ବାତ୍ୟା ଜୱାଦ ଅପଡେଟ୍ - ପାରାଦୀପଠାରୁ ବାତ୍ୟା ଏବେ ୫୮୦ କିଲୋମିଟର ଦୂରରେ ରହିଥିବାବେଳେ, ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ ରହିଥିବା ସୂଚନା

ବାତ୍ୟା ଜୱାଦ ଏବେ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି । ୫ ତାରିଖ ମଧ୍ୟାହ୍ନ ବେଳକୁ ଏହା ପୁରୀ ନିକଟରେ ଉପକୂଳ ଛୁଇଁପାରେ । ଏହାସହିତ ପାରାଦୀପଠାରୁ ବାତ୍ୟା ଏବେ ୫୮୦ କିଲୋମିଟର ଦୂରରେ ରହିଥିବାବେଳେ, ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ ରହିଛି ।

ଅନ୍ୟପଟେ ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଆଜି ମଧ୍ୟରାତ୍ରିରୁ ଦକ୍ଷିଣ ଓଡିଶାର ଜିଲ୍ଲାମାନଙ୍କରେ ବର୍ଷାର ପରିମାଣ ବଢିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ତା ସହିତ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷାହେବ ।


ତେବେ ଓଡିଶାର ସମସ୍ତ ମତ୍ସ୍ୟଜୀବୀ ଏବେ କୂଳକୁ ଫେରିଆସିଛନ୍ତି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀକୁ ବାରଣ କରାଯାଇଛି । ତେବେ ବାତ୍ୟା ମୁକାବିଲା ପାଇଁ ମୋଟ ୨୬୬ଟି ଟିମକୁ ପ୍ରସ୍ତୁତ କରାଯାଇଥିବାବେଳେ ସେଭିତରୁ ୨୪୭ଟି ଟିମକୁ ମୂତୟନ କରାଯାଇଛି । ଏବେ ୧୯ଟି ଟିମକୁ ରିଜର୍ଭରେ ରଖାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।

ଅନ୍ୟପଟେ ବାତ୍ୟା ସମ୍ଭାବନା କାରଣରୁ ଆସନ୍ତାକାଲି ପୁରୀ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପୁରୀରେ ବାତ୍ୟା ଜୱାଦ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆକଳନ କରାଯାଉଥିବାରୁ ଆସନ୍ତାକାଲି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତା ସହିତ ୫ ତାରିଖ ରବିବାର ରହୁଥିବାରୁ ସେହିଦିନ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କୁହାଯାଇଛି ।




ଧ୍ୟାନ ଦିଅନ୍ତୁ

୧- ଆବଶ୍ୟକ ପରିମାଣରେ ଶୁଖଲା ଖାଦ୍ୟ ଏବଂ ଜଳ ମହଜୁଦ୍‌ ରଖନ୍ତୁ ।

୨- ଅତି ଆବଶ୍ୟକ କାଗଜ ପତ୍ର ଏବଂ ଔଷଧକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

୩- ଅଧିକ ପରିମାଣରେ ମହମବତୀ ଏବଂ ଦିଆସିଲି ଗଛିତ ରଖନ୍ତୁ ।

୪- ରେଡିଓ ଏବଂ ଟର୍ଚ ରେ ନୂଆ ବେଟେରୀ ପକାଇବା ସହ ଚାର୍ଜ ଫୁଲ୍ ରଖନ୍ତୁ ଏବଂ ବିନା ଆବଶ୍ୟକରେ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ ।

୫- ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ରୁହନ୍ତୁ ଏବଂ ଅନ୍ୟକୁ ସାହାର୍ଯ୍ୟ କରନ୍ତୁ ।

Comments

Popular posts from this blog

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Covide 19 update - ସର୍ବକାଳୀନ ରେକର୍ଡ ଭାଙ୍ଗୁଛି କରୋନା

First aid - Recovery position

କରୋନାର ନୂଆ ରୂପ ଏବଂ ନୂଆ ଲକ୍ଷଣ... ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ନୂଆ ଗାଇଡଲାଇନ୍...

Sanitizer instead of Polio drops

ଆଫଗାନ୍ ପୋଲିସ ମୁଖ୍ୟଙ୍କୁ ନିର୍ମମ ଭାବରେ ହତ୍ୟା: ଆଖିରେ ପଟି ବାନ୍ଧି ଆଣ୍ଠେଇ ବସାଇବା ପରେ ଗୁଳି କଲା ତାଲିବାନ

Air pollution and the solution....

United Nations Human Rights Commission speaks on India's agriculture law

କଥା କୁହା ଠାକୁର