ଦ୍ୱନ୍ଦରେ "ଅସାନି"ର ଗତିପଥ... ପ୍ରତିଦିନ ବଦଳୁଛି ଆକଳନକାରୀ ସଂସ୍ଥାମାନଙ୍କର ଅନୁମାନ...

ବାତ୍ୟା ଅସାନିକୁ ପୂର୍ବାନୁମାନ କରିବା ପାଣିପାଗ ବିଜ୍ଞାନୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ବିଭିନ୍ନ ପାଣିପାଗ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାର ଆକଳନ କରାଯାଉଛି । କେତେବେଳେ ଏହା ବିଶାଖାପାଟନମରେ ଆଂଶିକ ଭାବେ ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଥିବାବେଳେ, ଆଇଏମଡି କିନ୍ତୁ କହୁଛି ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳର ସମାନ୍ତରାଳ ଗତିପଥରେ ଚାଲିବ । ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡି ଡଟ୍ କମ୍ ମଧ୍ୟ ବାରମ୍ବାର ଏହାର ପୂର୍ବାନୁମାନକୁ ବଦଳାଉଛି । ଅନେକ ସମୟରେ ବାତ୍ୟାର ପୂର୍ବାନୁମାନରେ ପରିବର୍ତ୍ତନ ହୁଏ କିନ୍ତୁ ଏହି ଅସାନି ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀଙ୍କ ମଧ୍ୟରେ ଅଧିକ ଦ୍ୱିନ୍ଦ୍ୱ ଦେଖିବାକୁ ମିଳିଛି ।
ଦୃଶ୍ୟମାନ ହେଲା ‘ଅସାନି’ର ଆଖି । ଆଜି ସକାଳ ୯ଟାରେ ମଛଲୀପାଟନମ୍ ଡପ୍ଲର ରାଡାରରେ ଭୀଷଣ ବାତ୍ୟା ‘ଅସାନି’ର ଆଖି ଦୃଶ୍ୟମାନ ହୋଇଛି । ଗତ ୬ ଘଂଟା ହେବ ୧୦ କିଲୋମିଟର ବେଗରେ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରୁଛି ଅସାନି । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିଲୋମିଟର ଦୂରରେ ରହିଛି । ସେହିପରି ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ରୀ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ ।

Comments

Popular posts from this blog

Govt comes up with stricter norms for social media, OTT platforms...

Sabnam is first woman to be hanged in independent India. Here's the story of her horrific crime...

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନିର୍ବାଚନ କମିଶନର - ଦାୟୀତ୍ଵ ପ୍ରଦାନ କଲେ 'ମହାମହିମ ରାଷ୍ଟ୍ରପତି'

ଲକଡାଉନ୍ ସମୟରେ ସାଇବର ଅପରାଧର ଦ୍ରୁତ ବୃଦ୍ଧି: ଅର୍ଣ୍ଣବ ଚକ୍ରବର୍ତ୍ତୀ

Two minors drowned in the river. The bodies were recovered from the Patali river in the Nandapur block of Koraput district...

ପୁଣି ବଢ଼ିବ କି ଲକ୍ଡ଼ାଉନ୍‌ ? ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ମଧ୍ୟ ଆଗକୁ ରହିଛି ବଡ଼ ବିପଦ

ଶାଳଗ୍ରାମର ଉତ୍ପତ୍ତି ଏବଂ ଏହାର ଆଧ୍ୟାତ୍ମିକ ତତ୍ତ୍ଵ