ପୁଣି ବଢ଼ିବ କି ଲକ୍ଡ଼ାଉନ୍‌ ? ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ମଧ୍ୟ ଆଗକୁ ରହିଛି ବଡ଼ ବିପଦ

ତାରିଖ        ସଂକ୍ରମଣ       ଟେଷ୍ଟ       ସଂକ୍ରମଣ ହାର
ମେ’ ୨୪      ୧୦,୯୩୯    ୬୨,୨୬୧       ୧୭.୫୬ %
ମେ’ ୨୫      ୧୧,୬୨୩    ୬୯,୪୦୭       ୧୬.୭୫ %
ମେ’ ୨୬       ୬,୭୩୬     ୪୬,୨୪୧       ୧୪.୫୭ %
ମେ’ ୨୭       ୭,୨୧୬      ୪୩,୭୬୮      ୧୬.୪୯ %
ମେ’ ୨୮       ୭,୧୮୮      ୪୮,୬୪୯      ୧୪.୭୭ %

ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର । କିଛି ଦିନ ହେଲା ଏକ ନିର୍ଦ୍ଦିଷ୍ଟ ସ୍ତରରେ ରହିଛି ସଂକ୍ରମଣ । କିଛି ଦିନ ତଳେ ୨୫ ପ୍ରତିଶତ ଉପରକୁ ଉଠି ଯାଇଥିଲା ଟେଷ୍ଟ ପଜିଟିଭିଟି ରେଟ୍ । ତେବେ ଗତ ୫ ଦିନର ସଂକ୍ରମଣ ହାର ଉପରେ ନଜର ପକାନ୍ତୁ । ଯାହାକି ସୂଚାଉଛି, ରାଜ୍ୟରେ କରୋନା ଶୀର୍ଷ ଛୁଇଁ ତଳକୁ ଖସୁଛି ।


ମେ’ ୨୪ ତାରିଖରେ ସଂକ୍ରମଣ ହାର ଥିଲା ୧୭.୫୬ ପ୍ରତିଶତ । ତେବେ ଗତ ୨୪ ଘଂଟା ଭିତରେ ୪୮ହଜାର ୬୪୯ କରୋନା ପରୀକ୍ଷା କରାଯାଇଥିବା ବେଳେ ୭ ହଜାର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୧୪.୭୭ ପ୍ରତିଶତ । ବିଶେଷଜ୍ଞଙ୍କ ମତରେ ଏହା ଇଙ୍ଗିତ କରୁଛି ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେଉଛି । ଠିକ୍ ସମୟରେ ଲକ୍ଡାଉନ କରାଯାଇଥିବାରୁ ରାଜ୍ୟରେ ଦୈନିକ ସଂକ୍ରମଣ ଗ୍ରାଫ୍ ଅତି ଉପରକୁ ଉଠିଲା ନାହିଁ, ଏହା ଫ୍ଲାଟୁ ଷ୍ଟେଜ୍ରେ ରହିଗଲା ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।

ପଜିଟିଭିଟି ରେଟ୍ ୫ ପ୍ରତିଶତ ନକମିବା ପର୍ଯ୍ୟନ୍ତ କଟକଣା କୋହଳ ନକରିବାକୁ ପରାମର୍ଶ ଦେଇଆସିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ ଲକଡାଉନକୁ ବଢ଼ାଇବେ ନା’ ରାଜ୍ୟ ସରକାର ଧୀରେ ଧୀରେ ଅନ୍ଲକ୍ କରିବା ପ୍ରକ୍ରିୟା ଆରମ୍ଭ କରିବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ଦେଶରେ ୨୪ ଘଂଟାରେ ୧ ଲକ୍ଷ ୭୩ ହଜାର ୭୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨ଲକ୍ଷ ୮୪ ହଜାର ୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୩ହଜାର ୬୧୭ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।
 
ତେବେ ଆଗକୁ ରଜ ଏବଂ ଅନ୍ୟ ପର୍ବ ପର୍ବାଣୀ ଥିବାରୁ ଲକ୍ ଡାଉନ୍ ବଢିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଅପେକ୍ଷ ରହିଛି ସରକାରୀ ରିପୋର୍ଟକୁ ।


ଏହାକୁ ବି ପଢ଼ନ୍ତୁ : - First aid - Recovery position steps

ଅଧିକ ଖବର ପାଇଁ click କରନ୍ତୁ 👉  Pranam news



ଦୟାକରି ଏହି ଖବରକୁ ସେୟାର କରନ୍ତୁ ଏବଂ ଆମର ଫେସବୁକ୍ ପେଜ୍ "ପ୍ରଣାମ ନ୍ୟୁଜ୍" କୁ ଲାଇକ୍ କରନ୍ତୁ |

 ବର୍ତ୍ତମାନ କୁ ଆପରେ ପ୍ରଣାମ ନ୍ୟୁଜ୍ ମଧ୍ୟ ଉପଲବ୍ଧ .... ଦୟାକରି ଅନୁସରଣ କରନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ ...


ଧନ୍ୟବାଦ🙏

Comments

Popular posts from this blog

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

Global warming - The rising temperature of the earth will cause problems like living and food crisis.

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଟିକେ କୋହଳ ହେଲା... ତଥାପି କଟକ ସମେତ ୧୩ଟି ଜିଲ୍ଲାରେ ୬ ଟା ରୁ ୧ ଟା ଯାଏଁ ଅତ୍ୟାବଶ୍ୟକ ଦୋକାନକୁ ଅନୁମତି