ଟିକେ କୋହଳ ହେଲା... ତଥାପି କଟକ ସମେତ ୧୩ଟି ଜିଲ୍ଲାରେ ୬ ଟା ରୁ ୧ ଟା ଯାଏଁ ଅତ୍ୟାବଶ୍ୟକ ଦୋକାନକୁ ଅନୁମତି

ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ଜୁଲାଇ ୧ ଯାଏଁ ଲକଡାଉନ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ଲକଡାଉନରେ କେତେକ କଟକଣାକୁ କୋହଳ କରାଯାଇଛି । ଯେଉଁ କାରଣରୁ ଏହାକୁ ଆଂଶିକ ଲକଡାଉନ୍ ବୋଲି ମଧ୍ୟ କୁହାଯାଉଛି । ଏହି ଲକଡାଉନ୍ ସମୟରେ ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଏବଂ ବାକି ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲାରହିବ । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ । ତେବେ ଏହି ସମୟରେ ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ଜୁଲାଇ ୧ ତାରିଖ ଯାଏଁ ବସ୍ ସେବା ରାଜ୍ୟରେ ବନ୍ଦ ରହିବ ବୋଲି କୁହାଯାଇଛି ।

ତେବେ ମାଲ ପରିବହନ କରୁଥିବା ଗାଡିଗୁଡିକ ଅବାଧରେ ଯିବା ଆସିବା କରିପାରିବ । ଏହାସହିତ ଅଗ୍ନିଶମ, ଓଡ୍ରାଫ୍ ଏବଂ ଜରୁରୀ ସେବାରେ ନିୟୋଜିତ ଗାଡିଗୁଡିକ ଉପରେ ମଧ୍ୟ କୌଣସି କଟକଣା ନାହିଁ ବୋଲି କୁହାଯାଇଛି । ସେହିପରି ନଜର ପକାନ୍ତୁ, ଲକଡାଉନ୍ ସମୟରେ କଣ ଖୋଲାରହିବ ଏବଂ କଣ ବନ୍ଦ ରହିବ?

ସକାଳ ୬ଟାରୁ ସନ୍ଧ୍ୟା ୫ଟା: ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା।

ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ: ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ।

ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କର୍ଫ୍ଯୁ ବଳବତ୍ତର ରହିବ।




ଭ୍ୟାକ୍ସିନ୍ ଆସିଛି ସତ କିନ୍ତୁ କରୋନା ଯାଇନି, ବରଂ  ଦିନକୁ ଦିନ ସଂକ୍ରମଣ ବିଢିବାରେ ଲାଗିଛି । ସେଥି ପାଇଁ ଟିକେ ସଚେତନତା ଆବଶ୍ୟକ । ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ...  ( ପ୍ରଣାମ ଗ୍ରୁପ୍ )

(Please wear mask)



ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...


ଧନ୍ୟବାଦ

Comments

Popular posts from this blog

ହୃଦୟର ମଣିଷଟିଏ

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

କଟକ କଲେଜ୍‌ର YRC ୟୁନିଟ ତରଫରୁ ଅନୁଷ୍ଠିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲକଡାଉନ୍ ସମୟରେ ସାଇବର ଅପରାଧର ଦ୍ରୁତ ବୃଦ୍ଧି: ଅର୍ଣ୍ଣବ ଚକ୍ରବର୍ତ୍ତୀ

ସତସଙ୍ଗ ଉଚ୍ଚ ବିଦ୍ୟାଳୟର ୨୦୧୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶାଳଗ୍ରାମର ଉତ୍ପତ୍ତି ଏବଂ ଏହାର ଆଧ୍ୟାତ୍ମିକ ତତ୍ତ୍ଵ