ପାରାଦ୍ଵୀପ ଠାରୁ ୩୬୦କି.ମି. ଦୂରରେ ଅଛି ବାତ୍ୟା 'ୟାଶ୍'... ବାଲେଶ୍ଵର ରୁ ଭଦ୍ରକ ଧାମରା ମଧ୍ୟରେ ମାଡ ହେବାର ଅନୁମାନ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ବାତ୍ୟାର ରୂପ ନେବା ପରେ ଉତରପଶ୍ଚିମ ଆଡକୁ ଗତି କରୁଛି । ବଙ୍ଗୋପସାଗରରେ ବିରାଟ ଆକାରରେ ସୃଷ୍ଟି ହୋଇଥିବା ଏହି ଝଡ ବର୍ତ୍ତମାନ ଘଂଟାକୁ ୯ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୬୦ କିଲୋମିଟର ଓ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି ।

ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ଭାରତୀୟ ପାଣିପାଗ ବିଭାଗ କହିଛି ଏହି ବାତ୍ୟା, ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଅର୍ଥାତ ଚାନ୍ଦବାଲିରୁ ଚାନ୍ଦିପୁର ମଧ୍ୟରେ ଲ୍ୟାଣ୍ଡଫଲ କରିବ । ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୫୫-୧୬୫ କିଲୋମିଟର ପ୍ରତି ଘଂଟା ରହିପାରେ । ଏବଂ ପବନ ଝଟକା ଦେଇ ଘଂଟା ପ୍ରତି ୧୮୫-୧୯୦ କିଲୋମିଟରକୁ ମଧ୍ୟ ଯାଇପାରେ ।

ଓଡିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ ପରେ ସାରା ଓଡିଶା ପ୍ରସ୍ତୁତି ପାଇଁ ତତ୍ପର ହୋଇଛି । କାରଣ ଗୋଟିଏ ପଟେ କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ବାତ୍ୟା ଆଉ ଏକ ବିପଦ ନେଇ ଆସିଛି । ବାଲେଶ୍ୱର-ଭଦ୍ରକ ଉପକୂଳରେ ମାଡ କରିବା ପରେ ଏହି ବାତ୍ୟା ବାରିପଦା ଦେଇ ଝାଡଖଣ୍ଡ ଆଡକୁ ମୁହାଁଇ କ୍ରମଶଃ ଦୁର୍ବଳ ହୋଇଯିବ । ଏସଆରସି କହିଛନ୍ତି, ବାତ୍ୟା ବାଲେଶ୍ୱର , ମୟୁରଭଞ୍ଜ, ଓ କେଉଁଝରର କିଛି ଅଂଶକୁ କଭର କରି ଝାଡଖଣ୍ଡ ଆଡେ ଯିବ ।

ଏହାକୁ ବି ପଢ଼ନ୍ତୁ - History of the Red Cross


ଏଭଳି ସମ୍ୱେଦନ ମୂହୁର୍ତ୍ତରେ ଆପଣ ପାଖରେ କିଛି କାହାର ଦୁର୍ଘଟଣା ଘଟିଲେ ସାହାଯ୍ୟ ନିମିତ୍ତ ଆଗେଇ ଆସନ୍ତୁ । ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ଏବଂ କଳା ବ୍ୟବସାୟୀ ଓ ଗୁଜବକାରୀ ଠାରୁ ଦୂରେଇ ରୁହନ୍ତୁ।


ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...



Comments

Popular posts from this blog

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଆଇନ୍ କୁ ଆଖିଠାର

First aid - Recovery position

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

ସମୟର ଚକ୍ରବ୍ୟୁହ