ଦ୍ୱନ୍ଦରେ "ଅସାନି"ର ଗତିପଥ... ପ୍ରତିଦିନ ବଦଳୁଛି ଆକଳନକାରୀ ସଂସ୍ଥାମାନଙ୍କର ଅନୁମାନ...

ବାତ୍ୟା ଅସାନିକୁ ପୂର୍ବାନୁମାନ କରିବା ପାଣିପାଗ ବିଜ୍ଞାନୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ବିଭିନ୍ନ ପାଣିପାଗ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ଆକଳନ କରାଯାଉଛି । କେତେବେଳେ ଏହା ବିଶାଖାପାଟନମରେ ଆଂଶିକ ଭାବେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଥିବାବେଳେ, ଆଇଏମଡି କିନ୍ତୁ କହୁଛି ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳର ସମାନ୍ତରାଳ ଗତିପଥରେ ଚାଲିବ । ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି ଡଟ୍ କମ୍ ମଧ୍ୟ ବାରମ୍ବାର ଏହାର ପୂର୍ବାନୁମାନକୁ ବଦଳାଉଛି । ଅନେକ ସମୟରେ ବାତ୍ୟାର ପୂର୍ବାନୁମାନରେ ପରିବର୍ତ୍ତନ ହୁଏ କିନ୍ତୁ ଏହି ଅସାନି ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀଙ୍କ ମଧ୍ୟରେ ଅଧିକ ଦ୍ୱିନ୍ଦ୍ୱ ଦେଖିବାକୁ ମିଳିଛି ।
ଦୃଶ୍ୟମାନ ହେଲା ‘ଅସାନି’ର ଆଖି । ଆଜି ସକାଳ ୯ଟାରେ ମଛଲୀପାଟନମ୍ ଡପ୍ଲର ରାଡାରରେ ଭୀଷଣ ବାତ୍ୟା ‘ଅସାନି’ର ଆଖି ଦୃଶ୍ୟମାନ ହୋଇଛି । ଗତ ୬ ଘଂଟା ହେବ ୧୦ କିଲୋମିଟର ବେଗରେ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରୁଛି ଅସାନି । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି । ସେହିପରି ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ରୀ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ ।

Comments

Popular posts from this blog

ହୃଦୟର ମଣିଷଟିଏ

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

କଟକ କଲେଜ୍‌ର YRC ୟୁନିଟ ତରଫରୁ ଅନୁଷ୍ଠିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲକଡାଉନ୍ ସମୟରେ ସାଇବର ଅପରାଧର ଦ୍ରୁତ ବୃଦ୍ଧି: ଅର୍ଣ୍ଣବ ଚକ୍ରବର୍ତ୍ତୀ

ସତସଙ୍ଗ ଉଚ୍ଚ ବିଦ୍ୟାଳୟର ୨୦୧୫ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶାଳଗ୍ରାମର ଉତ୍ପତ୍ତି ଏବଂ ଏହାର ଆଧ୍ୟାତ୍ମିକ ତତ୍ତ୍ଵ