କଟକ କଲେଜ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବିଦ୍ୟାଧରପୁରସ୍ଥିତ କଟକ ମହାବିଦ୍ୟାଳୟ ରେଡ୍ କ୍ରସ୍ ୟୁନିଟ ତରଫରୁ ବିଶ୍ଵ ରେଡକ୍ରସ୍ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡକ୍ଟର କେଶବଚନ୍ଦ୍ର ସାହୁଙ୍କ ଦିଗଦର୍ଶନରେ ଓ ରେଡ୍ କ୍ରସ୍ ଅଫିସର ଅଧ୍ୟାପକ କୁମାର ପ୍ରଦୀପ୍ତ ମିଶ୍ରଙ୍କ ସଂଯୋଜନାରେ କଟକ ରେଡ୍ କ୍ରସ୍‌ ବ୍ଲଡ୍ ବ୍ୟାଙ୍କ୍ ଠାରେ ଏହି ଶିବିରର ଆୟୋଜନ କରାଯାଇଥିଲା।
 ଅଧ୍ୟକ୍ଷ ଡକ୍ଟର ସାହୁ ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ରକ୍ତଦାନ ସର୍ବଶ୍ରେଷ୍ଠ ପୂଣ୍ୟ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତ ରାୟ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ରାଜଲକ୍ଷ୍ମୀ ବିଶ୍ବାଳ, ବ୍ଲଡ୍ ବ୍ୟାଙ୍କ୍ ନିର୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ, ଡାକ୍ତର ରଘୁନାଥ ବେହେରା ପ୍ରମୁଖ ଶିବିର ପରିଦର୍ଶନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
 ରେଡ୍ କ୍ରସ୍ ରାଜ୍ୟ ସଂଯୋଜକ ଗୋପାଳକୃଷ୍ଣ ମିଶ୍ର ଓ ଡିଷ୍ଟ୍ରିକ୍ଟ କନଭେନର ସେକ୍ରେଟାରୀ ଡଃ ସସ୍ମିତା ପଟ୍ଟନାୟକ ଏହି ଧାରା ବଜାୟ ରଖିବା ସହ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ପରାମର୍ଶ ଦେଇଥିଲେ। କଲେଜ ଅଧ୍ୟକ୍ଷ, ରେଡ୍ କ୍ରସ୍ ଅଫିସର ଓ ଅଫିସ୍ ସହାୟକ ନାରାୟଣ ମହାରଣାଙ୍କ ସମେତ ୧୮ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ବ୍ଲଡ୍ ବ୍ୟାଙ୍କ୍ ତରଫରୁ ଅବିନାଶ ଦାଶ, ଭାଗ୍ୟଧର ସାହୁ ଓ ପ୍ରଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଯୋଗ ଦେଇଥିଲେ । ରାଜୀବ ସ୍ୱାଇଁ, ଶ୍ରେୟା ମହାରଣା, ଅନାମିକା ରାଉତରାୟ, କୁଲଦୀପ ମହାନ୍ତି, ସତ୍ୟଜିତ ପୃଷ୍ଟି, ସତ୍ୟବ୍ରତ ପାଣିଗ୍ରାହୀ ଶିବିର ପରିଚାଳନାରେ ସହାୟତା କରିଥିଲେ। ପରିଶେଷରେ ସମସ୍ତ ରକ୍ତ ଦାତା ମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇ ଶିବିର ଭଙ୍ଗ କରାଯାଇଥିଲା।



ଆମ website କୁ Google ରେ ସର୍ଚ୍ଚ କରନ୍ତୁ - www.newspranamindia.blogspot.com

Comments

Post a Comment

Popular posts from this blog

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58

ଆସିଲା ନୂଆ କୋଭିଡ ଗାଇଡଲାଇନ