' ଯଶୋଦା ଶୁଣିଛନ୍ତି ଶ୍ରୀକୃଷ୍ଣଙ୍କୁ ମଥୁରା ରୁ ଡାକରା ଆସିଛି ଏବଂ କୃଷ୍ଣ ବାହାରିଛନ୍ତି ଯିବାପାଇଁ ସେତେବେଳେ କିନ୍ତୁ ମା ମନ ନିହାତି ମାତୃତ୍ଵ ର ଭାବନା ଦୃଷ୍ଟିରୁ ସେ ଭବିଷ୍ୟତର କିଛି ଅଘଟଣ କଥା କିନ୍ତାକରି ଛାଡ଼ିବାକୁ ଚାହୁ ନ ଥିଲେ ଏବଂ ଏହି ସମୟରେ ଶ୍ରୀକୃଷ୍ଣ ଙ୍କୁ ଧରି ମାତା କନ୍ଦନ କରୁଛନ୍ତି । ଏହି ଅର୍ଥରେ କବି ବୈଷ୍ଣବ ପାଣିଙ୍କ ଏକ ପଦ ମନେପଡ଼େ

ଦୁଃଖୀ ଧନ ନିଳମଣିରେ 
ମା ବୋଲି କିଏ ଡ଼ାକିବ ମୋତେ
ଗୋରୁ ଘେନି ଫେରି ଆସିଲା ବେଳକୁ
କାହା ପାଇଁ ଜଗି ବସିବି ପଥେ ।।

ଯେବେ ଦହି ମୁହାଁ ହୋଇବ
କିଏ ସେ ଲବଣୀ ଖାଇବ
ହୋଇଣ ଆନନ୍ଦ ଗାଈ ଦୁଇଁବାକୁ
ଶିଖା ଛନ୍ଦ ଘେନି କେ ଯିବା ହାତେ ।।

ଖେଳି ଯାଇଥିଲେ ଦାଣ୍ଡରେ 
ଧୂଳି ପଡ଼ିଥାଏ ମୁଣ୍ଡରେ 
ଅଳି କଲେ କେହି ମା ମା କହି
କଇଁ କଇଁ ହୋଇ କଡିବୁ କେତେ ।।

ଯେବେ ଯିବୁ ମଧୁ ପୁରକୁ
ଅନାଇବି କାହା ମୁଖକୁ
କହେ ବୈଷ୍ଣବ ନିଶ୍ଚେ ଜୀବ ଯିବ
ମୁରୁଛିବି ଗଳା ମାଣିକେମନ୍ତ  ।।


ଅର୍ଥାତ୍ ମା ନିଜର ସନ୍ତାନ ଲାଗି ସବୁବେଳେ ନିଜର ସର୍ବସ୍ବ ସମର୍ପଣ କରିଦେଇଥାଏ ।ତେଣୁ ମାଆ ପାଇଁ କିଛି କରିବାର ମଧ୍ୟ ସନ୍ତାନର କର୍ତ୍ତବ୍ୟ ଅଟେ ।ଯେତେ ଯାହା କଲେ ମଧ୍ୟ ମାତୃ ଋଣ କେବେ ବି ସୁଝେ ନାହିଁ କେବଳ ପ୍ରୟାସ କରିବା ଆବଶ୍ୟକ ।

ସତ୍ୟବ୍ରତ ପାଣିଗ୍ରାହୀ 

Comments

Post a Comment

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...