ଡରଉଛି କରୋନା :- ୨୪ ଘଣ୍ଟାରେ ୨ ଲକ୍ଷ ୭୩୯ ସଂକ୍ରମିତ... ୧୦୩୮ ମୃତ୍ୟୁ, ରାଜ୍ୟରେ ୩ହଜାର ପାଖାପାଖି ଦୈନିକ ସଂକ୍ରମଣ

 ଦେଶରେ କରୋନା ସଂକ୍ରମଣର ହାର ପ୍ରତ୍ୟକଦିନ ରେକର୍ଡ ଭାଙ୍ଗୁଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ଡାକ୍ତର ଓ ବିଶେଷଜ୍ଞମାନେ ଯେଭଳି ଆକଳନ କରିଥିଲେ ଏବେ ଠିକ୍ ସେହିଭଳି ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୩୯ ଜଣ  ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଯାହାକି ଦେଶରେ ଗୋଟିଏ ଦିନରେ ସବୁଠାରୁ ଅଧିକ ସଂକ୍ରମଣ ବୋଲି କୁହାଯାଇଛି ।
ସେପଟେ ସଂକ୍ରମଣ ହାର ବୃଦ୍ଧି ସହିତ ମୃତ୍ୟୁହାର ବି ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ଦେଶରେ ୧୦୩୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୦ ହଜାର ୩୦୦ କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ବ୍ୟତୀତ ଏବେ ୧୪ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ରହିଛି । ସେପଟେ ଦେଶରେ ୨୪ ଘଂଟା ମଧ୍ୟରେ ୯୩,୫୨୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  କରୋନା ସଂକ୍ରମଣରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧,୭୩,୧୨୩ କୁ ବୃଦ୍ଧି ପାଇଛି ।
ଦେଶରେ ସବୁଠାରୁ ଅଧିକ ସଂକ୍ରମିିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରୁ ୫୮.୯୫୨, ଉତ୍ତରପ୍ରଦେଶରୁ ୨୦,୫୧. ଦିଲ୍ଲୀ ୧୭,୨୮୨, ଛତିଶଗଡ ୧୪,୨୫୦,ମଧ୍ୟପ୍ରଦେଶ ୯୭୨୦, ଗୁଜୁରାତ ୭.୪୧୦ ଓ ବିହାରରେ ୪୭୮୬ ଜଣ ସଂକ୍ରମିତ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ୩ହଜାର ପାଖାପାଖି ପହଂଚିଲା ଦୈନିକ ସଂକ୍ରମଣ । ଗତ ୨୪ଘଂଟାରେ ରାଜ୍ୟରେ ୨ହଜାର ୯୮୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିରୁ ଓ କେନ୍ଦୁଝରରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୧ହଜାର ୯୩୫ରେ ପହଂଚିଛି ।
ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ଜଣ ପଜିଟିଭ ବାହାରିଥିବା ବେଳେ ଖୋର୍ଦ୍ଧାରୁ ୪୩୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୯ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଥିବା ବେଳେ ୬ଟି ଜିଲ୍ଲାରେ ୨୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଗତ ୧୫ଦିନରେ ରାଜ୍ୟରୁ ୧୭ହଜାର ୪୨୫ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୨୬୦, କଟକରୁ ୨୦୮, ନୂଆପଡାରୁ ୧୫୧, ରାୟଗଡାରୁ ୧୪୮, ବରଗଡରୁ ୧୨୬, ପୁରୀରୁ ୧୧୨ ଓ ବଲାଙ୍ଗୀରରୁ ୧୧୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ଥିବା ବେଳେ ୭ଟି ଜିଲ୍ଲା ୟେଲୋ ଜୋନରେ ରହିଛି । ସମ୍ବଲପୁର, ବରଗଡ, କଳାହାଣ୍ଡି, ନୂଆପଡା, କଟକ, ପୁରୀ ଓ ବଲାଙ୍ଗୀର ୟେଲୋ ଜୋନକୁ ଯାଇଛି ।





ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...



ଭ୍ୟାକ୍ସିନ୍ ଆସିଛି ସତ କିନ୍ତୁ କରୋନା ଯାଇନି, ବରଂ  ଦିନକୁ ଦିନ ସଂକ୍ରମଣ ବିଢିବାରେ ଲାଗିଛି । ସେଥି ପାଇଁ ଟିକେ ସଚେତନତା ଆବଶ୍ୟକ । ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ...  ( ପ୍ରଣାମ ଗ୍ରୁପ୍ )

(Please wear mask)

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...