Song of mosquito in Odia

ଆଜିକାଲି ସବୁ ରାଜନୀତିଆ ମୁହଁରେ ହଳ ବୁଲାଉଛନ୍ତି, ହେଲେ ଅଟକାଇ ପାରୁନାହାନ୍ତି ମଶା ।ମୁହଁରେ ହଳ ବୁଲେଇଲେ ଖାଲି କି ହେବ ବଦଳି ଯିବ କି ଦଶା ।
ଆସନ୍ତୁ ଦେଖିବା ଏମିତି ଗୋଟିଏ ବିଷୟକୁ ନେଇ କ'ଣ ଲେଖିଛନ୍ତି ଆମ ଗୌତମ ନନା,
ଏତ କଟକ ସହର ମଶା    ଏତ କଟକ ସହର ମଶା, 
ସଂଧ୍ୟା ହେଲାପରେ ଛଡେଇ ଦେଉଛି
କଟକିଆଙ୍କର ନିଶା
ଏତ କଟକ ସହର ମଶା ॥ ୦ ॥
ଦେଖ ସରକାରଙ୍କର ଦଶା
ନିଜ ପାରିବାପଣିଆ ଘୋଷା
ନିଜ ନାମେ ନିଜେ ପ୍ରଶଂସା କରନ୍ତି
ହେଲେ ମାରି ପାରନ୍ତିନି ମଶା
ଚାଲେ ସବୁବେଳେ ଅଙ୍କ କଷI
କ'ଣ କେମିତି କରିଲେ ହୋଇବ
ତାଙ୍କର ଟାଇଟି ଖୋସା ॥ ୧ ॥
ଦେଖ କଟକିଆଙ୍କର ଦଶା
ତାଙ୍କ ଅଳିଆ କରିବା ପେଷା
ରାସ୍ତାର ଉପରେ ନାଳର ଭିତରେ
ସବୁଠି ଅଳିଆ ଠେସା
ଏଠି କାହିକି ନ ହେବ ମଶା
ଏଠି କାହିଁକି ନ ହେବ ମଶା ॥୨॥
ଦେଖ ରାସ୍ତାଘାଟର ଦଶା
ଦେଖି କଟକିଆ ଲୋକ ହସା
ବରଷା ଟୋପାଏ ଆକାଶୁ ପଡିଲେ
ହୁଏ ରାସ୍ତାରେ ଡଙ୍ଗା ଭସା
କୁହ କେମିତି ହେବନି ମଶା
କୁହ କେମିତି ହେବନି ମଶା ॥୩॥

        ଗୌତମ ଚନ୍ଦ୍ର ପାଣିଗ୍ରାହୀ


Please share this news and like our Facebook page "pranam news" .
Now Pranam news is also available in Twitter.... Please follow and give your opinion...

Comments

Post a Comment

Popular posts from this blog

କଂକ୍ରିଟ ଜଙ୍ଗଲ ପ୍ରଭାବ ଏବଂ ଧ୍ଵଂସ ଗାମୀ ଆଧୁନିକ ଶିକ୍ଷିତ ସମାଜ

ଆଇନ୍ କୁ ଆଖିଠାର

First aid - Recovery position

ଚିରନ୍ତନ ଓ ପବିତ୍ର ବନ୍ଧୁତା

ହୃଦୟର ମଣିଷଟିଏ

Corona update - ଦେଶରେ ୨୪ ଘଂଟାରେ ଚିହ୍ନଟ ହେଲେ ୧ଲକ୍ଷ ୧୫ ହଜାର ୭୩୬ ନୂଆ ଆକ୍ରାନ୍ତ, ୬୩୦ ମୃତ : ୮ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତ ସଂଖ୍ୟା

Corona breaking - ନ୍ୟୁଜିଲାଣ୍ଡରେ ଭାରତୀୟଙ୍କୁ ପ୍ରବେଶ ମନା, ଏପ୍ରିଲ ୨୮ ଯାଏଁ ରୋକ୍ ଲଗାଇଲା କିଓ୍ୱି ପ୍ରଶାସନ ଏବଂ ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଆଲେଖ୍ୟ - ନକାରାତ୍ମକ ଚିନ୍ତାଧାରା ଏବଂ ଏହାର ସମାଜ ପ୍ରତି ପ୍ରଭାବ

ସମୟର ଚକ୍ରବ୍ୟୁହ