ଜଗନ୍ନାଥଙ୍କ ବନ୍ଧୁ

ପୁରୀ ବଡ଼ ଦାଣ୍ଡରେ ଡହଡହ ଖରାରେ ପିଲାଟି ସଳିତା ଓ ନିର୍ମାଲ୍ୟ ବିକ୍ରି କରୁଥାଏ।ଲୋକ ମାନେ ମୂଲଚାଲ କରୁଥାନ୍ତି।ଏହିସମୟରେ ଜଣେ ସହୃଦୟ ବ୍ୟକ୍ତିଙ୍କ ନଜର ପଡିଲା ପିଲାଟିର ପାଦ ଉପରେ ।ବିଚରାର ପାଦ ଦୁଇଟି ଜଳି ଯାଉଥିଲା ।ମଝିରେ ମଝିରେ ଅସହ୍ୟ ହେଲେ ପାଖରେ ଥିବା ବୋତଲ ରୁ ମଝିରେ ମଝିରେ ପାଦ ରଖିଥିବା ଜାଗାରେ ପାଣି ଢାଳିଦେଉଥାଏ।
ବ୍ୟକ୍ତି ଜଣଙ୍କ ସାଙ୍ଗେ ସାଙ୍ଗେ ଯାଇ ଅଳ୍ପ ଦୂରରେ ଥିବା ଦୋକାନରୁ ଏକ ଜୋତା  ଓ ଛତା କିଣି ଆଣି ପିଲାଟିକୁ ଦେଲେ।ପିଲାଟି ର ଆଖିରୁ ଲୁହ ବୋହିପଡ଼ିଲା।ସେ ସାଙ୍ଗେ ସାଙ୍ଗେ ସେ ଭଦ୍ର ବ୍ୟକ୍ତି ଙ୍କୁ କହିଲା ଆପଣ ତାହେଲେ ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।କଥା ଦେଇଥିଲେ ବୋଲି ଆଜି ସତରେ ଆସି ମୋତେ ଦେଖା କଲେ।ବ୍ୟକ୍ତି ଜଣଙ୍କ କହିଲେ ---"ନାଇଁ ରେ ବାବୁ , ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥ ନୁହେଁ , ମୁଁ ଜଣେ ସାଧାରଣ ମଣିଷ। ପିଲାଟି କହିଲା --- ତାହେଲେ ଆପଣ ଜଗନ୍ନାଥଙ୍କ ବନ୍ଧୁ ହୋଇଥିବେ ।ଆପଣଙ୍କୁ ସେ ହିଁ ମୋ ପାଖକୁ ପଠେଇଥିବେ।କାରଣ କାଲି ଯେତେବେଳେ ଜଗା ମୋ ସ୍ୱପ୍ନରେ ଆସିଥିଲେ ,ମୋ ପାଦ ଦୁଇଟି ଖରାରେ ଜଳି ଯାଉଛି ବୋଲି  ମୁଁ ତାଙ୍କୁ ଜୋତା ହଳେ ମାଗିଥିଲି। ସେ ହଁ କହିଥିଲେ ଓ ମୋ ନିଦ ଭାଙ୍ଗିଯାଇଥିଲା।ସେ ସେଥିପାଇଁ ଜୋତା ସହ ଛତା ଦେଇ ଆପଣଙ୍କୁ ପଠେଇଦେଇଛନ୍ତି।ସତରେ ମୋ ଜଗା କେତେ ଦୟାଳୁ , ନିଜେ ଆସିପାରିଲେନି ବୋଲି ତାଙ୍କ ସାଙ୍ଗ ହାତରେ ଜୋତା ପଠେଇଦେଇଛନ୍ତି। ପିଲାଟିର କଥା ଶୁଣି ଭଦ୍ର ବ୍ୟକ୍ତି ଜଣଙ୍କ ଆଖିରୁ ଧାର ଧାର ଲୁହ ବୋହିପଡ଼ିଲା ଓ ମନେ ମନେ ଭାବୁଥିଲେ ଭଗବାନ ହେବା ସିନା ଅସମ୍ଭବ, ହେଲେ ଭଗବାନ ଙ୍କ ବନ୍ଧୁ ହେବା ଅସମ୍ଭବ ନୁହେଁ।

ସୌଜନ୍ୟ - ସୋସିଆଲ ମିଡ଼ିଆ 



ଆପଣ ମଧ୍ୟ ଦୁଃଖୀ ଦାରିଦ୍ର୍ୟ ଙ୍କୁ ସାହାର୍ଯ୍ୟର ହାତ ବଢ଼ାନ୍ତୁ, ଦେଖିବେ ଆପଣବି ଭଗବାନଙ୍କ ବନ୍ଧୁ ହୋଇଯିବେ....

ଜୟ ଜଗନ୍ନାଥ 🙏🙏

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...