ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନିର୍ବାଚନ କମିଶନର - ଦାୟୀତ୍ଵ ପ୍ରଦାନ କଲେ 'ମହାମହିମ ରାଷ୍ଟ୍ରପତି'

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର୍‌ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି।

ଜୁନ୍‌ ୮ ତାରିଖରେ ‘ଦି ଗେଜେଟ୍‌’ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ସମ୍ବିଧାନର ଧରା ୩୨୪ (୨) ବ୍ୟବସ୍ଥା ଅନୁସାରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ରାଷ୍ଟ୍ରପତି ଭାରତର ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ଭାରତର ନିର୍ବାଚନ କମିସନ୍‌ରେ ଥିବା ଅନ୍ୟ ଦୁଇଜଣ ନିର୍ବାଚନ କମିସନର୍‌ ସୁଶୀଳ ଚନ୍ଦ୍ରା ଏବଂ ରାଜୀବ କୁମାରଙ୍କ ସହ ସମ୍ପ୍ରତି ଅନୁପ ଚନ୍ଦ୍ର ପାଣ୍ଡେ ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ଯୋଗ ଦେବେ। ଭାରତର ଏହି ତିନିଜଣ ନିର୍ବାଚନ କମିସନର୍‌ ୬ ବର୍ଷ ପର୍ଯ୍ୟନ୍ତ ବା ସେମାନେ ୬୫ ବର୍ଷ ବୟସରେ ଉପନୀତ ହେବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।

ଉତ୍ତର ପ୍ରଦେଶ କ୍ୟାଡର୍‌ର ୧୯୮୪-ବ୍ୟାଚ୍‌ ‘ଆଇଏଏସ୍‌’ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ପ୍ରତିରକ୍ଷା ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଏବଂ କେନ୍ଦ୍ର ଶ୍ରମ ଓ କର୍ମନିଯୁକ୍ତି ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ। ପ୍ରାଚୀନ ଇତିହାସରେ ‘ପିଏଚ୍‌ଡି’ ହାସଲ କରିଥିବା ଅନୁପ ଚନ୍ଦ୍ର ପାଣ୍ଡେ ଉତ୍ତରପ୍ରଦେଶ‌ ମୌଳିକ ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଖାଦ୍ୟ ବିଭାଗର ଯୁଗ୍ମ ସଚିବ ପଦରେ ମଧ୍ୟ ଅବସ୍ଥାପିତ ହୋଇଥିଲେ। ୨୦୦୩ ରୁ ୨୦୦୪ ପର୍ଯ୍ୟନ୍ତ ସେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରେ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ପଦବୀ ମଣ୍ଡନ କରିଥିଲେ।



ଅଧିକ ଖବର ପାଇଁ click କରନ୍ତୁ 👉 Pranam News






ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...