୪୧ ବର୍ଷ ପରେ ଇତିହାସ ରଚିଲା 'ଭାରତୀୟ ହକି' - ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତର ଦମଦାର ବିଜୟ

 ୪୧ ବର୍ଷ ପରେ ଇତିହାସ ରଚିଲା ଭାରତ ପୁରୁଷ ହକି ଟିମ୍ । ଜର୍ମାନୀକୁ ୫-୪ ଗୋଲରେ ହରାଇ ଦମଦାର ବିଜୟ ହାସଲ କରିଛି ଦଳ । ଦେଶ ପାଇଁ ହାତେଇଛି କାଂସ୍ୟ ପଦକ ଆଣିଛି ଦଳ । ପଦକ ପାଇଁ ଲଢେଇରେ ଭାରତର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଛନ୍ତି ସିମରନଜିତ୍ । ସେହିଭଳି ହରମନପ୍ରୀତ, ହାର୍ଦ୍ଦି, ରୁପିନ୍ଦର ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି ।
ଭାରତ ପାଖରେ ଜବାବ ଦେବାକୁ ସୁଯୋଗ ଥିଲେ ଅଳ୍ପକେ ଟିମ ହାତରୁ ଗୋଲ ଖସିଥିଲା । ଗୋଲ ବି କିଛି ସମୟ ପରେ ଲଗାତାର ଦୁଇଟି ଗୋଲ ଦେଇଥିଲେ ।ଏହାପରେ ପୁଣି ଭାରି ପଡିଥିଲା ଜର୍ମାନୀ । ସେ ବି ଲଗାତାର ଦୁଇଟି ଗୋଲ ଟକ୍କର ବରାବର କରିଥିଲେ । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଜମାନୀ ଉପରେ ଭାରି ପଡିଥିଲା । ଲଗାତାର ଦୁଇଟି ଗୋଲ ଦେଇ ୫-୪ ଗୋଲରେ ବିଜୟ ହାସଲ କରିଥିଲା । ପ୍ରଥମ ହାପରେ ସିମନରନ ଜିତ୍ ଜର୍ମାନୀକୁ କଡା ଟକର ଦେଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ରୁପିନ୍ଦର ଦଳ ପାଇଁ ଗୋଲ ଦେଇ ଦଳକୁ ବିଜୟ ଦେଇଥିଲେ ।

ଏହି ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିନଥିଲା । କିନ୍ତୁ ଲଗାତର ଭାବେ ଗୋଲ କରି ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ କିନ୍ତୁ ଜର୍ମାନୀ ଆଉ ୨ଟି ଗୋଲ୍ କରି ଭାରତ ଉପରେ ଚାପ ପକାଇଥିଲା । କିନ୍ତୁ ଭାରତ ୨ ମିନିଟରେ ୫-୩ରେ ଆଗୁଆ ରହିଥିଲା ।

ଭାରତୀୟ ଦଳ ମ୍ୟାଚ୍ ଜିତିବା ପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାର ସୂଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ମନ୍ତ୍ରୀ, ଖେଳାଳି ଆଦି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ନବୀନ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତୀୟ ହକି ଟିମକୁ ଅଭିନନ୍ଦନ । ଦଳ ଜବରଦସ୍ତ ବିଜୟ ହାସଲ କରି ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି । ଏହା ହେଉଛି ଐତିହାସିକ ବିଜୟ । ଏହି ବିଜୟ ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ।

ସୂଚନାଯୋଗ୍ୟ, ୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ ।


Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...