Corona update - ସାରା ଦେଶରେ ଗୋଟିଏ ଦିନରେ ପୁଣି ୯୬ ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ : ୨୪ ଘଂଟାରେ ୪୪୬ ଜଣଙ୍କ ମୃତ୍ୟୁ...

 କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୭ଲକ୍ଷ ୮୮ହଜାର ୨୨୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ତାଲିକାରେ ଏବେ ବି ମହାରାଷ୍ଟ୍ର ଆଗରେ ରହିଛି ।
ସେପଟେ, ରାଜ୍ୟରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ । ୨୪ଘଂଟା ଭିତରେ ରାଜ୍ୟରେ ୫୮୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୪୨ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୪୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୪, କଲାହାଣ୍ଡିରୁ ୬୪, କଟକରୁ ୩୦, ନୂଆପଡ଼ାରୁ ୨୯,ସମ୍ବଲପୁରରୁ ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।



ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |
 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...



ଭ୍ୟାକ୍ସିନ୍ ଆସିଛି ସତ କିନ୍ତୁ କରୋନା ଯାଇନି, ସେଥି ପାଇଁ ଟିକେ ସଚେତନତା ଆବଶ୍ୟକ । ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଆମେ ଡରିବା ନି, ଆମେ ଲଢିବା... ସତ୍ୟବ୍ରତ ପାଣିଗ୍ରାହୀ

Comments

Popular posts from this blog

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Covide 19 update - ସର୍ବକାଳୀନ ରେକର୍ଡ ଭାଙ୍ଗୁଛି କରୋନା

First aid - Recovery position

କରୋନାର ନୂଆ ରୂପ ଏବଂ ନୂଆ ଲକ୍ଷଣ... ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ନୂଆ ଗାଇଡଲାଇନ୍...

Sanitizer instead of Polio drops

ଆଫଗାନ୍ ପୋଲିସ ମୁଖ୍ୟଙ୍କୁ ନିର୍ମମ ଭାବରେ ହତ୍ୟା: ଆଖିରେ ପଟି ବାନ୍ଧି ଆଣ୍ଠେଇ ବସାଇବା ପରେ ଗୁଳି କଲା ତାଲିବାନ

Air pollution and the solution....

United Nations Human Rights Commission speaks on India's agriculture law

କଥା କୁହା ଠାକୁର