Song of mosquito in Odia

ଆଜିକାଲି ସବୁ ରାଜନୀତିଆ ମୁହଁରେ ହଳ ବୁଲାଉଛନ୍ତି, ହେଲେ ଅଟକାଇ ପାରୁନାହାନ୍ତି ମଶା ।ମୁହଁରେ ହଳ ବୁଲେଇଲେ ଖାଲି କି ହେବ ବଦଳି ଯିବ କି ଦଶା ।
ଆସନ୍ତୁ ଦେଖିବା ଏମିତି ଗୋଟିଏ ବିଷୟକୁ ନେଇ କ'ଣ ଲେଖିଛନ୍ତି ଆମ ଗୌତମ ନନା,
ଏତ କଟକ ସହର ମଶା    ଏତ କଟକ ସହର ମଶା, 
ସଂଧ୍ୟା ହେଲାପରେ ଛଡେଇ ଦେଉଛି
କଟକିଆଙ୍କର ନିଶା
ଏତ କଟକ ସହର ମଶା ॥ ୦ ॥
ଦେଖ ସରକାରଙ୍କର ଦଶା
ନିଜ ପାରିବାପଣିଆ ଘୋଷା
ନିଜ ନାମେ ନିଜେ ପ୍ରଶଂସା କରନ୍ତି
ହେଲେ ମାରି ପାରନ୍ତିନି ମଶା
ଚାଲେ ସବୁବେଳେ ଅଙ୍କ କଷI
କ'ଣ କେମିତି କରିଲେ ହୋଇବ
ତାଙ୍କର ଟାଇଟି ଖୋସା ॥ ୧ ॥
ଦେଖ କଟକିଆଙ୍କର ଦଶା
ତାଙ୍କ ଅଳିଆ କରିବା ପେଷା
ରାସ୍ତାର ଉପରେ ନାଳର ଭିତରେ
ସବୁଠି ଅଳିଆ ଠେସା
ଏଠି କାହିକି ନ ହେବ ମଶା
ଏଠି କାହିଁକି ନ ହେବ ମଶା ॥୨॥
ଦେଖ ରାସ୍ତାଘାଟର ଦଶା
ଦେଖି କଟକିଆ ଲୋକ ହସା
ବରଷା ଟୋପାଏ ଆକାଶୁ ପଡିଲେ
ହୁଏ ରାସ୍ତାରେ ଡଙ୍ଗା ଭସା
କୁହ କେମିତି ହେବନି ମଶା
କୁହ କେମିତି ହେବନି ମଶା ॥୩॥

        ଗୌତମ ଚନ୍ଦ୍ର ପାଣିଗ୍ରାହୀ


Please share this news and like our Facebook page "pranam news" .
Now Pranam news is also available in Twitter.... Please follow and give your opinion...

Comments

Post a Comment

Popular posts from this blog

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

ସମୟର ଚକ୍ରବ୍ୟୁହ

ଅଂଶୁଘାତ ଏବଂ ତାହାର ପ୍ରତିକାର

Global warming - The rising temperature of the earth will cause problems like living and food crisis.

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ