ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

• ଥୁଣ୍ଟା ବରଗଛ ଛାଇରେ

                      ଶ୍ରୀ ଗୌତମ ଚନ୍ଦ୍ର ପାଣିଗ୍ରାହୀ
                                   ବିଶିନଗର, କଟକ
                                   ଫୋନ ନଂ:୮୦୧୮୧୨୮୭୧୫

ଥୁଣ୍ଟା ବରଗଛ ଛାଇରେ
ପକ୍ଷୀଟିଏ ବସି ଭାବେ ଦିନରାତି
ନିଜ ଅତୀତକୁ ଚାହିଁରେ ॥O॥

ଦିନ ଥିଲା ତାର ନବ ପଲ୍ଲବରେ
ହୋଇଥିଲା ଦେହ ଛାଇରେ ।
ନିଦାଘ ସମୟେ କେତେଯେ ପଥିକ
ବସୁଥିଲେ ତାର ଛାଇରେ ॥୧॥

ଶ୍ୟାମଳ ସୁଷମା ଫୁଟି ଉଠୁଥିଲା
ଶରତର ଆଗମନୀରେ
ବିହଙ୍ଗମ ସ୍ଵରେ  ଫାଟି ପଡୁଥିଲା
ଚତୁର୍ଦିଗ ଧରା ଭୂଇଁରେ ॥୨॥

କାକ ଯେ କୋକିଳ, ବକ କୁମ୍ଭାଟୁଆ
କେତେ ଥିଲେ ବସା ବାନ୍ଧିରେ,
ଛେଳି ମେଣ୍ଡା ପୁଣି କେତେ ଗୋରୁଗାଈ
ଚରୁଥିଲେ ମେଳି ବାନ୍ଧିରେ  ॥୩॥

କାହିଁ କେତେ ଦୁରୁ ଉଡିଉଡି ଆସି
ବସାବାନ୍ଧିଲି ତା ଡାଳରେ
ମନ୍ଦ ସମୀରେ କେତେ ଛଟକରେ
ଦୋଳି ଖେଳେ ନୀଡ଼େ ରହିରେ ॥୪॥

ନାଲି ନାଲି ତାର କେତେ ମିଠା ଫଳ
ଆନନ୍ଦରେ ଥିଲି ଖାଇରେ
ପରିବାର ସାଥେ ହସି ଖେଳୁଥିଲି
ଜୀବନ ଗୀତିକା ଗାଇରେ ॥୫॥

ଗଲାଣି ସେକାଳ ଆଜି ନାହିଁ ତାର
ସବୁଜିମା ଭରା ଛଇରେ
କାଳର କରାଳ ଗ୍ରାସରେ ଗଲାଣି
ଥୁଣ୍ଟା ତାର ଦେହ ହୋଇରେ ॥୬॥

ଆଉ ନାହିଁ ସେହି ପଶୁପକ୍ଷୀ ମେଳ
ବସୁନି ପଥିକ ମୂଳରେ
ଆଉ ଶୁଭୁନାହିଁ ପକ୍ଷୀ କଳରବ
ସମୟ ଚଇତି ଛୁଆଁରେ ॥୭॥

ନିସ୍ବ ଆଜି ମୁହିଁ ବସିଛି ଏକାନ୍ତେ
ସେଇ ଥୁଣ୍ଟା ଗଛ ଛାଇରେ
ସ୍ଵାର୍ଥପର ଏଇ ଦୁନିଆରେ ମୁହିଁ
ଯାଇଛି ଏକଲା ହୋଇରେ ॥୮॥



ଏହାକୁ ବି ପଢନ୍ତୁ- ଓଡ଼ିଆ ଗୀତ - କଟକୀ ମଶା


ଅଧିକ ଖବର ପାଇଁ click କରନ୍ତୁ - pranam news (India)



Comments

Popular posts from this blog

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

ସମୟର ଚକ୍ରବ୍ୟୁହ

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...

ଅଂଶୁଘାତ ଏବଂ ତାହାର ପ୍ରତିକାର

Global warming - The rising temperature of the earth will cause problems like living and food crisis.