YouTube ରେ ହେବ ପାଠପଢ଼ା - ଉପକୃତ ହେବେ ଲକ୍ଷ ଲକ୍ଷ ପିଲା

ମହାମାରୀ ଯୋଗୁଁ ପାଖାପାଖି ୧୫ ମାସ ହେଲା ପ୍ରଥମରୁ ୮ମ ‌ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷା ଆଦୌ ହୋଇପାରି ନାହିଁ। ଯେତେବେଳେ କି ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ମାସେ ଦୁଇ ମାସ ହୋଇଥିଲା। ଅନ୍‌ଲାଇନ୍‌ ଯଥା ଟିଭି, ରେଡ଼ିଓ, ଇଣ୍ଟରନେଟ୍‌, ହ୍ବାଟସପ୍‌ ମାଧ୍ୟମରେ ପିଲାଙ୍କୁ ପଢ଼ାଯାଇଥିଲେ ମଧ୍ୟ ତାହା ୫୦% ବି ସଫଳ ହୋଇ ନାହିଁ ।
୨୦୨୦-୨୧ ଶିକ୍ଷାବର୍ଷରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୫ ଲକ୍ଷ ପିଲା ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରିଥିଲେ । ତାହାକୁ ନଜରରେ ରଖି ଏଥର ଗଣଶିକ୍ଷା ବିଭାଗ ପକ୍ଷରୁ ଆଉ ଏକ ଅଭିନବ ପନ୍ଥା ଗ୍ରହଣ କରାଯାଇଛି। ୟୁ-ଟ୍ୟୁବ୍‌ ଲାଇଭ୍‌ କ୍ଲାସେସ୍‌ କରାଯିବ। ଜୁନ୍‌ ୨୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାରୁ ଆସନ୍ତା ୧୭ ତାରିଖ ପୂର୍ବରୁ ଦୁଇଟି କ୍ଲାସରୁମ୍‌ ପ୍ରସ୍ତୁତ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପିନ୍ଦ୍ର ସିଂ ପୁନିଆ ଆଜି ୧୩ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି।

ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ସ୍କୁଲ/ଟ୍ରାନ୍ସଫର୍ମେସନ ହାଇସ୍କୁଲରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି। ଖୋର୍ଧା ସମେତ ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋ‌ରାପୁଟ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, ନୟାଗଡ଼, ଭଦ୍ରକ, ବାଲେଶ୍ବର ଓ ସମ୍ବଲପୁର ଜିଲ୍ଲାରେ ପ୍ରାରମ୍ଭିକ ଭାବେ ଏହି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।






ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...