ପାରାଦ୍ଵୀପ ଠାରୁ ୩୬୦କି.ମି. ଦୂରରେ ଅଛି ବାତ୍ୟା 'ୟାଶ୍'... ବାଲେଶ୍ଵର ରୁ ଭଦ୍ରକ ଧାମରା ମଧ୍ୟରେ ମାଡ ହେବାର ଅନୁମାନ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ବାତ୍ୟାର ରୂପ ନେବା ପରେ ଉତରପଶ୍ଚିମ ଆଡକୁ ଗତି କରୁଛି । ବଙ୍ଗୋପସାଗରରେ ବିରାଟ ଆକାରରେ ସୃଷ୍ଟି ହୋଇଥିବା ଏହି ଝଡ ବର୍ତ୍ତମାନ ଘଂଟାକୁ ୯ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୬୦ କିଲୋମିଟର ଓ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି ।

ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ଭାରତୀୟ ପାଣିପାଗ ବିଭାଗ କହିଛି ଏହି ବାତ୍ୟା, ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଅର୍ଥାତ ଚାନ୍ଦବାଲିରୁ ଚାନ୍ଦିପୁର ମଧ୍ୟରେ ଲ୍ୟାଣ୍ଡଫଲ କରିବ । ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୫୫-୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ । ଏବଂ ପବନ ଝଟକା ଦେଇ ଘଂଟା ପ୍ରତି ୧୮୫-୧୯୦ କିଲୋମିଟରକୁ ମଧ୍ୟ ଯାଇପାରେ ।

ଓଡିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ ପରେ ସାରା ଓଡିଶା ପ୍ରସ୍ତୁତି ପାଇଁ ତତ୍ପର ହୋଇଛି । କାରଣ ଗୋଟିଏ ପଟେ କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ବାତ୍ୟା ଆଉ ଏକ ବିପଦ ନେଇ ଆସିଛି । ବାଲେଶ୍ୱର-ଭଦ୍ରକ ଉପକୂଳରେ ମାଡ କରିବା ପରେ ଏହି ବାତ୍ୟା ବାରିପଦା ଦେଇ ଝାଡଖଣ୍ଡ ଆଡକୁ ମୁହାଁଇ କ୍ରମଶଃ ଦୁର୍ବଳ ହୋଇଯିବ । ଏସଆରସି କହିଛନ୍ତି, ବାତ୍ୟା ବାଲେଶ୍ୱର , ମୟୁରଭଞ୍ଜ, ଓ କେଉଁଝରର କିଛି ଅଂଶକୁ କଭର କରି ଝାଡଖଣ୍ଡ ଆଡେ ଯିବ ।

ଏହାକୁ ବି ପଢ଼ନ୍ତୁ - History of the Red Cross


ଏଭଳି ସମ୍ୱେଦନ ମୂହୁର୍ତ୍ତରେ ଆପଣ ପାଖରେ କିଛି କାହାର ଦୁର୍ଘଟଣା ଘଟିଲେ ସାହାଯ୍ୟ ନିମିତ୍ତ ଆଗେଇ ଆସନ୍ତୁ । ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ଏବଂ କଳା ବ୍ୟବସାୟୀ ଓ ଗୁଜବକାରୀ ଠାରୁ ଦୂରେଇ ରୁହନ୍ତୁ।


ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...



Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...