Posts

Showing posts from June, 2021

ନୂଆ ରେକର୍ଡ କଲା ରାଫେଲ୍‌ ! ଅବିରତ ଭାବେ ୧୨ ଘଂଟା ଉଡି ଯାତ୍ରାକଲା ୧୭ ହଜାର କିଲୋମିଟର ...

Image
ପ୍ରଣାମ ଖବର :- ଯୁଦ୍ଧ ବିମାନ ରାଫେଲର ଶକ୍ତିକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଛି । ଏହି କ୍ରମରେ ରାଫେଲ ଯୁଦ୍ଧ ବିମାନ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଅବିରତ ଭାବେ ୧୨ ଘଂଟା ଉଡି ୧୭ ହଜାର କିଲୋମିଟର ଯାତ୍ରା କରିଛି ଏହି ଯୁଦ୍ଧ ବିମାନ । ଏହା ପୂର୍ବରୁ କୌଣସି ରାଫେଲ ଯୁଦ୍ଧ ବିମାନ ଗୋଟିଏ ଉଡାଣରେ ଏତେ କିଲୋମିଟର ଯାତ୍ରା କରି ନଥିଲା । ଏହା ପୂର୍ବରୁ ଫ୍ରାନ୍ସରୁ ରାଫେଲ ବିମାନ ଭାରତ ଆସିବା ବେଳେ ଗୋଟିଏ ଉଡାଣରେ ଅବିରତ ଭାବେ ୬,୭୦୦ କିଲୋମିଟର ଯାତ୍ରା କରିଥିଲା । ଏନେଇ ଫ୍ରାନ୍ସ ବାୟୁସେନାର ଏୟାର ଟୁ ଏୟାର ରିଫିଲିଙ୍ଗ ଅପରେଟର ମେଜର ପୀୟରିକ୍ କହିଛନ୍ତି କି ‘ଆମେ ୟୁରୋପ ମହାଦେଶର ଏକମାତ୍ର ଦେଶ ଯିଏକି ଯୁଦ୍ଧ ବିମାନ ରାଫେଲକୁ ଅବିରତ ଭାବେ ୧୨ ଘଂଟାରେ ୧୭ ହଜାର କିଲୋମିଟର ଉଡାଇ ପାରିଛୁ ’ । ରାଫେଲ ବିମାନ କାର୍ଲ୍ଲିଫର୍ଣ୍ଣିଆରୁ ଉଡାଣ ଆରମ୍ଭ କରି ଦକ୍ଷୀଣ ପ୍ରଶାନ୍ତ ମହାସାଗର ସ୍ଥିତ ଫ୍ରାନ୍ସ ଏୟାରବେସ୍ ରେ ପହଂଚିଥିଲା । ଏହି ସମୟରେ ରାଫେଲ ବିମାନରେ ୭ ଥର ଏୟାର ଟୁ ଏୟାର ୭ ଥର ଇନ୍ଧନ ରିଫିଲିଙ୍ଗ କରାଯାଇଥିଲା । ଫ୍ରାନ୍ସ ଗଣମାଧ୍ୟମ ମୁତାବକ ତାହୀତି ଯିବା ପାଇଁ ରାଫେଲ ଯୁଦ୍ଧ ବିମାନ ସହିତ ଫ୍ରାନ୍ସ ବାୟୁସେନାର ୭ ଟି ବିମାନ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିଲା । ପ୍ରଥମ ଉଡାଣରେ ଏହି ବିମାନଗୁଡିକ ଆମେରିକାର କାର୍ଲ୍ଲିଫର୍ଣ୍ଣିଆ ଏୟାରବେସ୍ ରେ ପହଂଚିଥିଲେ । ଏହାପରେ ରାଫେଲ ବିମାନ କାର୍ଲ୍...

ଯୋଗ ଏବଂ ଏହାର ଉପକାରୀତା

Image
ଯୋଗ, ଏହା ଏକ ଆଧ୍ୟାତ୍ମିକ, ମାନସିକ ଏବଂ ଶାରୀରିକ ଅଭ୍ୟାସ ଯାହା ଯୁଗ ଯୁଗରୁ ରହିଆସିଛି | ସମୟ ସହିତ, ଲୋକମାନେ ଯୋଗ ସହିତ ଜଡିତ ଲୋକ ଅନେକ ସ୍ୱାସ୍ଥ୍ୟ ଉପକାର ପାଇପାରୁଛନ୍ତି | ଯୋଗ କ୍ୟାଲୋରୀ କମାଇବା ଏବଂ ମାଂସପେଶୀକୁ ଶକ୍ତିଶାଳୀ  ଅପେକ୍ଷାକୃତ ଅଧିକ ହୋଇଥାଏ, ଏହା ଏକ ବ୍ୟାୟାମ ଯାହା ଉଭୟ ଶରୀର ଏବଂ ମନକୁ ପବିତ୍ର କରିଥାଏ | ନିଜର ଶରୀର ସ୍ଥିତିରେ ଉନ୍ନତି ଆଣେ : - ଏକ ଡେସ୍କରେ ଦୀର୍ଘ ଘଣ୍ଟା କାମ କରିବା କେବଳ ଆପଣଙ୍କ ମେରୁଦଣ୍ଡକୁ ଆଘାତ ଦେଇନପାରେ ବରଂ ଦିନର ଶେଷରେ ଆପଣଙ୍କୁ କ୍ଳାନ୍ତ ଅନୁଭବ କରିଥାଏ | କିଛି ଯୋଗ ଆସନା ଅଭ୍ୟାସ କରିବା ଦ୍ଵାରା ତୁମର ସ୍ଥିତି ସୁଧାରିବାରେ ସାହାଯ୍ୟ କରିପାରେ ଏବଂ ବେକ ଏବଂ ତଳ ପିଠିରେ ଯନ୍ତ୍ରଣା ମଧ୍ୟ ରୋକିପାରେ | ମାଂସପେଶୀ ଶକ୍ତି ଗଠନ କରେ : - ଯୋଗ ଶରୀରର ଦୁର୍ବଳ ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ | ଏହା ଟୋନିଂରେ ସାହାଯ୍ୟ କରେ ଯାହା ମାଂସପେଶୀର ବାରମ୍ବାର ଚାପକୁ ରୋକିଥାଏ | ମେଟାବୋଲିଜିମ୍ ବୃଦ୍ଧି କରେ : - ଯୋଗ ଏହାକୁ ଫିଟ୍ ରଖିବା ସହିତ ଆପଣଙ୍କ ଶରୀରରେ ଜୀବନ୍ତତା ବଜାୟ ରଖିବାରେ ସାହାଯ୍ୟ କରେ | ଏହା ଆପଣଙ୍କୁ ସୁସ୍ଥ ଖାଇବା ଦିଗରେ ପ୍ରେରଣା ଦିଏ ଏବଂ ଶରୀରର ମେଟାବୋଲିକ୍ ସିଷ୍ଟମକୁ ଉନ୍ନତ କରିଥାଏ | ରକ୍ତ ଶର୍କରା ହ୍ରାସ କରିବାରେ ସାହାଯ୍ୟ କରେ :- ଯୋଗ କେବଳ ରକ୍ତରେ ଶର୍କରା ହ୍ରାସ କରିବାରେ ସାହାଯ୍ୟ କରେ ନ...

ପରଲୋକରେ କଣ୍ଠଶିଳ୍ପୀ ତପୁ ମିଶ୍ର

Image
ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ତପୁ ମିଶ୍ରଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର  ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ରାତି ୧୧ଟାରେ ତପୁ ମିଶ୍ରଙ୍କ ପରଲୋକ ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ତପୁ ମିଶ୍ର କରୋନ ଆକ୍ରାନ୍ତ ହୋଇଥିଲେ । ପରେ କରୋନା ପରବର୍ତ୍ତୀ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ । ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ତପୁ ମିଶ୍ରଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ଅନେକ ସୁପରହିଟ ଓଡିଆ ଫିଲ୍ମରେ ତପୁ ମିଶ୍ର କଣ୍ଠଦାନ କରିଥିଲେ । ଆଇ ଲଭ ୟୁ, ଚକୋଲେଟ ଭଳି ଓଡିଆ ଫିଲ୍ମରେ ସେ କଣ୍ଠଦାନ କରିଥିଲେ । ନିଜର ସୁପରହିଟ ଗୀତ ପାଇଁ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ । ଏହାକୁ ବି ପଢ଼ନ୍ତୁ -  କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |   ବର୍ତ୍ତମାନ  କୁ  ଆପରେ  ପ୍ରଣାମ ନ୍ୟୁଜ୍  ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ... ଧନ୍ୟବାଦ

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

Image
କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ । ଗତକାଲି ବିଳମ୍ବିତ ରାତିିରେ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରାୟ ମାସେ ହେବ କରୋନାରେ ଆକ୍ରାନ୍ତ ହୋଇଥିଲେ ମିଲଖା ସିଂ । ପାଂଚ ଦିନ ତଳେ ପତ୍ନୀ ନିର୍ମଳାଙ୍କୁ ହରାଇଥିଲେ । ମିଲଖାଙ୍କ ବିୟୋଗ କ୍ରୀଡା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ପିଜିଆଇଏମ୍ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ମହାନ କ୍ରୀଡା ତାରକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେବାରୁ ବୁଧବାର ତାଙ୍କୁ ଆଇସିୟୁରୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁବାର ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଠାକ୍ ଥିଲା । ହେଲେ ଶୁକ୍ରବାର ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କ ଦେହରେ ଜ୍ୱର ବଢ଼ି ଯାଇଥିଲା ବେଳେ ଅକ୍ସିଜେନ ସ୍ତର ମଧ୍ୟ ଦ୍ରୁତ ଗତିରେ ନିମ୍ନଗାମୀ ହେବାର ଲାଗିଥିଲା । ମିଲଖାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଆଇସିୟୁରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ଝିଅ ଡାକ୍ତର ମୋନା ମିଲ୍ଖା ସିଂ ଓ ପୁଅ ଜିଭ୍ ମିଲଖା ସିଂ ଉପସ୍ଥିତ ଥିଲେ । ମିଲଖା ସିଂହ କିଏ.. – ଦେଶର ସର୍ବକାଳୀନ ଶ୍ରେଷ୍ଠ ପୁରୁଷ ଧାବକ ଭାବରେ ମିଲଖାଙ୍କୁ ଗଣାଯାଏ – ପ୍ରଥମ ଭାର...

ଆଇନ୍‌ ଜାଲରେ ଚଢ଼େଇ : - ଜଣେ ବୃଦ୍ଧଙ୍କୁ ଆକ୍ରମଣ ତଥା ନିର୍ଯାତନା ମାମଲାରେ ଫସିଲା ଟ୍ୱିଟର

Image
ଗାଜିଆବାଦରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ ତଥା ନିର୍ଯାତନା ମାମଲାରେ ଆଇନ୍‌ର ଜାଲରେ ଫସିଲା ଟ୍ୱିଟର । ବାସ୍ତବରେ ଗାଜିଆବାଦ ପୋଲିସ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀଙ୍କୁ ନୋଟିସ ପଠାଇଛି । କୁହାଯାଉଛି ଯେ ଖୁବ ଶୀଘ୍ର ଟ୍ୱିଟରର ଦାୟିତ୍ୱବାନ ଅଧିକାରୀଙ୍କୁ ପ୍ରଶ୍ନ କରିବା ପାଇଁ ଗାଜିଆବାଦ ପୋଲିସ ପ୍ରସ୍ତୁତି ଚଳାଇଛି । ଗାଜିଆବାଦ ପୋଲିସ କହିଛି ଯେ ଯେତେବେଳେ ଠିକ୍ ସମୟରେ ସୂଚନା ଦିଆଯାଇଥିଲା, ମାଇକ୍ରୋ ବ୍ଲଗିଂ ସାଇଟ୍ କାହିଁକି ଭିଡିଓ ଭାଇରାଲ ହେବାରେ ରୋକି ନଥିଲା ? ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହା ଲେଖାଯାଇଛି ଯେ ପୋଲିସ ଷ୍ଟେସନ ଲୋନି ସୀମା ଜିଲ୍ଲା ଗାଜିଆବାଦରେ ୧୫୩, ୧୫୩A, ୨୯୫A, ୫୦୫, ୧୨୦B, 34 ଅନୁଯାୟୀ ଟ୍ୱିଟର କମ୍ୟୁନିକେସନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ଟ୍ୱିଟର INC ବିରୋଧରେ ଏକ FIR ପଞ୍ଜିକୃତ ହୋଇଛି । ଏହାସହ ନୋଟିସରେ କୁହାଯଇଛି ଯେ ଟ୍ୱିଟର INC ମାଧ୍ୟମରେ ଲୋକମାନେ ନିଜ ଟ୍ୱିଟର ହ୍ୟାଣ୍ଡେଲ ବ୍ୟବହାର କରି ସମାଜ ମଧ୍ୟରେ ଘୃଣା ବ୍ୟାପିଥିବା ବାର୍ତ୍ତା ବିଷୟରେ କୌଣସି ଜ୍ଞାନ ଗ୍ରହଣ କରାଯାଇ ନାହିଁ । ଏକାସାଙ୍ଗରେ, ଦେଶ, ବିଦେଶର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସମନ୍ୱୟକୁ ପ୍ରଭାବିତ କରୁଥିବା କାର୍ଯ୍ୟ ବୃଦ୍ଧି ପାଇଛି । ଏ ବ୍ୟତୀତ ସାମାଜିକ ବିରୋଧୀ ବାର୍ତ୍ତା କ୍ରମାଗତ ଭାବରେ ଭାଇରାଲ ହେବାକୁ ଅନୁମତି ଦିଆଯାଇଛି ।  ଏହି ଘଟଣାର ପୋଲିସ୍ ଅନୁସନ୍ଧ...

ଟିକେ କୋହଳ ହେଲା... ତଥାପି କଟକ ସମେତ ୧୩ଟି ଜିଲ୍ଲାରେ ୬ ଟା ରୁ ୧ ଟା ଯାଏଁ ଅତ୍ୟାବଶ୍ୟକ ଦୋକାନକୁ ଅନୁମତି

Image
ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ଜୁଲାଇ ୧ ଯାଏଁ ଲକଡାଉନ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ଲକଡାଉନରେ କେତେକ କଟକଣାକୁ କୋହଳ କରାଯାଇଛି । ଯେଉଁ କାରଣରୁ ଏହାକୁ ଆଂଶିକ ଲକଡାଉନ୍ ବୋଲି ମଧ୍ୟ କୁହାଯାଉଛି । ଏହି ଲକଡାଉନ୍ ସମୟରେ ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଏବଂ ବାକି ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲାରହିବ । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ । ତେବେ ଏହି ସମୟରେ ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ଜୁଲାଇ ୧ ତାରିଖ ଯାଏଁ ବସ୍ ସେବା ରାଜ୍ୟରେ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ ମାଲ ପରିବହନ କରୁଥିବା ଗାଡିଗୁଡିକ ଅବାଧରେ ଯିବା ଆସିବା କରିପାରିବ । ଏହାସହିତ ଅଗ୍ନିଶମ, ଓଡ୍ରାଫ୍ ଏବଂ ଜରୁରୀ ସେବାରେ ନିୟୋଜିତ ଗାଡିଗୁଡିକ ଉପରେ ମଧ୍ୟ କୌଣସି କଟକଣା ନାହିଁ ବୋଲି କୁହାଯାଇଛି । ସେହିପରି ନଜର ପକାନ୍ତୁ, ଲକଡାଉନ୍ ସମୟରେ କଣ ଖୋଲାରହିବ ଏବଂ କଣ ବନ୍ଦ ରହିବ? ସକାଳ ୬ଟାରୁ ସନ୍ଧ୍ୟା ୫ଟା: ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା। ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ: ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍...

ପୁଣି ବିବାଦରେ ରାମଲାଲ୍ଲାଙ୍କ ମନ୍ଦିର : - ଜମି କିଣାରେ ଦୁର୍ନୀତି ନେଇ ଅଭିଯୋଗ

Image
ରାମମନ୍ଦିର ଜମି କିଣାରେ ଦୁର୍ନୀତି ହୋଇଥିବା ନେଇ ଆପ୍ ଅଭିଯୋଗ ପରେ ଆରମ୍ଭ ହୋଇଥିବା ବିବାଦ ବଢ଼ିଚାଲିଛି । ବିରୋଧୀମାନେ ଏକାଠି ହୋଇ ସରକାରଙ୍କୁ ଘେରିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ଶିବସେନା । କଂଗ୍ରେସ ମଧ୍ୟ ତଦନ୍ତ ଦାବି କରିଛି । କଂଗ୍ରେସ କର୍ମୀ କାନପୁରରେ ବିକ୍ଷୋଭ କରିଛନ୍ତି । ରାମମନ୍ଦିର ପାଇଁ ଜମିକିଣାରେ କୌଣସି ଦୁର୍ନୀତି ହୋଇ ନାହିଁ ବୋଲି ରାମମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ବୋର୍ଡର କହିବା କଥା ନୀତିଗତ ଭାବେ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଜମି କିଣାଯାଇଛି । ଆଉ ଯେଉଁ ଜମିର ଦାମ ବଢ଼ିବା କଥା କୁହାଯାଉଛି, ତାହାର ମଧ୍ୟ କାରଣ ରହିଛି । ଜମି ବେପାରୀ ବହୁ ବର୍ଷ ତଳେ ଏହି ଜମିକୁ ୨ କୋଟିରେ କିଣିଥିଲେ । ହେଲେ ରାମମନ୍ଦିର ରାୟ ପରେ ଅଯୋଧ୍ୟାରେ ଜମିର ମୂଲ୍ୟ ବହୁ ଗୁଣା ବଢ଼ିଯାଇଛି ଓ ତେଣୁ ଅଧିକ ଦାମରେ ଜମି କିଣିବାକୁ ହୋଇଛି ବୋଲି ଟ୍ରଷ୍ଟ କହିଛି । 🙏ପ୍ରଭୁ ଶ୍ରୀ ରାମ🙏 କେନ୍ଦ୍ର ସରକାର ମଧ୍ୟ ଜମି କିଣାରେ କୌଣସି ଦୁର୍ନୀତି ହୋଇନଥିବା କହିଛନ୍ତି । ରାମ ମନ୍ଦିର ନିର୍ମାଣରେ ବାଧା ପହଞ୍ଚାଇବା ପାଇଁ ବିରୋଧୀଙ୍କ ପକ୍ଷରୁ ଏହା ଏକପ୍ରକାର ଅପଚେଷ୍ଟା ହେଉଥିବା ବିଜେପି ନେତା ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ଫେବ୍ରୁଆରୀରେ ଶ୍ରୀ ରାମଜନ୍ମଭୂମି ଟ୍ରଷ୍ଟ ଗଠନ କରାଯିବା ନେଇ ପ୍ରଧା...

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

Image
ଚଳିତ ବର୍ଷ ସାରା ଓଡ଼ିଶା‌ରେ ସଂପୂର୍ଣ୍ଣ ସକ୍ରିୟ ହେବା ପାଇଁ ମୌସୁମୀକୁ ଆହୁରି ୨୪ ଘଣ୍ଟା ଲାଗିବ। ଶନିବାର ସଂପୂର୍ଣ୍ଣ ପୁରୀ ଜିଲ୍ଲା‌ରେ ମୌସୁମୀ ସକ୍ରିୟ ହୋଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଖୋର୍ଧା ଓ ନୟାଗଡ଼ର କିଛି କିଛି ଅଞ୍ଚଳରେ ବର୍ଷା ହୋଇଥିବା ଜଣାଯାଇଛି। ଏହାସହ କଟକ, ଯାଜପୁର ଓ ମୟୂରଭଞ୍ଜର କିଛି କିଛି ସ୍ଥାନରେ ମଧ୍ୟ ମୌସୁମୀ ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ ଆଉ ୨୪ ଘଣ୍ଟାରେ ଅର୍ଥାତ୍‌ ପହିଲି ରଜ ପୂର୍ବରୁ ସାରା ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳ ଉପରେ ରହିଥିବା ଲଘୁଚାପ ବଳୟ ବର୍ତ୍ତମାନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ ରହିଛି। ଏହା ଧୀରେଧୀରେ ସ୍ପଷ୍ଟ ଚିହ୍ନିତ ହେବ ଓ ଆସନ୍ତା ୨ରୁ ୩ଭିତରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଅତିକ୍ରମ କରିବ। ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେହିଭଳି ମାଲକାନଗିରି, କୋରାପୁଟ, ...

YouTube ରେ ହେବ ପାଠପଢ଼ା - ଉପକୃତ ହେବେ ଲକ୍ଷ ଲକ୍ଷ ପିଲା

Image
ମହାମାରୀ ଯୋଗୁଁ ପାଖାପାଖି ୧୫ ମାସ ହେଲା ପ୍ରଥମରୁ ୮ମ ‌ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷା ଆଦୌ ହୋଇପାରି ନାହିଁ। ଯେତେବେଳେ କି ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ମାସେ ଦୁଇ ମାସ ହୋଇଥିଲା। ଅନ୍‌ଲାଇନ୍‌ ଯଥା ଟିଭି, ରେଡ଼ିଓ, ଇଣ୍ଟରନେଟ୍‌, ହ୍ବାଟସପ୍‌ ମାଧ୍ୟମରେ ପିଲାଙ୍କୁ ପଢ଼ାଯାଇଥିଲେ ମଧ୍ୟ ତାହା ୫୦% ବି ସଫଳ ହୋଇ ନାହିଁ । ୨୦୨୦-୨୧ ଶିକ୍ଷାବର୍ଷରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୫ ଲକ୍ଷ ପିଲା ଅନ୍‌ଲାଇନ୍‌ରେ ଶିକ୍ଷା ଗ୍ରହଣ କରିଥିଲେ । ତାହାକୁ ନଜରରେ ରଖି ଏଥର ଗଣଶିକ୍ଷା ବିଭାଗ ପକ୍ଷରୁ ଆଉ ଏକ ଅଭିନବ ପନ୍ଥା ଗ୍ରହଣ କରାଯାଇଛି। ୟୁ-ଟ୍ୟୁବ୍‌ ଲାଇଭ୍‌ କ୍ଲାସେସ୍‌ କରାଯିବ। ଜୁନ୍‌ ୨୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାରୁ ଆସନ୍ତା ୧୭ ତାରିଖ ପୂର୍ବରୁ ଦୁଇଟି କ୍ଲାସରୁମ୍‌ ପ୍ରସ୍ତୁତ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପିନ୍ଦ୍ର ସିଂ ପୁନିଆ ଆଜି ୧୩ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି। ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ସ୍କୁଲ/ଟ୍ରାନ୍ସଫର୍ମେସନ ହାଇସ୍କୁଲରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି। ଖୋର୍ଧା ସମେତ ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋ‌ରାପୁଟ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, ନୟାଗଡ଼, ଭଦ୍ରକ, ବାଲେଶ୍ବର ଓ ସମ୍ବଲପୁର ଜିଲ୍ଲାରେ ପ୍ରାରମ୍ଭିକ ଭାବେ ଏହି ବ୍ୟବସ୍ଥ...

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନିର୍ବାଚନ କମିଶନର - ଦାୟୀତ୍ଵ ପ୍ରଦାନ କଲେ 'ମହାମହିମ ରାଷ୍ଟ୍ରପତି'

Image
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର୍‌ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି। ଜୁନ୍‌ ୮ ତାରିଖରେ ‘ ଦି ଗେଜେଟ୍‌ ’ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ସମ୍ବିଧାନର ଧରା ୩୨୪ (୨) ବ୍ୟବସ୍ଥା ଅନୁସାରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ରାଷ୍ଟ୍ରପତି ଭାରତର ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ଭାରତର ନିର୍ବାଚନ କମିସନ୍‌ରେ ଥିବା ଅନ୍ୟ ଦୁଇଜଣ ନିର୍ବାଚନ କମିସନର୍‌ ସୁଶୀଳ ଚନ୍ଦ୍ରା ଏବଂ ରାଜୀବ କୁମାରଙ୍କ ସହ ସମ୍ପ୍ରତି ଅନୁପ ଚନ୍ଦ୍ର ପାଣ୍ଡେ ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ଯୋଗ ଦେବେ। ଭାରତର ଏହି ତିନିଜଣ ନିର୍ବାଚନ କମିସନର୍‌ ୬ ବର୍ଷ ପର୍ଯ୍ୟନ୍ତ ବା ସେମାନେ ୬୫ ବର୍ଷ ବୟସରେ ଉପନୀତ ହେବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ। ଉତ୍ତର ପ୍ରଦେଶ କ୍ୟାଡର୍‌ର ୧୯୮୪-ବ୍ୟାଚ୍‌ ‘ ଆଇଏଏସ୍‌ ’ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ପ୍ରତିରକ୍ଷା ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଏବଂ କେନ୍ଦ୍ର ଶ୍ରମ ଓ କର୍ମନିଯୁକ୍ତି ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ। ପ୍ରାଚୀନ ଇତିହାସରେ ‘ପିଏଚ୍‌ଡି’ ହାସଲ କରିଥିବା ଅନୁପ ଚନ୍ଦ୍ର ପାଣ୍ଡେ ଉତ୍ତରପ୍ରଦେଶ‌ ମୌଳିକ ଶିକ୍ଷା, ସ୍ବ...

ପୁଣି ବିବାଦରେ ଟ୍ୱିଟର - ବ୍ୟାନ୍‌ କରିପାରନ୍ତି କେନ୍ଦ୍ର ସରକାର

Image
ଆଇଟିର ନୂଆ ନିୟମକୁ ନେଇ ସରକାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି ସରକାର । ସରକାର ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଛନ୍ତି । ଏହାସହ ସରକାର ସ୍ପଷ୍ଟ କରିଛନ୍ତି ଯେ ଏପରି ନକଲେ ଟ୍ୱିଟରକୁ ପରିଣାମ ଭୋଗିବାକୁ ପଡିବ । କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ କିଛିଦିନ ହେବ ବିବାଦ ଜାରି ରହିଛି । ଆଜି କମ୍ପାନୀ ଭାରତର ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ କାଟି ଦେଇଥିଲା । ପରେ ପୁଣି ବ୍ଲୁ ଟିକ ଫେରାଇ ଦେଇଥିଲା । ଏହାସହ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ ହଟାଇ ଦିଆଯାଇଛି । ନିୟମ ମାନିବାକୁ ସରକାର ଟ୍ୱିଟରକୁ ଅନ୍ତିମ ନୋଟିସ ଜାରି କରିଛନ୍ତି । ଯଦି ଟ୍ୱିଟର ନିୟମ ନମାନେ ତେବେ ଆକ୍ଟ ୨୦୦୦ର ଧାରା ୭୯ ମାଧ୍ୟମରେ ଯେଉଁ ରିହାତି ମିଳିଛି ତାକୁ ବନ୍ଦ କରିଦିଆଯିବ । ଏହାପୂର୍ବରୁ ବି ସରକାର ଟ୍ୱିଟରକୁ ଭାରତୀୟ ଅଧିକାରୀ ନିଯୁକ୍ତି ଆଉ ତଥ୍ୟ ଦେବାକୁ କୁହାଯାଇଥିଲା । ଭାରତର ଆଇନ୍‌ କୁ ଟ୍ୱିଟର ମାନୁନାହିଁ ବୋଲି ଅଭିଯୋଗ ହୋଇଛି ।ଏତଦ୍‌ ବ୍ୟତୀତ ଟ୍ୱିଟର ପକ୍ଷପାତିତା କରୁଥିବାର ମଧ୍ୟ ନେଇ ମଧ୍ୟ ଅଭିଯୋଗ କିଛି ନେତାଙ୍କ ଦ୍ଵାରା ହୋଇଛି। ଅଧିକ ଖବର ପଢ଼ନ୍ତୁ 👉   ପ୍ରଣାମ ନ୍ୟୁଜ୍‌ (Newspranamindia) ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍...

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Image
ବାତିଲ ହେଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରତିଟି ଜୀବନର ସୁରକ୍ଷା ଏବେ ରାଜ୍ୟ ସରକାରଙ୍କ ସବୁଠୁ ପ୍ରାଥମିକାତ ପାଲଟିଛି । ଏଭଳି ସ୍ଥଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଆଗ, ବାକି ସବୁ ପଛ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ଅଧଇକ ଗୁରୁତ୍ୱପୂର୍ଣ୍ଣ । ସୂଚନା ଓ ଲୋକ ସମ୍ପର୍କ ବିଭାଗର Tweet ପରୀକ୍ଷା ବାତିଲ ହୋଇଥିଲେ ମଧ୍ୟ ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ବୋର୍ଡ ପକ୍ଷରୁ ନିର୍ଦ୍ଧାରିତ ମାପଦଣ୍ଡ ଦ୍ୱାରା ମୂଲ୍ୟାଙ୍କନ ହେବ । ଆଉ ତାହା ବି ପୁଣି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମୂଲ୍ୟାୟନରେ କେହି ସନ୍ତୁଷ୍ଟ ନହେଲେ ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ । କୋଭିଡ ସ୍ଥିତିର ସମୀକ୍ଷା ସହ ପରୀକ୍ଷା କେବେ କରାଯିବ ସେନେଇ ବୋର୍ଡ ନିର୍ଣ୍ଣୟ କରିବ । ଆଗରୁ...