ନୂଆ ରେକର୍ଡ କଲା ରାଫେଲ୍‌ ! ଅବିରତ ଭାବେ ୧୨ ଘଂଟା ଉଡି ଯାତ୍ରାକଲା ୧୭ ହଜାର କିଲୋମିଟର ...

ପ୍ରଣାମ ଖବର :- ଯୁଦ୍ଧ ବିମାନ ରାଫେଲର ଶକ୍ତିକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଛି । ଏହି କ୍ରମରେ ରାଫେଲ ଯୁଦ୍ଧ ବିମାନ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଅବିରତ ଭାବେ ୧୨ ଘଂଟା ଉଡି ୧୭ ହଜାର କିଲୋମିଟର ଯାତ୍ରା କରିଛି ଏହି ଯୁଦ୍ଧ ବିମାନ । ଏହା ପୂର୍ବରୁ କୌଣସି ରାଫେଲ ଯୁଦ୍ଧ ବିମାନ ଗୋଟିଏ ଉଡାଣରେ ଏତେ କିଲୋମିଟର ଯାତ୍ରା କରି ନଥିଲା । ଏହା ପୂର୍ବରୁ ଫ୍ରାନ୍ସରୁ ରାଫେଲ ବିମାନ ଭାରତ ଆସିବା ବେଳେ ଗୋଟିଏ ଉଡାଣରେ ଅବିରତ ଭାବେ ୬,୭୦୦ କିଲୋମିଟର ଯାତ୍ରା କରିଥିଲା ।


ଏନେଇ ଫ୍ରାନ୍ସ ବାୟୁସେନାର ଏୟାର ଟୁ ଏୟାର ରିଫିଲିଙ୍ଗ ଅପରେଟର ମେଜର ପୀୟରିକ୍ କହିଛନ୍ତି କି ‘ଆମେ ୟୁରୋପ ମହାଦେଶର ଏକମାତ୍ର ଦେଶ ଯିଏକି ଯୁଦ୍ଧ ବିମାନ ରାଫେଲକୁ ଅବିରତ ଭାବେ ୧୨ ଘଂଟାରେ ୧୭ ହଜାର କିଲୋମିଟର ଉଡାଇ ପାରିଛୁ ’ । ରାଫେଲ ବିମାନ କାର୍ଲ୍ଲିଫର୍ଣ୍ଣିଆରୁ ଉଡାଣ ଆରମ୍ଭ କରି ଦକ୍ଷୀଣ ପ୍ରଶାନ୍ତ ମହାସାଗର ସ୍ଥିତ ଫ୍ରାନ୍ସ ଏୟାରବେସ୍ ରେ ପହଂଚିଥିଲା । ଏହି ସମୟରେ ରାଫେଲ ବିମାନରେ ୭ ଥର ଏୟାର ଟୁ ଏୟାର ୭ ଥର ଇନ୍ଧନ ରିଫିଲିଙ୍ଗ କରାଯାଇଥିଲା ।

ଫ୍ରାନ୍ସ ଗଣମାଧ୍ୟମ ମୁତାବକ ତାହୀତି ଯିବା ପାଇଁ ରାଫେଲ ଯୁଦ୍ଧ ବିମାନ ସହିତ ଫ୍ରାନ୍ସ ବାୟୁସେନାର ୭ ଟି ବିମାନ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଥିଲା । ପ୍ରଥମ ଉଡାଣରେ ଏହି ବିମାନଗୁଡିକ ଆମେରିକାର କାର୍ଲ୍ଲିଫର୍ଣ୍ଣିଆ ଏୟାରବେସ୍ ରେ ପହଂଚିଥିଲେ । ଏହାପରେ ରାଫେଲ ବିମାନ କାର୍ଲ୍ଲିଫର୍ଣ୍ଣିଆରୁ ଅବିରତ ଭାବେ ୧୨ ଘଂଟା ଯାତ୍ରା କରି ୧୭ ହଜାର କିଲୋମିଟର ଦୂର ତାହୀତ ଠାରେ ପହଂଚିଥିଲା । ଏହାରି ମଧ୍ୟରେ ଏୟାର ଟୁ ଏୟାର ୭ ଇନ୍ଧନ ରିଫିଲିଙ୍ଗ କରାଯାଇଥିବା କଥା କୁହାଯାଇଛି ।




ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...


ଧନ୍ୟବାଦ

Comments

Popular posts from this blog

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

ସମାଜ ପ୍ରତି ସ୍ୱାର୍ଥ ର ପ୍ରଭାବ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Govt comes up with stricter norms for social media, OTT platforms...

Sabnam is first woman to be hanged in independent India. Here's the story of her horrific crime...

ପରିସ୍ଥିତିର ଚକ୍ରବ୍ୟୁହରେ ବାଟବଣା ମଣିଷଟିଏ...

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ