କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ । ଗତକାଲି ବିଳମ୍ବିତ ରାତିିରେ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରାୟ ମାସେ ହେବ କରୋନାରେ ଆକ୍ରାନ୍ତ ହୋଇଥିଲେ ମିଲଖା ସିଂ । ପାଂଚ ଦିନ ତଳେ ପତ୍ନୀ ନିର୍ମଳାଙ୍କୁ ହରାଇଥିଲେ । ମିଲଖାଙ୍କ ବିୟୋଗ କ୍ରୀଡା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।


ସ୍ଥାନୀୟ ପିଜିଆଇଏମ୍ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ମହାନ କ୍ରୀଡା ତାରକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେବାରୁ ବୁଧବାର ତାଙ୍କୁ ଆଇସିୟୁରୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁବାର ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଠାକ୍ ଥିଲା । ହେଲେ ଶୁକ୍ରବାର ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କ ଦେହରେ ଜ୍ୱର ବଢ଼ି ଯାଇଥିଲା ବେଳେ ଅକ୍ସିଜେନ ସ୍ତର ମଧ୍ୟ ଦ୍ରୁତ ଗତିରେ ନିମ୍ନଗାମୀ ହେବାର ଲାଗିଥିଲା । ମିଲଖାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଆଇସିୟୁରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ଝିଅ ଡାକ୍ତର ମୋନା ମିଲ୍ଖା ସିଂ ଓ ପୁଅ ଜିଭ୍ ମିଲଖା ସିଂ ଉପସ୍ଥିତ ଥିଲେ ।

ମିଲଖା ସିଂହ କିଏ..
– ଦେଶର ସର୍ବକାଳୀନ ଶ୍ରେଷ୍ଠ ପୁରୁଷ ଧାବକ ଭାବରେ ମିଲଖାଙ୍କୁ ଗଣାଯାଏ
– ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ
– ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ପରେ ଆଉ ପଛକୁ ଫେରି ନଥିଲେ
– ୧୯୬୦ ରୋମ ଅଲିମ୍ପିକ୍ସରେ ୪୦୦ ମିଟର ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଂଚିତ ହୋଇଥିଲେ
– ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ମଧ୍ୟ ଭାରତରୁ ପ୍ରତିନିଧିତ୍ୱ କରିଥିଲେ
– ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଚଳଚିତ୍ର ‘ଭାଗ ମିଲଖା ଭାଗ’ ବେଶ୍ ଆଦୃତ ହୋଇଥିଲା
– କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ଭାରତ ସରକାର ।
– ୧୯୨୯ ନଭେମ୍ବର ୨୦ରେ ଗୋବିନ୍ଦପୁରାରେ ଜନ୍ମ ହୋଇଥିଲେ


କିଂବଦନ୍ତି ଆଥ୍‌ଲେଟ୍‌ ମିଲ୍‌ଖା ସିଂହ ଦେଶ ବିଭାଜନ ପୂର୍ବରୁ ୧୯୨୮ ମସିହା ନଭେମ୍ବର ୩୦ରେ ବର୍ତ୍ତମାନର ପାକିସ୍ତାନରେ ଥିବା ଗୋବିନ୍ଦପୁରାରେ ଜନ୍ମ ନେଇଥିଲେ । ସେ ଥିଲେ ୪ ଥର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା । ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ସେ ଡିସ୍‌କାସ୍ ‌ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିବା ସହ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଥିଲେ, ତାହା ୫୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ଥିଲା । ଏହା ବ୍ୟତୀତ ୪୦୦ ମିଟର ଫାଇନାଲରେ ‌ସେ ଦକ୍ଷିଣ ଆଫ୍ରିକାର ମାଲକମ୍ ସ୍ପେନ୍ସଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ସ୍ବର୍ଣ୍ଣିମ ସଫଳତା ତାଙ୍କୁ ଦେଶର ଘରେ ଘରେ ପରିଚିତ କରିଥିଲା । ଏହାସତ୍ତ୍ବେ ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ୪୦୦ ମିଟର ଫାଇନାଲ୍‌ରେ ଚତୁର୍ଥ ସ୍ଥାନ ବ୍ୟକ୍ତିଗତ ଭାବେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ସେ ମଧ୍ୟ ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।


ଆଗେ ଆଗେ ସ୍ତ୍ରୀ… ପଛେ ପଛେ ସ୍ୱାମୀ ! ଅର୍ଥାତ୍‌ ମାତ୍ର ପାଞ୍ଚ ଦିନର ବ୍ୟବଧାନରେ ଆରପାରିକୁ ଚାଲିଗଲେ ମିଲଖା ସିଂ ଏବଂ ତାଙ୍କ ପତ୍ନୀ ନିର୍ମଲ । ମିଲଖା ସିଂ ଏବଂ ତାଙ୍କ ପତ୍ନୀଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ରହିଥିଲା । ଖେଳ ପଡିଆରେ ପ୍ରଥମ ଥର ପାଇଁ ଉଭୟ ଉଭୟଙ୍କ ସହ ଦେଖା ହୋଇଥିଲେ । ସେହିଠାରୁ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।  ଏହା ପୂର୍ବରୁ ମିଲଖା ସିଂଙ୍କ ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା ।  ମିଲଖା ସିଂଙ୍କ ନାମ ଗୋଟିଏ କିମ୍ବା ଦୁଇଜଣ ନୁହେଁ ବରଂ ତିନି ତିନି ଜଣ ଝିଅଙ୍କ ସହିତ ଜୋଡା ହୋଇଥିଲା । ତେବେ ସେ ସେମାନଙ୍କ ମଧ୍ୟରୁ କାହାକୁ ବିବାହ କରିନଥିଲେ । କାରଣ ଆଥଲେଟିକ୍ସର ପଡ଼ିଆରେ ଭଲିବଲ୍ ରାଣୀଙ୍କୁ ଭଲ ପାଉଥିଲେ ।

ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକେ ଗ୍ରହଣ କରିବାକୁ ଅରାଜି ଥିଲେ । କାରଣ ନିର୍ମଲ କୌର ହିନ୍ଦୁ ଥିଲେ ଏବଂ ମିଲଖା ସିଂ ଜଣେ ଶିଖ ଥିଲେ ।  ତେଣୁ ବିବାହ ପଥରେ ଏକ ପ୍ରକାର ବାଧା ଆସିଥିଲା ​​। ପରେ ତତ୍କାଳୀନ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ କାଇରୋନଙ୍କୁ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଥିଲେ ଏବଂ ଉଭୟ ପରିବାର ସହିତ କଥାବାର୍ତ୍ତା ହେବା ପରେ ବିବାହ ସ୍ଥିର ହୋଇଥିଲା ।  ଶେଷରେ ୧୯୬୨ ମସିହାରେ ଦୁହେଁ ବିବାହ କରିଥିଲେ । ମିଲଖା ସିଂ ତାଙ୍କ ପତ୍ନୀଙ୍କୁ ଅନେକ ଥର ପ୍ରଶଂସା କରିଥିଲେ । ସେ କହିଥିଲେ ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ଯନ ନେବା ଆଦିରେ ତାଙ୍କ ପତ୍ନୀ ନିର୍ମଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ଅନୁପସ୍ଥିତିରେ ନିର୍ମଲ ପିଲାମାନଙ୍କର ଶିକ୍ଷା ଏବଂ ଅନ୍ୟ ସମସ୍ତ ବିଷୟର ଯତ୍ନ ନେଇଥିଲେ। ସେ ତାଙ୍କ ପତ୍ନୀଙ୍କୁ ତାଙ୍କର ସବୁଠାରୁ ବଡ ଶକ୍ତି ବୋଲି ବିବେଚନା କରିଥିଲେ ।




ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...


ଧନ୍ୟବାଦ

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...