ଦୁର୍ବଳ ହେଉଛି ବାତ୍ୟା "ଅସାନି"

ଆଜିଠୁ କମିବ ଭୀଷଣ ବାତ୍ୟା ‘ଅସାନି’ର ବଳ । ଦିଗ ବଦଳାଇବା ସହ ଏହା ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହେବ । ଗତ ୬ ଘଣ୍ଟା ହେବ ୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦ କିଲୋମିଟର ଦୂରରେ ରହିଛି । ସେହିପରି ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ରୀ ସୁଦ୍ଧା ଉତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା ସମ୍ଭାବନା ରହିଛି ।
ଏହା ଧୀରେ ଧୀରେ ଦୁର୍ବଳ ହେବ ଓ ୨୪ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବ । ପରେ ଅବପାତରେ ପରିଣତ ହେବ । ପାଣିପାଗ ବିଭାଗର ଆକଳନ କହୁଛି, ୧୨ ତାରିଖ ବେଳକୁ ବାତ୍ୟା ଗୋପାଳପୁରଠାରୁ ୭୮ କିଲୋମିଟର ଦୂର ସମୁଦ୍ରରେ ଗତି କରିବ । ପୁରୀଠାରୁ ୧୫୩ କିଲୋମିଟର ଦୂର ସମୁଦ୍ରରେ ଥିବ । ସେହିପରି ରାଜଧାନୀ ଭୁବନେଶ୍ୱର ୧୯୯ କିଲୋମିଟର ଦୂରତାରେ ସମୁଦ୍ରରେ ଗତି କରିବ । ବଡ଼ କଥା ହେଉଛି ଓଡ଼ିଶା ସୀମା ପାଖେଇବା ପୂର୍ବରୁ ଅସାନି ଅବପାତର ରୂପ ନେଇ ସାରିଥିବ । ଏହି ରୂପ ଧରି ଅସାନି ପୂରା ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି ।

Comments

Popular posts from this blog

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58

ଆସିଲା ନୂଆ କୋଭିଡ ଗାଇଡଲାଇନ