ଆସୁଛି ଟିକା - Pranam news

ପ୍ରଣାମ ନିୟୁଜ୍ କୁ ଆପଣଙ୍କୁ ସ୍ବାଗତ କରୁଛୁ, କେନ୍ଦ୍ର ସରକାରଙ୍କ ଠାରୁ ପରଚେଜ୍ ଅର୍ଡର ପାଇବା ପରେ ସିରମ୍ ଇନଷ୍ଟିଚୁଟ୍ ଆରମ୍ଭ ହୋଇଛି କୋଭିଡ୍ ଟିକା ପରିବହନ । ପୁଣେରେ ଥିବା ସିରମ୍ ଇନଷ୍ଟିଚୁଟ୍ର ମଂଜରୀ ଫ୍ୟାକ୍ଟ୍ରିରୁ ଏହି ଟିକାକୁ ପ୍ରଥମେ ବିମାନ ବନ୍ଦରକୁ ଅଣାଯାଇ, ଆକାଶମାର୍ଗରେ ପଠାଯିବ । ସୂଚନା ଅନୁସାରେ କିଛି କରୋନା ଟିକାକୁ ସଡକ ପଥରେ ପଠାଯିବ, କିଛି ଟିକାକୁ ଆକାଶପଥରେ ପଠାଯିବ । ସଡକ ପଥରେ ଟିକା ପରିବହନ ପାଇଁ ସ୍ୱତନ୍ତ୍ର କୋଲ୍ଡ ଚେନ୍ ବ୍ୟବସ୍ଥା ଥିବା ଟ୍ରକ ନିୟୋଜିତ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଟିକା ପରିବହନ କରାଯାଉଛି ।

ସୋମବାର ସଂଧ୍ୟାରେ ଏହି ଟ୍ରକ ପୁନେର ମଂଜରୀ ଫ୍ୟାକ୍ଟ୍ରିରେ ପହଁଚିଥିଲା । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ତିଆରି କରିଥିବା କୋଭିସିଲଡ୍ ଟିକା ଏଠାରୁ ଟ୍ରକ୍ ଯୋଗେ ପୁଣେ ବିମାନ ବନ୍ଦର ଅଭିମୁଖେ ବାହାରିଛି । ଏଠାରୁ ଏୟାର ଲିଫ୍ଟ କରି ଦେଶର ବିଭିନ୍ନ ଭାଗକୁ ଟିକା ପଠାଯିବ । ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହେବାକୁ ଥିବାରୁ ଏହା ଆଗରୁ ସୁରକ୍ଷିତ ଭାବେ କରୋନା ଟିକା ପହଁଚାଇବା କାମ ସାରିବାକୁ ଯୋଜନା ରଖିଛି ସିରମ ଇନଷ୍ଟିଚୁଟ୍ ।

ସତ୍ୟବ୍ରତ ପାଣିଗ୍ରାହୀ

Comments

Popular posts from this blog

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଆଇନ୍ କୁ ଆଖିଠାର

First aid - Recovery position

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

ସମୟର ଚକ୍ରବ୍ୟୁହ