କଟକ କଲେଜ୍‌ର YRC ୟୁନିଟ ତରଫରୁ ଅନୁଷ୍ଠିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ

ପ୍ରକୃତିକ ବିପର୍ଯ୍ୟୟ ବର୍ତ୍ତମାନ ସାରା ବିଶ୍ଵରେ ଅନେକ ମାତ୍ରାରେ ପରିଲକ୍ଷିତ ହେଉଛି । ଜନସଂଖ୍ୟା ବୃଦ୍ଧି ଏବଂ ଆମ ମାନଙ୍କ ବିଳାସ ପୂର୍ଣ୍ଣ ଜୀବନ ଶୈଳି ପାଇଁ ଅନେକ ଭାବରେ ପ୍ରଭାବିତ ହେଉଛି ପରିବେଶ । ଏବଂ ଏହା ଫଳରେ ଅନେକ ସମସ୍ୟା ଦେଖାଦେଉଛି । ଏଥିପାଇଁ ଅନେକ ସମାଜର ମହାନ ବଦାନ୍ୟ ବ୍ୟକ୍ତି ଏବଂ ସଂସ୍ଥା ସଚେତନତା ପାଇଁ ପଚେଷ୍ଟା କରୁଛନ୍ତି । ଏଥିରେ କଟକ କଲେଜ ୟୁନିଟ୍ ମଧ୍ୟ ସଂଶ୍ଲିଷ୍ଟ ହୋଇ ଏହି ମହାନ କାର୍ଯ୍ୟରେ ତାହାର ଅନ୍ତର୍ଭୁକ୍ତି ଯାହିର୍ କରିଆସୁଛି ।

କଟକ କଲେଜ୍‌ର YRC ୟୁନିଟ ତରଫରୁ ଅନୁଷ୍ଠିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ । ବୃକ୍ଷରୋପଣ ସପ୍ତାହ ଅବସରରେ କଲେଜ୍‌ ପ୍ରାଗଣରେ ଚାରା ରୋପଣ କରାଯିବା ସହିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏଥିରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ସଂନ୍ଧ୍ୟା କାନୁନ୍‌ଗୋ, ରେଡ୍‌ କ୍ରସ ଅଫିସର ପ୍ରଦୀପ୍ତ ମିଶ୍ର, ଏନ୍ ସି ସି ଅଫିସର ମେଜର ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଇଂରାଜୀ ବିଭାଗର ମୁଖ୍ୟ ଶ୍ରୀମତୀ ପ୍ରଣତୀ ପଟ୍ଟନାୟକ ଉପସ୍ଥିତ ରହି ସ୍ଵେଚ୍ଛା ସେବୀ ମାନଙ୍କୁ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ କହିବା ସହ ବୃକ୍ଷରୋପଣ କରିଥିଲେ ।
ଏହି କାର୍ଯ୍ୟ କ୍ରମରେ କରୋନା ନିୟମ କୁ ମଧ୍ୟ ଧାନ ଦିଆଯାଇଥିଲା । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ନେଇ ଅଧିକ ଗୁରୁତ୍ବାରୋପ ଏଥିରେ କରାଯାଇଥିଲା । 


ଏଥିରେ ସ୍ୱେଛାସେବୀ ସତ୍ୟବ୍ରତ ପାଣିଗ୍ରାହୀ, ରାଜୀବ ସ୍ଵାଇଁ, ରସ୍ମିତା ଓଝା, ଦେବଜାନୀ ମିଶ୍ର, ପ୍ରସନ ସାହୁ ଏବଂ କୁଳଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।





ସରକାର ପ୍ରଦତ୍ତ ସମସ୍ତ ନିୟମ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ... ( ପ୍ରଣାମ ଗ୍ରୁପ୍ )


(Please wear mask)



ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |
 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...


ଧନ୍ୟବାଦ

Comments

Popular posts from this blog

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58

ଆସିଲା ନୂଆ କୋଭିଡ ଗାଇଡଲାଇନ