ବାତ୍ୟା ଜୱାଦ ଅପଡେଟ୍ - ପାରାଦୀପଠାରୁ ବାତ୍ୟା ଏବେ ୫୮୦ କିଲୋମିଟର ଦୂରରେ ରହିଥିବାବେଳେ, ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ ରହିଥିବା ସୂଚନା

ବାତ୍ୟା ଜୱାଦ ଏବେ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି । ୫ ତାରିଖ ମଧ୍ୟାହ୍ନ ବେଳକୁ ଏହା ପୁରୀ ନିକଟରେ ଉପକୂଳ ଛୁଇଁପାରେ । ଏହାସହିତ ପାରାଦୀପଠାରୁ ବାତ୍ୟା ଏବେ ୫୮୦ କିଲୋମିଟର ଦୂରରେ ରହିଥିବାବେଳେ, ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ ରହିଛି ।

ଅନ୍ୟପଟେ ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଆଜି ମଧ୍ୟରାତ୍ରିରୁ ଦକ୍ଷିଣ ଓଡିଶାର ଜିଲ୍ଲାମାନଙ୍କରେ ବର୍ଷାର ପରିମାଣ ବଢିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ତା ସହିତ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷାହେବ ।


ତେବେ ଓଡିଶାର ସମସ୍ତ ମତ୍ସ୍ୟଜୀବୀ ଏବେ କୂଳକୁ ଫେରିଆସିଛନ୍ତି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀକୁ ବାରଣ କରାଯାଇଛି । ତେବେ ବାତ୍ୟା ମୁକାବିଲା ପାଇଁ ମୋଟ ୨୬୬ଟି ଟିମକୁ ପ୍ରସ୍ତୁତ କରାଯାଇଥିବାବେଳେ ସେଭିତରୁ ୨୪୭ଟି ଟିମକୁ ମୂତୟନ କରାଯାଇଛି । ଏବେ ୧୯ଟି ଟିମକୁ ରିଜର୍ଭରେ ରଖାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।

ଅନ୍ୟପଟେ ବାତ୍ୟା ସମ୍ଭାବନା କାରଣରୁ ଆସନ୍ତାକାଲି ପୁରୀ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପୁରୀରେ ବାତ୍ୟା ଜୱାଦ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆକଳନ କରାଯାଉଥିବାରୁ ଆସନ୍ତାକାଲି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତା ସହିତ ୫ ତାରିଖ ରବିବାର ରହୁଥିବାରୁ ସେହିଦିନ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କୁହାଯାଇଛି ।




ଧ୍ୟାନ ଦିଅନ୍ତୁ

୧- ଆବଶ୍ୟକ ପରିମାଣରେ ଶୁଖଲା ଖାଦ୍ୟ ଏବଂ ଜଳ ମହଜୁଦ୍‌ ରଖନ୍ତୁ ।

୨- ଅତି ଆବଶ୍ୟକ କାଗଜ ପତ୍ର ଏବଂ ଔଷଧକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ ।

୩- ଅଧିକ ପରିମାଣରେ ମହମବତୀ ଏବଂ ଦିଆସିଲି ଗଛିତ ରଖନ୍ତୁ ।

୪- ରେଡିଓ ଏବଂ ଟର୍ଚ ରେ ନୂଆ ବେଟେରୀ ପକାଇବା ସହ ଚାର୍ଜ ଫୁଲ୍ ରଖନ୍ତୁ ଏବଂ ବିନା ଆବଶ୍ୟକରେ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ ।

୫- ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ରୁହନ୍ତୁ ଏବଂ ଅନ୍ୟକୁ ସାହାର୍ଯ୍ୟ କରନ୍ତୁ ।

Comments

Popular posts from this blog

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

ସମାଜ ପ୍ରତି ସ୍ୱାର୍ଥ ର ପ୍ରଭାବ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

Govt comes up with stricter norms for social media, OTT platforms...

Sabnam is first woman to be hanged in independent India. Here's the story of her horrific crime...

ପରିସ୍ଥିତିର ଚକ୍ରବ୍ୟୁହରେ ବାଟବଣା ମଣିଷଟିଏ...

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ