ଆଇନ୍ କୁ ଆଖିଠାର

ଏହି ଦୁନିଆ ବଡ ବିଚିତ୍ର ! କାହାର ମନ ଭିତରେ କଣ ଅଛି ତାହା କେବଳ ଦୁଇ ଜଣକୁ ହିଁ ଜଣା । ଜଣେ ସେହି ବ୍ୟକ୍ତି ଏବଂ ଆଉ ଜଣେ ହେଉଛନ୍ତି ସ୍ଵୟଂ ବିଧାତା । ଏଠି କେହି କାହାର ନୁହେଁ । ସମସ୍ତେ ନିଜ ସ୍ବାର୍ଥ ସମ୍ବରଣ ନିମନ୍ତେ ଆଗଭର । ସ୍ବାର୍ଥର ହାନି ଘଟିଲେ ହୋଇ ଯାଏ ଏଠି ମହାଭାରତ।
କିଏ ଏଠି କେବଳ ନିଜ ସ୍ବାର୍ଥ ହାସଲ ଏବଂ ଅନ୍ୟକୁ ଠକିବା ପାଇଁ ନିଜର ବୁଦ୍ଧି ବା ଜ୍ଞାନର ପ୍ରୟୋଗ କରୁଛି ତ ଆଉକିଏ ବଳର । ସେଇପରି କିଛି ଲୋକ ଟିକେ ସୁଯୋଗ ଦେଖିଲେ ଯେପରି ଚିଲ, ଶାଗୁଣା ଆସି ମାଡ଼ି ଆସନ୍ତି ନିଜର ଶିକାର ପାଖକୁ ଠିକ୍ ସେପରି କିଛି ବ୍ୟକ୍ତି ସମୟର ଚକ୍ରବ୍ୟୁହ ରେ ଫଶି ଯାଇଥିବା ହତାଦର ମାନିଷ କୁ କରନ୍ତି ସେ ତାଙ୍କର ଶିକାର । ଶିକାର କରିବା ପାଇଁ ତାଙ୍କର କୌଣସି ପ୍ରକାରର ପଞ୍ଝା ନଥାଏ କିନ୍ତୁ କାଫି ହୋଇଥାଏ ତାଙ୍କର ସେହି ଜ୍ଞାନର ଷଡଯନ୍ତ୍ର ର ଜାଲ। ଏଠାରୁ ବାହାରିବା ହୋଇଯାଏ ବହୁତ କଷ୍ଟ । ଏମାନଙ୍କ ଠାରୁ ମୁକୁଳିବା ହୁଏନି ସେତିକି ସହଜ । କାରଣ ଏହା ବୁଢିଆଣୀ ଜାଲ ପରି ଥାଏ ଶିକାରକୁ ଜାବୁଡ଼ି ଧରି ରଖିଥିବାର ଶକ୍ତି। ବାସ୍ ଯିଏ ସେଥିରେ ଥରେ ପଡ଼ି ଯାଏ ହୋଇଯାଏ ଶିକାର । ଏବଂ ଯେ ସେଠୁ ବାହାରି ପଡ଼େ ରହିଯାଏ ତାର ଅମୂଲ୍ୟ ଜୀବନ ।
ଆଜିର ଦିନରେ ପ୍ରତ୍ୟେକ ଦିନ ସକାଳୁ ଉଠି ଖବର କାଗଜର ପୃଷ୍ଠା ଓଲ୍ଟାଇଲା ବେଳକୁ ଦେଖିବେ କେବଳ ଏହି ମାନଙ୍କ ଖବର ଅଧିକାଂଶ ଶିରୋନାମା ଲିପିବଦ୍ଧ ହୋଇଥିବ । ଆଜିର ଆଇନ କୁ କିଛି ଏହିଭଳି ଅସାମାଜିକ, ପାଶବିକ ବ୍ୟକ୍ତି ଚକମା ଦେଇ ସମାଜରେ ନିଜର କାୟା ବିସ୍ତାର କରୁଛନ୍ତି ।ଏଥିପ୍ରତି ଆଇନ୍ ଯଦି ସୁଦୃଢ଼ ହୁଅନ୍ତା ତେବେ ଯାଇ ଏମାନଙ୍କର ଚେତା ପଶନ୍ତା ।କିନ୍ତୁ ଏପରି ନ ହେବାରୁ ଏମାନଙ୍କର ଆଇନକୁ ଆଖିଠାର ବଢିବାରେ ଲାଗିଛି ।
ଏମାନଙ୍କ ଠାରୁ କେବଳ ଦୂରେଇ ରହିବା ହିଁ ଦରକାର । କାରଣ ବିଷଧର ସାପ କୁ ଯେତେ କ୍ଷୀର ପିଏଇଲେ ବି ସେ ଦଂଶନ କରିବାକୁ ପଛ ଘୁଂଚା ଦିଏ ନି ।ଠିକ୍ ସେହିପରି ଏମାନେ ମଧ୍ୟ ଦଂଶନ କରିବାକୁ ଦିଅନ୍ତି ନାହିଁ ପଛ ଘୁଂଚା।

ନିଜ ଅନୁଭୂତିରୁ କିଛି ଲେଖା ଲେଖିଛି ଭଲ ଲାଗିଲେ କମେଣ୍ଟ ଓ ସେୟାର କରିବେ 🙏🙏

ଇତି ଆପଣଙ୍କର ହିତେଶ୍ରୀ - ସତ୍ୟବ୍ରତ

Comments

Popular posts from this blog

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଟିକେ କୋହଳ ହେଲା... ତଥାପି କଟକ ସମେତ ୧୩ଟି ଜିଲ୍ଲାରେ ୬ ଟା ରୁ ୧ ଟା ଯାଏଁ ଅତ୍ୟାବଶ୍ୟକ ଦୋକାନକୁ ଅନୁମତି

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58