ପୁଣି ବିବାଦରେ ରାମଲାଲ୍ଲାଙ୍କ ମନ୍ଦିର : - ଜମି କିଣାରେ ଦୁର୍ନୀତି ନେଇ ଅଭିଯୋଗ

ରାମମନ୍ଦିର ଜମି କିଣାରେ ଦୁର୍ନୀତି ହୋଇଥିବା ନେଇ ଆପ୍ ଅଭିଯୋଗ ପରେ ଆରମ୍ଭ ହୋଇଥିବା ବିବାଦ ବଢ଼ିଚାଲିଛି । ବିରୋଧୀମାନେ ଏକାଠି ହୋଇ ସରକାରଙ୍କୁ ଘେରିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ଶିବସେନା । କଂଗ୍ରେସ ମଧ୍ୟ ତଦନ୍ତ ଦାବି କରିଛି । କଂଗ୍ରେସ କର୍ମୀ କାନପୁରରେ ବିକ୍ଷୋଭ କରିଛନ୍ତି ।


ରାମମନ୍ଦିର ପାଇଁ ଜମିକିଣାରେ କୌଣସି ଦୁର୍ନୀତି ହୋଇ ନାହିଁ ବୋଲି ରାମମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ବୋର୍ଡର କହିବା କଥା ନୀତିଗତ ଭାବେ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଜମି କିଣାଯାଇଛି । ଆଉ ଯେଉଁ ଜମିର ଦାମ ବଢ଼ିବା କଥା କୁହାଯାଉଛି, ତାହାର ମଧ୍ୟ କାରଣ ରହିଛି । ଜମି ବେପାରୀ ବହୁ ବର୍ଷ ତଳେ ଏହି ଜମିକୁ ୨ କୋଟିରେ କିଣିଥିଲେ । ହେଲେ ରାମମନ୍ଦିର ରାୟ ପରେ ଅଯୋଧ୍ୟାରେ ଜମିର ମୂଲ୍ୟ ବହୁ ଗୁଣା ବଢ଼ିଯାଇଛି ଓ ତେଣୁ ଅଧିକ ଦାମରେ ଜମି କିଣିବାକୁ ହୋଇଛି ବୋଲି ଟ୍ରଷ୍ଟ କହିଛି ।

🙏ପ୍ରଭୁ ଶ୍ରୀ ରାମ🙏

କେନ୍ଦ୍ର ସରକାର ମଧ୍ୟ ଜମି କିଣାରେ କୌଣସି ଦୁର୍ନୀତି ହୋଇନଥିବା କହିଛନ୍ତି । ରାମ ମନ୍ଦିର ନିର୍ମାଣରେ ବାଧା ପହଞ୍ଚାଇବା ପାଇଁ ବିରୋଧୀଙ୍କ ପକ୍ଷରୁ ଏହା ଏକପ୍ରକାର ଅପଚେଷ୍ଟା ହେଉଥିବା ବିଜେପି ନେତା ଅଭିଯୋଗ ଆଣିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଫେବ୍ରୁଆରୀରେ ଶ୍ରୀ ରାମଜନ୍ମଭୂମି ଟ୍ରଷ୍ଟ ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ରାମମନ୍ଦିର ନିର୍ମାଣ କାର୍ଯ୍ୟର ତତ୍ୱାବଧାନ କରିବା ଏହି ଟ୍ରଷ୍ଟର ଦାୟିତ୍ୱ । ୨୦୧୯ ନଭେମ୍ବର ମାସରେ ଐତିହାସିକ ରାମମନ୍ଦିର ରାୟ ଆସିଥିଲା ।
ସୁପ୍ରିମକୋର୍ଟର ୫ ଜଣିଆ ବେଂଚଙ୍କ ରାୟ ରାମ ଲାଲାଙ୍କ ପକ୍ଷରେ ଯାଇଥିଲା । ବିବାଦର ମଂଜି ପାଲଟିଥିବା ୨ ଦଶମିକ ୭ ଏକର ଜମି ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯିବାକୁ କୋର୍ଟ ରାୟ ଦେଇଥିଲେ । ଏହାସହ ଅଯୋଧ୍ୟାରେ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ତେବେ ଏହା ପରେ ଭକ୍ତମାନେ ଖୋଲା ହସ୍ତରେ ରାମ ମନ୍ଦିର ପାଇଁ ଦାନ କରିଥିଲେ ଯାହାକି ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର କୋଟିରୁ ଉର୍ଦ୍ଧ୍ୱ ଦାନ ମିଳି ସାରିଥିବା ସୂଚନା ରହିଛି I


ଅଧିକ ପଢନ୍ତୁ - Pranam news



ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...


ଧନ୍ୟବାଦ

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...