ମାଡ଼ି ଆସୁଛି ସୌର ଝଡ଼ - ଅକାମି ହୋଇଯିବ ମୋବାଇଲ ଫୋନ ! ବିମାନଯାତ୍ରୀ, ପାଓ୍ବାର ଗ୍ରୀଡ୍ ଓ ରେଡିଓ ଯୋଗାଯୋଗକୁ ବଡ଼ କ୍ଷତି ହେବା ସମ୍ଭାବନା

ସାରା ବିଶ୍ୱ କରୋନା ଭାଇରସ କବଳରେ ରହିଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି କୋଭିଡ- ୧୯ । ଏହାମଧ୍ୟରେ ଆଉ ଏକ ଖରାପ ଖବର ସାମ୍ନାକୁ ଆସୁଛି । ଏତଦ୍ ବ୍ୟତୀତ ଫଙ୍ଗସ୍‌ ରୋଗ ଏବଂ  ପ୍ରାକୃତିକ ବିପର୍ଯୟ ମଧ୍ୟ ପିଛା ଛାଡୁ ନାହିଁ କିଛି ସ୍ଥାନରେ । ଏହି ସମୟରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପୃଥିବୀ ଉପରେ ଆଉ ଏକ ବିପଦ ମାଡି ଆସୁଛି 'ସୌର ଝଡ' ।


ଗତ କିଛିଦିନ ହେବ ସୂର୍ଯ୍ୟ ପୃଷ୍ଠରୁ ଅନେକ ଉତ୍ତପ୍ତ ଗ୍ୟାସ୍ ବାହାରୁଛି । ଯାହାର ପ୍ରଭାବ ପୃଥିବୀ ଉପରେ ପଡିବାର ସମ୍ଭାବନା ଅଧିକ ରହିଛି । ଏହି ଗ୍ୟାସକୁ କରୋନାଲ୍ ମାସ୍ ଇଜେକ୍ସନ୍ କୁହାଯାଏ । ଏହା ଏତେମାତ୍ରାରେ ପ୍ରଭାବି ନୁହେଁ ଯେ ପୃଥିବୀରେ କୌଣସି ବଡ ଧରଣର କ୍ଷତି କରିବ । କିନ୍ତୁ ଏଥିରେ ଚୁମ୍ବକୀୟ ଝଡ ସୃଷ୍ଟି ହୋଇପାରେ । ଯାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡିଛନ୍ତି ।

ଏହି ଚୁମ୍ବକୀୟ ଝଡ ହେବା ଫଳରେ ପୃଥିବାରେ ମୋବାଇଲରେ ଅନେକ ଯୋଗାଯୋଗ ପ୍ରକ୍ରିୟା, ରେଡିଓ କମ୍ୟୁନିକେସନ, ପାଓ୍ୱାର ଗ୍ରୀଡ୍ ଆଦି ପ୍ରଭାବିତ ହେବ । ଏପରିକି ବିମାନଯାତ୍ରୀ ଓ ବିମାନ କର୍ମଚାରୀଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିବ । ଆଉ କିଛି ବର୍ଷ ପରେ ସୌର ଝଡ ଓ ଚୁମ୍ବକୀୟ ଝଡ ଆଦି ସାଧାରଣ କଥା ପାଲଟିବ । ଲଗାତର ଭାବେ ଏପରି ଝଡ ସୃଷ୍ଟି ହେବ । ପୂର୍ବରୁ ୧୭ ବର୍ଷ ତଳେ ପୃଥିବୀ ଉପରେ ସୌର ଝଡର ପ୍ରଭାବ ପଡିଥିଲା ।

ଏହି ସୌର ଝଡ ପ୍ରଭାବରେ ପୃଥିବୀରେ କମ୍ୟୁନିକେସନ ସିଷ୍ଟମ ବା ଯୋଗାଯୋଗ ପ୍ରକ୍ରିୟା ଉପରେ ପ୍ରଭାବ ପଡିବ । ଏପରିକି ଜିପିଏସ ସେବା ଉପରେ ମଧ୍ୟ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ବିମାନ ଯାତ୍ରା ବେଳେ କର୍ମଚାରୀମାନେ ମଧ୍ୟ ଭୁଲ ଯୋଗାଯୋଗର ଶିକାର ହୋଇପାରନ୍ତି ।

ଏହାକୁ ବି ପଢ଼ନ୍ତୁ - History of the Red Cross


ଅଧିକ ଖବର ପାଇଁ କ୍କିକ୍ କରନ୍ତୁ - Pranam news


ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...


ଧନ୍ୟବାଦ🙏

Comments

Popular posts from this blog

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ କଟକ କଲେଜ ରେଡ୍ କ୍ରସ୍ ତରଫରୁ ନୁଅବଜାର ତିନିଘରିଆ ସ୍ଥିତ ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସେବା ଶିବିର

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

ଚିରନ୍ତନ ଓ ପବିତ୍ର ବନ୍ଧୁତା

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ହୃଦୟର ମଣିଷଟିଏ

ପୁଣି ବିବାଦରେ ରାମଲାଲ୍ଲାଙ୍କ ମନ୍ଦିର : - ଜମି କିଣାରେ ଦୁର୍ନୀତି ନେଇ ଅଭିଯୋଗ

ସତସଙ୍ଗ ଉଚ୍ଚ ବିଦ୍ୟାଳୟର ୨୦୧୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Govt comes up with stricter norms for social media, OTT platforms...