କଟକ ପରେ ଅନୁଗୁଳରେ ନକଲି କାରଖାନା ଠାବ

ଖାଦ୍ୟ ନୁହେଁ ଏହା ବିଷ, କହିବାର କାରଣ ଏହିକି ଯେ ଆପଣ ମାନେ ଯାହାକୁ ଭଲ ଖାଦ୍ୟ ଭାବି ଖାଉଛନ୍ତି ତାହା ବାସ୍ତବିକ୍ ଭାବେ ଭଲ ଖାଦ୍ୟ ହୋଇ ରହୁନାହିଁ । ସେ ହୁଏ ତ ଏକ ଭଲ ବ୍ରାଣ୍ଡ ହୋଇଥାଇପାରେ କିନ୍ତୁ ସେଥିରେ ଥିବା ଜିନିଷ ଭଲ ନ ଥାଇପାରେ । କାରଣ ବର୍ତମାନ ଯେଉଁ ଭଳି ଭାବରେ ନକଲି କାରବାର ଧରା ହେଉଛି ତାହାକୁ ଦେଖିଲେ ଯେ କେହି ମଧ୍ୟ ଏଭଳି ଭାବିବ ! ଗୋଟିଏ ପଟେ ଦେଖବାକୁ ଗଲେ ଯଦି ଏପରି ଅଧିକରୁ ଅଧିକ ନକଲି ସାମଗ୍ରୀ ଜବତ ହେବ ତେବେ ନିଶ୍ଚିତଭାବେ ବଜାରରେ ନକଲି ସାମଗ୍ରୀ କରିବାକୁ ଲାଗିବ ।
ଏହା କହିବାର କାରଣ ଚା ପତି ଠାରୁ ଆରମ୍ଭ କରି ଘିଅ ଯାଏଁ ସବୁକିଛି କଟକରେ ଭେଜାଲ୍ ହେଉଥିବା ଦେଖିବାକୁ ମିଳିଥିଲା । ଏବେ କଟକ ପରେ ଅନୁଗୁଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।


ଅନୁଗୁଳରେ ନକଲି ତେଲ କାରଖାନା ରେ ଚଢ଼ାଉ କରାଯାଇଛି । ଯେଉଁ ଥିରେ କି ପ୍ରଚୁର ମାତ୍ରାରେ ନକଲି ନାମି ଦାମି କମ୍ପାନୀ ର ନାମରେ ତେଲ ଭେଜାଲ ହେବାବେଳେ ଜବତ ହୋଇଛି ।ଚଢ଼ାଉ ବେଳେ ବିପୁଳ ପରିମାଣ ତେଲ, ଟିଣ, ପ୍ୟାକିଂ ଓ ଠିପି ଜବତ କରିଛି ପୋଲିସ ।ଘଟଣାରେ ୪ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତ ବେଳେ ଏହି ତେଲ କୋଲକାତାର ହଳଦିଆରୁ ଟ୍ୟାଙ୍କର ଯୋଗେ ଆସିବା ପରେ ଏଠାରେ ଟିଣ ଡବାରେ ପ୍ୟାକିଂ ହେଉଥିବା ଜଣାପଡିଛି

ସଚେତନତା ସୃଷ୍ଟି କରିବା ପାଇଁ ଏହି ଖବରଟିକୁ ଆଗକୁ forward କରନ୍ତୁ । ଧନ୍ୟବାଦ🙏

Comments

Popular posts from this blog

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଆଇନ୍ କୁ ଆଖିଠାର

First aid - Recovery position

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

ସମୟର ଚକ୍ରବ୍ୟୁହ