Covide 19 update - ସର୍ବକାଳୀନ ରେକର୍ଡ ଭାଙ୍ଗୁଛି କରୋନା

 କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ପ୍ରଥମଥର ପାଇଁ ଦେଶରେ ଗତ ୨୪ ଘଂଟାରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୧,୦୩,୫୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୪୭୮ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ୨୦୨୦ ସେପ୍ଟେମ୍ବର ୧୭ ତାରିଖରେ ଚିହ୍ନଟ ହୋଇଥିଲେ । ଏହିଦିନ ୯୭,୮୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି କ୍ରମରେ ପାଖା ପାଖି ସାଢେ ୬ ମାସ ପରେ ପୁଣି କରୋନା ଆତଙ୍କ ଭାରତରେ ସବୁ ରେକର୍ଡ ଭାଙ୍ଗିଛି ।
  କହିରଖୁ କି, ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୮୯,୦୬୭ କୁ ବୃଦ୍ଧି ପାଇଛି । ଏହାସହ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧,୬୫,୧୦୧ ରେ ପହଂଚିଛି । ତାଜା ସୂଚନା ମୁତାବକ ଏବେ ୭,୪୧,୮୩୦ ଜଣ ଚିକିତ୍ସିତ ହେଉଛନ୍ତି ।

ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡା କଟକଣା ଲଗାଯାଇ ନଥିବା ବେଳେ କିଛି ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ମିନି କଣ୍ଟେନମେଣ୍ଟ ଜୋନ ଓ ପାକ୍ଷୀକ ଲକଡାଉନ୍ ଘୋଷଣା କରିଛନ୍ତି ।



ଭ୍ୟାକ୍ସିନ୍ ଆସିଛି ସତ କିନ୍ତୁ କରୋନା ଯାଇନି, ସେଥି ପାଇଁ ଟିକେ ସଚେତନତା ଆବଶ୍ୟକ । ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଆମେ ଡରିବା ନି, ଆମେ ଲଢିବା... ସତ୍ୟବ୍ରତ ପାଣିଗ୍ରାହୀ

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...