କଟକ ମହାବିଦ୍ୟାଳୟ ରେଡ୍‌କ୍ରସ୍ ୟୁନିଟ ତରଫରୁ ତମାଖୁ ନିଷେଧ ୱେବିନାର୍

କଟକ ମହାବିଦ୍ୟାଳୟ ରେଡ୍‌କ୍ରସ୍ ୟୁନିଟ ତରଫରୁ ବିଶ୍ଵ ତମାଖୁ ନିଷେଧ ଦିବସ ସଚେତନତା ୱେବିନାର ତା ୩୧/୦୫/୨୦୨୨ ରିଖ ରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. କେଶବଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନରରେ ମୁଖ୍ୟଅତିଥ୍ ଭାବେ ଓଡିଶା ରକ୍ତ ଦାତା ମହାସଂଘର କାର୍ଯ୍ୟକାରୀ ସଭାପତି ତଥା କୋରାପୁଟ ଜିଲ୍ଲା ରେଡ୍ କ୍ରସ୍ ସଂଯୋଜକ ଡଃ ନରେଶଚନ୍ଦ୍ର ସାହୁ ଓ କଲେଜର ଆକାଉଣ୍ଟସ୍ ବରସାର ଶାରଦା କର ଯୋଗ ଦେଇଥିଲେ । ତମ୍ବାଖୁ କିଭଳି ଭାବେ ମାନବ ସମାଜ ପାଇଁ ବିପଦ ସାଜିଛି ତାହା ଅତି ସରଳ ଭାବରେ ବର୍ଣ୍ଣନା କରିଥିଲେ କଲେଜ ଅଧ୍ୟକ୍ଷ ଡ଼. କେଶବ ସାର୍ । ତମାଖୁ ନିଷେଧ ଅଭିଯାନରେ କିଭଳିଭାବେ ଯୁବପିଢି ଙ୍କ ଭୂମିକା ରହିଛି ତାହା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଅଧ୍ୟାପକ କୁମାର ପ୍ରଦୀପ୍ତ ମିଶ୍ର । ଏବଂ ରେଡ୍ କ୍ରସ୍ ଉପଦେଷ୍ଟା ପ୍ରାଧ୍ୟାପିକା ଡକ୍ଟର ପ୍ରଣତୀ ପଟ୍ଟନାୟକ ମଧ୍ୟ ତାଙ୍କର ଉପୋଯୋଗୀ ଅଭିଭାଷଣ ସ୍ବେଛାସେବୀ ମାନଙ୍କ ପାଇଁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରେଡ୍ କ୍ରସ୍ ସ୍ବେଚ୍ଛାସେବୀ ସତ୍ୟବ୍ରତ ପାଣିଗ୍ରାହୀ, ରାଜୀବ ସ୍ବାଇଁ, ଅଙ୍କିତା ବେହେରା, କୁଲଦୀପ ମହାନ୍ତି, ଅଙ୍କିତା ବିଶୋୟୀ, ପ୍ରସନ୍ନ ସାହୁ, ହିତେଶ ପଣ୍ଡା, ସୁପ୍ରିୟା ସାହୁ, ଅୟସକାନ୍ତ ଦାସ, କାହାକାସନ୍ ମୁମତାଜ୍, ସ୍ମୃତିରେଖା ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚଳଚ୍ଚିତ୍ର ଏବଂ ବିଜ୍ଞାପନ ରେ ତମାଖୁ ର ଅଧିକ ପ୍ରଚାର ଦ୍ଵାରା କିଭଳି ଭାବେ ଯୁବଗୋଷ୍ଠୀ ପ୍ରଭାବିତ ହେଉଛନ୍ତି ତାହା ସ୍ବେଛାସେବୀ ସତ୍ୟବ୍ରତ ପାଣିଗ୍ରାହୀ ଉପସ୍ଥାପନ କରିଥିଲେ ଏତଦ୍ ବ୍ୟତୀତ ଅନ୍ୟମାନେ ମଧ୍ୟ ତାଙ୍କ ମହତ୍ତ୍ଵପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ରେଡ୍ କ୍ରସ୍ କାଉନସିଲର ତଥା ଅଧ୍ୟାପକ କୁମାର ପ୍ରଦୀପ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରି କାଯ୍ୟକ୍ରମ ସାନ୍ଧ୍ୟ କରିଥିଲେ ।



ତମାଖୁ ସେବନ, କ୍ୟାନସରର କାରଣ.... 

Comments

Post a Comment

Popular posts from this blog

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

ସମାଜ ପ୍ରତି ସ୍ୱାର୍ଥ ର ପ୍ରଭାବ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Govt comes up with stricter norms for social media, OTT platforms...

Sabnam is first woman to be hanged in independent India. Here's the story of her horrific crime...

ପରିସ୍ଥିତିର ଚକ୍ରବ୍ୟୁହରେ ବାଟବଣା ମଣିଷଟିଏ...

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ