ଜଗନ୍ନାଥଙ୍କ ବନ୍ଧୁ

ପୁରୀ ବଡ଼ ଦାଣ୍ଡରେ ଡହଡହ ଖରାରେ ପିଲାଟି ସଳିତା ଓ ନିର୍ମାଲ୍ୟ ବିକ୍ରି କରୁଥାଏ।ଲୋକ ମାନେ ମୂଲଚାଲ କରୁଥାନ୍ତି।ଏହିସମୟରେ ଜଣେ ସହୃଦୟ ବ୍ୟକ୍ତିଙ୍କ ନଜର ପଡିଲା ପିଲାଟିର ପାଦ ଉପରେ ।ବିଚରାର ପାଦ ଦୁଇଟି ଜଳି ଯାଉଥିଲା ।ମଝିରେ ମଝିରେ ଅସହ୍ୟ ହେଲେ ପାଖରେ ଥିବା ବୋତଲ ରୁ ମଝିରେ ମଝିରେ ପାଦ ରଖିଥିବା ଜାଗାରେ ପାଣି ଢାଳିଦେଉଥାଏ।
ବ୍ୟକ୍ତି ଜଣଙ୍କ ସାଙ୍ଗେ ସାଙ୍ଗେ ଯାଇ ଅଳ୍ପ ଦୂରରେ ଥିବା ଦୋକାନରୁ ଏକ ଜୋତା  ଓ ଛତା କିଣି ଆଣି ପିଲାଟିକୁ ଦେଲେ।ପିଲାଟି ର ଆଖିରୁ ଲୁହ ବୋହିପଡ଼ିଲା।ସେ ସାଙ୍ଗେ ସାଙ୍ଗେ ସେ ଭଦ୍ର ବ୍ୟକ୍ତି ଙ୍କୁ କହିଲା ଆପଣ ତାହେଲେ ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।କଥା ଦେଇଥିଲେ ବୋଲି ଆଜି ସତରେ ଆସି ମୋତେ ଦେଖା କଲେ।ବ୍ୟକ୍ତି ଜଣଙ୍କ କହିଲେ ---"ନାଇଁ ରେ ବାବୁ , ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥ ନୁହେଁ , ମୁଁ ଜଣେ ସାଧାରଣ ମଣିଷ। ପିଲାଟି କହିଲା --- ତାହେଲେ ଆପଣ ଜଗନ୍ନାଥଙ୍କ ବନ୍ଧୁ ହୋଇଥିବେ ।ଆପଣଙ୍କୁ ସେ ହିଁ ମୋ ପାଖକୁ ପଠେଇଥିବେ।କାରଣ କାଲି ଯେତେବେଳେ ଜଗା ମୋ ସ୍ୱପ୍ନରେ ଆସିଥିଲେ ,ମୋ ପାଦ ଦୁଇଟି ଖରାରେ ଜଳି ଯାଉଛି ବୋଲି  ମୁଁ ତାଙ୍କୁ ଜୋତା ହଳେ ମାଗିଥିଲି। ସେ ହଁ କହିଥିଲେ ଓ ମୋ ନିଦ ଭାଙ୍ଗିଯାଇଥିଲା।ସେ ସେଥିପାଇଁ ଜୋତା ସହ ଛତା ଦେଇ ଆପଣଙ୍କୁ ପଠେଇଦେଇଛନ୍ତି।ସତରେ ମୋ ଜଗା କେତେ ଦୟାଳୁ , ନିଜେ ଆସିପାରିଲେନି ବୋଲି ତାଙ୍କ ସାଙ୍ଗ ହାତରେ ଜୋତା ପଠେଇଦେଇଛନ୍ତି। ପିଲାଟିର କଥା ଶୁଣି ଭଦ୍ର ବ୍ୟକ୍ତି ଜଣଙ୍କ ଆଖିରୁ ଧାର ଧାର ଲୁହ ବୋହିପଡ଼ିଲା ଓ ମନେ ମନେ ଭାବୁଥିଲେ ଭଗବାନ ହେବା ସିନା ଅସମ୍ଭବ, ହେଲେ ଭଗବାନ ଙ୍କ ବନ୍ଧୁ ହେବା ଅସମ୍ଭବ ନୁହେଁ।

ସୌଜନ୍ୟ - ସୋସିଆଲ ମିଡ଼ିଆ 



ଆପଣ ମଧ୍ୟ ଦୁଃଖୀ ଦାରିଦ୍ର୍ୟ ଙ୍କୁ ସାହାର୍ଯ୍ୟର ହାତ ବଢ଼ାନ୍ତୁ, ଦେଖିବେ ଆପଣବି ଭଗବାନଙ୍କ ବନ୍ଧୁ ହୋଇଯିବେ....

ଜୟ ଜଗନ୍ନାଥ 🙏🙏

Comments

Popular posts from this blog

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଆଇନ୍ କୁ ଆଖିଠାର

First aid - Recovery position

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

ସମୟର ଚକ୍ରବ୍ୟୁହ