ଆପଣ ଜାଣନ୍ତି କି, ଔଷଧରେ ଏପରି ଚିହ୍ନ କାହିଁକି ଥାଏ ?
ଆମମାନଙ୍କ ମଧ୍ୟରୁ ଅଧିକାଂଶ ଅସୁସ୍ଥ ହେଲେ ଆମେ ଡାକ୍ତରଖାନା ନଯାଇ ସିଧାସଳଖ ଔଷଧ ଦୋକାନକୁ ଯାଇ ଔଷଧ ଆଣି ଆମେ ଖାଇଥାଉ । କିଛି ଲୋକ ଏହି ଭଳି ଔଷଧ କିଣି ଆଣି ଖାଆନ୍ତି ଏଥିରୁ ପ୍ରାୟ ଭଲ ହେଉଥିବାବେଳେ କିଛି ଲୋକ ଅନେକ ଅସୁବିଧାର ସମୁଖିନ ହୋଇଥାଆନ୍ତି। ତେବେ ଏହି ଔଷଧ କିଣିଲାବେଳେ ଆମେ କିଛି । ସାଧାରଣ କଥା ବିଷୟରେ ଧ୍ୟାନ ଦେବା ଉଚିତ୍ । ଆମେ କିଛି ଔଷଧ କିଣିଲାବେଳେ ଦେଖିଥିବା ସେହି ଔଷଧ ଖୋଳ ଉପରେ ଏକ ନାଲି ରଂଗର ଗାର ପଡ଼ିଥାଏ । ଏହି ଗାର ବିଷୟରେ ଡାକ୍ତର ମାନେ ପ୍ରାୟ ଭଲ ଭାବରେ ଜାଣିଥାଆନ୍ତି। କିନ୍ତୁ ଆମ ଭଳି ସାଧାରଣ ଲୋକ ଏ ବିଷୟରେ ଏତେ ଅବଗତ ନ ଥାଆନ୍ତି।
ଔଷଧ ଖୋଳ ଉପରେ ଥିବା ନାଲି ରଙ୍ଗର ଅର୍ଥ ହେଉଛି ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧକୁ ବିକ୍ରୟ କରାଯାଇ ପାରିବ ନାହିଁ କିମ୍ବା ଏହାକୁ ବ୍ୟବହାର କରାଯାଇ ପାରିବ ନାହିଁ । ଆଣ୍ଟିବାୟୋଟିକ୍ ର ଭୁଲ ବ୍ୟବହାରକୁ ରୋକିବା ପାଇଁ ଏହି ଔଷଧରେ ଏଭଳି ଚିହ୍ନ ଦିଆଯାଇଥାଏ ।
ଲାଲ୍ ରଙ୍ଗ ଗାର ବ୍ୟତୀତ, ଅନେକ ଉପଯୋଗୀ ତଥ୍ୟ ଔଷଧ ଖୋଳ ଉପରେ ଲେଖାଯାଇଥାଏ, ଯାହାକୁ କି ଯାଣିବା ଅତି ଗୁରୁତ୍ଵପୂର୍ଣ୍ଣ । କେତେକ ଔଷଧ ଖୋଳରେ ଆର୍.ଏକ୍ସ ଲେଖାଯାଇଥାଏ । ଏହାର ଅର୍ଥ ହେଉଛି ଏହି ଔଷଧ କେବଳ ଡାକ୍ତର ପରାମର୍ଶରେ ଗ୍ରହଣ କରିବା ଉଚିତ ।
ଏହି ନ୍ୟୁଜ କୁ ଅଧିକରୁ ଅଧିକ ଲୋକଙ୍କ ପାଖକୁ ସେୟାର କରନ୍ତୁ ଯାହାକି ଏହି ବିଷୟରେ ଲୋକ ଅଧିକ ଜାଣି ପାରିବେ ଓ ସଚେତନ ମଧ୍ୟ ହେବେ । ଅଧିକ ବିବରଣୀ ପାଇଁ ଆମ ଫେସବୁକ୍ ପେଜ୍ (ପ୍ରଣାମ ନ୍ୟୁଜ, Pranam News) କୁ ଲାଇକ୍ କରନ୍ତୁ ଏବଂ ସବୁ ଖବରର ଅଫଡେଟ୍ ତୁରନ୍ତ ପାଆନ୍ତୁ ।
ଧନ୍ୟବାଦ
ଟିକେ ଲେଖାରେ ଭୁଲ ରହୁଥିବାରୁ କ୍ଷମା ପ୍ରାର୍ଥନା କରୁଛୁ:- ପ୍ରଣାମ ଟିମ୍
ReplyDelete