ଆନ୍ଦୋଳନ ନାମରେ ହିଂସାକାଣ୍ଡ ଘଟାଇବା ଏକ ରୁଗ୍ଣ ମାନସିକତାର ନିଦର୍ଶନ

ଆଜି ଆନ୍ତର୍ଜାତୀୟ ସ୍ତରରେ ଯେଉଁ ଭଳି ଭାବେ ହିଂସାକାଣ୍ଡ ବଢ଼ି ଚାଲିଛି ତାହା ସମସ୍ତଙ୍କୁ ଅତି ମର୍ମାହତ କରୁଛି। ବିଭିନ୍ନ ପ୍ରକାରର ରାଜନୈତିକ ଉଦ୍ଦେଶ୍ୟ ରଖି ବା ରାଜନୈତିକ ଫାଇଦା ପାଇଁ କେତେକ ଲୋକ ବିଭିନ୍ନ ପ୍ରକାରର ଆନ୍ଦୋଳନ ନାମରେ ହିଂସାକାଣ୍ଡ ସୃଷ୍ଟି କରୁଛନ୍ତି ଯାହା ଫଳରେ ସାଧାରଣ ଜନତା ଏବଂ ଦେଶ ବା ରାଷ୍ଟ୍ର ପାଇଁ ସମସ୍ୟା ସୃଷ୍ଟି କରୁଛି। ତେବେ ମନରେ ପ୍ରଶ୍ନ ଆସିଥାଏ ସତରେ କ'ଣ ଏହି ହିଂସାକାଣ୍ଡ ଘଟାଇବା ଦ୍ବାରା କାହାରି ମଙ୍ଗଳ ସାଧନା ହେଉଛି। କେମିତି ଅବା ହବ, ଆମେ ଯଦି କାହାର ଅମଙ୍ଗଳ ଚିନ୍ତା କରିବା ତେବେ ସେ କ'ଣ ଆମ ପାଇଁ ମଙ୍ଗଳ କାମନା କରିବ ! ଯଦି ନୁହେଁ ତେବେ, ଆମେ କାହିଁ ଶାନ୍ତି ପୂର୍ଣ୍ଣ ଭାବରେ ଅନ୍ୟ ମାନଙ୍କୁ ସାଥୀରେ ନେଇ ଆନ୍ଦୋଳନ ନ କରିବା। ଏବଂ ସବୁଠାରୁ ମୁଖ୍ୟ କଥା ହେଉଛି ଆମର ଆମ ସମସ୍ୟାକୁ ନେଇ କାହା ପାଖରେ (ସରକାର ପାଖରେ) ଉପସ୍ଥାପନ କରିବାର ଅଛି ନା କାହା ପାଇଁ ଆମେ ସମସ୍ୟାର କାରଣ ହେବାର ଅଛି ? କାହାର ଅମଙ୍ଗଳ କରିବା କିମ୍ବା ହିଂସାକାଣ୍ଡ, ଦଙ୍ଗା ସୃଷ୍ଟି କରିବା ଆମର ଲକ୍ଷ ନ ହେବା ଉଚିତ। ଏହା ଏକ ରୁଗ୍ଣ ମାନସିକତାର ପରିଚୟ ମାତ୍ର।
ଏଥିପାଇଁ ଆନ୍ଦୋଳନକାରୀ ମାନଙ୍କ ନେତା ମାନେ ଟିକେ ଯତ୍ନ ଶୀଳ ହେବା ଉଚିତ। ନଚେତ୍ ଦେଶ ବା ଜାତିର ପତନ ସୁନିଶ୍ଚିତ।
  ଆପଣଙ୍କ ମତ ଆପଣ କମେଣ୍ଟ ବକ୍ସରେ ଦିଅନ୍ତୁ।
           ଇତି ମୁଁ ସତ୍ୟବ୍ରତ ପାଣିଗ୍ରାହୀ।🙏🙏

Comments

Post a Comment

Popular posts from this blog

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58

ଆସିଲା ନୂଆ କୋଭିଡ ଗାଇଡଲାଇନ