କରୋନାର ନୂଆ ରୂପ ଏବଂ ନୂଆ ଲକ୍ଷଣ... ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ନୂଆ ଗାଇଡଲାଇନ୍...

ଦିନକୁ ଦିନ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି କରୋନାର ଦ୍ୱିତୀୟ ଲହର । ହୁ ହୁ ହୋଇ ସଂଖ୍ୟା ବଢୁଛି, ନୂଆ ରୂପ ନେଉଛି, ନୂଆ ଲକ୍ଷଣ ବି ପ୍ରକାଶ ପାଉଛି । ନଜର ପକାନ୍ତୁ, କରୋନାର ନୂଆ ଲକ୍ଷଣ ଊପରେ...

କରୋନା: ନୂଆ ରୂପ, ନୂଆ ଲକ୍ଷଣ:-

* ଦେହ ହାତ ଅବଶ ଲାଗିବା
* ଭୋକ ନହେବା
* ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା
* ଦିନକୁ ୪-୫ ଥର ପତାଳା ଝାଡ଼ା ହେବା
* ଚର୍ମ ରୋଗ ନୂଆ କରି ଦେଖାଦେବା
* ଚର୍ମ କୁଣ୍ଡାଇ ହୋଇ ଲାଲ କିମ୍ବା ନୀଳ ପଡ଼ିବା
* ଗଳା ଦରଜ ହେବା, ନାକ ଚୁଣ୍ଟି ହେବା
* ସାମାନ୍ୟ କାଶ ହେବା ସହ ଛାତିରେ ସାମାନ୍ୟ ଯନ୍ତ୍ରଣା ହେବା

କରୋନା ଭୂତାଣୁ ରୂପ ବଦଳାଇବା ସହ ଦ୍ୱିତୀୟ ଲହରରେ ଲକ୍ଷଣ ମଧ୍ୟ ବଦଳିବାରେ ଲାଗିଛି । ଯଦି ଆପଣଙ୍କ ଠାରେ ନୂଆ ଲକ୍ଷଣ ଦେଖା ଯାଉଛି, ତାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ । ନୂଆ ପ୍ରଜାତିର କରୋନା ଭୂତାଣୁ ପ୍ରତି ଅଧିକ ସତର୍କତା ଆବଶ୍ୟକ । କାରଣ, ଏହା –

* ନୂଆ ପ୍ରଜାତିର ଭୂତାଣୁ ଅଧିକ ସଂକ୍ରମକ

* ଶୁଖିଲା ବସ୍ତୁ ଉପରେ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ

* କେତେକ ନୂଆ ପ୍ରଜାତି ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ଓ ନିୟନ୍ତ୍ରଣ କରିବା କଷ୍ଟ

* ସତର୍କ ନରହିଲେ ପୁଣି ଥରେ ଲକଡାଉନ୍ ଓ ସଟଡାଉନ୍ ଭଳି ସ୍ଥିତି ଉପୁଜିପାରେ

କରୋନା ବିରୋଧରେ ଲଢ଼େଇରେ ଜିତିବା ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛି ସତର୍କ ରହିବା ଏବଂ ସାବଧାନତା ଅବଲମ୍ବନ କରିବା । ପ୍ରଥମ ଲହର ବେଳେ ଆମ ପାଖରେ ଟିକା ନଥିଲା, ହେଲେ କୋଭିଡ୍ ନିୟମ ପାଳନ କରି ଆମେ ନିଜକୁ ବଂଚାଇ ରଖିବାରେ ସମର୍ଥ ହୋଇଥିଲେ ।




ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...



ଭ୍ୟାକ୍ସିନ୍ ଆସିଛି ସତ କିନ୍ତୁ କରୋନା ଯାଇନି, ସେଥି ପାଇଁ ଟିକେ ସଚେତନତା ଆବଶ୍ୟକ । ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।  ଆମେ ଡରିବା ନି, ଆମେ ଲଢିବା... ( ପ୍ରଣାମ ଗ୍ରୁପ୍ )

(Please wear mask)

Comments

Popular posts from this blog

ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ କଟକ କଲେଜ ରେଡ୍ କ୍ରସ୍ ତରଫରୁ ନୁଅବଜାର ତିନିଘରିଆ ସ୍ଥିତ ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସେବା ଶିବିର

ସମାଜ ପ୍ରତି ସ୍ୱାର୍ଥ ର ପ୍ରଭାବ

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

ଆଜିର ଚର୍ଚ୍ଚା :- ବ୍ରାହ୍ମଣ ଜାତି ଏବଂ ପରିଚୟ

The Formation of the IFRC - History of the Red Cross