ପୁଣି ବିବାଦରେ ଟ୍ୱିଟର - ବ୍ୟାନ୍‌ କରିପାରନ୍ତି କେନ୍ଦ୍ର ସରକାର

ଆଇଟିର ନୂଆ ନିୟମକୁ ନେଇ ସରକାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି ସରକାର । ସରକାର ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଛନ୍ତି । ଏହାସହ ସରକାର ସ୍ପଷ୍ଟ କରିଛନ୍ତି ଯେ ଏପରି ନକଲେ ଟ୍ୱିଟରକୁ ପରିଣାମ ଭୋଗିବାକୁ ପଡିବ ।
କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ କିଛିଦିନ ହେବ ବିବାଦ ଜାରି ରହିଛି । ଆଜି କମ୍ପାନୀ ଭାରତର ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ କାଟି ଦେଇଥିଲା । ପରେ ପୁଣି ବ୍ଲୁ ଟିକ ଫେରାଇ ଦେଇଥିଲା । ଏହାସହ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ ହଟାଇ ଦିଆଯାଇଛି ।

ନିୟମ ମାନିବାକୁ ସରକାର ଟ୍ୱିଟରକୁ ଅନ୍ତିମ ନୋଟିସ ଜାରି କରିଛନ୍ତି । ଯଦି ଟ୍ୱିଟର ନିୟମ ନମାନେ ତେବେ ଆକ୍ଟ ୨୦୦୦ର ଧାରା ୭୯ ମାଧ୍ୟମରେ ଯେଉଁ ରିହାତି ମିଳିଛି ତାକୁ ବନ୍ଦ କରିଦିଆଯିବ । ଏହାପୂର୍ବରୁ ବି ସରକାର ଟ୍ୱିଟରକୁ ଭାରତୀୟ ଅଧିକାରୀ ନିଯୁକ୍ତି ଆଉ ତଥ୍ୟ ଦେବାକୁ କୁହାଯାଇଥିଲା ।

ଭାରତର ଆଇନ୍‌ କୁ ଟ୍ୱିଟର ମାନୁନାହିଁ ବୋଲି ଅଭିଯୋଗ ହୋଇଛି ।ଏତଦ୍‌ ବ୍ୟତୀତ ଟ୍ୱିଟର ପକ୍ଷପାତିତା କରୁଥିବାର ମଧ୍ୟ ନେଇ ମଧ୍ୟ ଅଭିଯୋଗ କିଛି ନେତାଙ୍କ ଦ୍ଵାରା ହୋଇଛି।


ଅଧିକ ଖବର ପଢ଼ନ୍ତୁ 👉  ପ୍ରଣାମ ନ୍ୟୁଜ୍‌ (Newspranamindia)




ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...