କଟକ କଲେଜ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବିଦ୍ୟାଧରପୁରସ୍ଥିତ କଟକ ମହାବିଦ୍ୟାଳୟ ରେଡ୍ କ୍ରସ୍ ୟୁନିଟ ତରଫରୁ ବିଶ୍ଵ ରେଡକ୍ରସ୍ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡକ୍ଟର କେଶବଚନ୍ଦ୍ର ସାହୁଙ୍କ ଦିଗଦର୍ଶନରେ ଓ ରେଡ୍ କ୍ରସ୍ ଅଫିସର ଅଧ୍ୟାପକ କୁମାର ପ୍ରଦୀପ୍ତ ମିଶ୍ରଙ୍କ ସଂଯୋଜନାରେ କଟକ ରେଡ୍ କ୍ରସ୍‌ ବ୍ଲଡ୍ ବ୍ୟାଙ୍କ୍ ଠାରେ ଏହି ଶିବିରର ଆୟୋଜନ କରାଯାଇଥିଲା।
 ଅଧ୍ୟକ୍ଷ ଡକ୍ଟର ସାହୁ ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ରକ୍ତଦାନ ସର୍ବଶ୍ରେଷ୍ଠ ପୂଣ୍ୟ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତ ରାୟ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ରାଜଲକ୍ଷ୍ମୀ ବିଶ୍ବାଳ, ବ୍ଲଡ୍ ବ୍ୟାଙ୍କ୍ ନିର୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ, ଡାକ୍ତର ରଘୁନାଥ ବେହେରା ପ୍ରମୁଖ ଶିବିର ପରିଦର୍ଶନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
 ରେଡ୍ କ୍ରସ୍ ରାଜ୍ୟ ସଂଯୋଜକ ଗୋପାଳକୃଷ୍ଣ ମିଶ୍ର ଓ ଡିଷ୍ଟ୍ରିକ୍ଟ କନଭେନର ସେକ୍ରେଟାରୀ ଡଃ ସସ୍ମିତା ପଟ୍ଟନାୟକ ଏହି ଧାରା ବଜାୟ ରଖିବା ସହ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ପରାମର୍ଶ ଦେଇଥିଲେ। କଲେଜ ଅଧ୍ୟକ୍ଷ, ରେଡ୍ କ୍ରସ୍ ଅଫିସର ଓ ଅଫିସ୍ ସହାୟକ ନାରାୟଣ ମହାରଣାଙ୍କ ସମେତ ୧୮ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ବ୍ଲଡ୍ ବ୍ୟାଙ୍କ୍ ତରଫରୁ ଅବିନାଶ ଦାଶ, ଭାଗ୍ୟଧର ସାହୁ ଓ ପ୍ରଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଯୋଗ ଦେଇଥିଲେ । ରାଜୀବ ସ୍ୱାଇଁ, ଶ୍ରେୟା ମହାରଣା, ଅନାମିକା ରାଉତରାୟ, କୁଲଦୀପ ମହାନ୍ତି, ସତ୍ୟଜିତ ପୃଷ୍ଟି, ସତ୍ୟବ୍ରତ ପାଣିଗ୍ରାହୀ ଶିବିର ପରିଚାଳନାରେ ସହାୟତା କରିଥିଲେ। ପରିଶେଷରେ ସମସ୍ତ ରକ୍ତ ଦାତା ମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇ ଶିବିର ଭଙ୍ଗ କରାଯାଇଥିଲା।



ଆମ website କୁ Google ରେ ସର୍ଚ୍ଚ କରନ୍ତୁ - www.newspranamindia.blogspot.com

Comments

Post a Comment

Popular posts from this blog

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଆଇନ୍ କୁ ଆଖିଠାର

First aid - Recovery position

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

ସମୟର ଚକ୍ରବ୍ୟୁହ