Posts

ଯେଉଁ ବନ୍ଧନର ଅନ୍ତ ନାହିଁ ସେଇ ବନ୍ଧନ "ମାଆ"

Image
ମା ଏବଂ ମାତୃତ୍ୱର ସନ୍ତାନ ସହିତ ଥିବା ଏକ ଅଦୃଶ୍ୟ ବନ୍ଧନକୁ ଦୁନିଆ ସାମ୍ନାରେ ସ୍ମରଣ କରାଇବା ନିମନ୍ତେ ମେ ମାସର ଦ୍ୱିତୀୟ ରବିବାର କୁ ଆନ୍ତର୍ଜାତୀୟ ମାତୃଦିବସ ଭାବରେ ସାରା ବିଶ୍ଵ ପାଳନ କରିଥାଏ । ଏହା ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ଯ ହେଉଛି ମାତୃ ଶକ୍ତିର ଆବଶ୍ୟକତା କୁ ସାରା ବିଶ୍ଵକୁ ଜଣାଇଦେବା । ପୁତ୍ର ଯେତେ ଭୁଲ୍ କରୁ ଯେତେ କଷ୍ଟ ଦେଉ ପଛେ ମା ସାମ୍ନା ରେ ପୁତ୍ର ପ୍ରତି ସ୍ନେହ, ଆଦର, ମମତା କେବେବି କମି ନ ଥାଏ । ସେଥି ପାଇଁ ତ ମା କୁ ମମତାମୟୀ ର ଆଖ୍ୟା ଦିଆ ଯାଏ । କିନ୍ତୁ ବେଳେ ବେଳେ ସନ୍ତାନ ଏହାକୁ ଠିକ୍ ଭାବରେ ବୁଝିପାରେ ନାହିଁ । ଏବଂ ମାକୁ ଆଦର କରେ ନାହିଁ। ଫଳ ସ୍ଵରୂପ ମମତାମୟୀ ମା ହୋଇଯାଏ ନିରାଶ । କିନ୍ତୁ ତଥାପି ତାର ମନରେ ନ ଥାଏ ସନ୍ତାନ ପ୍ରତି କିଛି ଦୁର୍ଭାବନା । ସେ ତଥାପି ନିଜ ସନ୍ତାନ ପାଇଁ ନିଜର ସର୍ବସ୍ଵ ତ୍ୟାଗ କରିଦେଇଥାଏ । ସେଥି ପାଇଁ ତ ମା ମହାନ ହୋଇଥାଏ।     ଯେତେବେଳେ ସନ୍ତାନ କୌଣସି ବିପଦରେ ଫସି ଯାଏ, ସେତେବେଳେ ସମସ୍ତେ କେବଳ ପରିହାସ କରିବା ସହ ବିଭିନ୍ନ ପ୍ରକାରର କଥା କହିଥାଆନ୍ତି କିନ୍ତୁ ଗୋଟିଏ ମା ଏହାକୁ ଠିକ୍ ବୁଝିପାରେ ଏବଂ ସନ୍ତାନର କଷ୍ଟକୁ ନିଜ କଷ୍ଟ ମନେ କରିଥାଏ । ସେଥି ପାଇଁ ତ ମା ହେଉଛି ମହାନ୍ । ଏବଂ ଏହି ମା ର ଯତ୍ନ ନେବା ଆମର କର୍ତ୍ତବ୍ୟ ।    ଏ ସବୁ କଥା ଆଲୋଚନା କଲା ବେଳେ ମନେ ପଡିଯାଏ ତ୍ରେତୟା ଯୁଗର ଶ୍ରୀରା...

ସମୟର ଚକ୍ରବ୍ୟୁହ

Image
କଥାରେ ଅଛି ସମୟ ବଡ଼ ବଳବାନ । କିଏ ଏହାକୁ ମାନୁ କି ନ ମାନୁ ଏହା ହେଉଛି ବାସ୍ତବତା । ସମୟ ହାତରେ ଏମିତି ଏକ ଡୋରି ରହିଛି ଯାହାକି ସେ ଭଗବାନ ଶ୍ରୀ ରାମ ଚନ୍ଦ୍ର ଙ୍କୁ ମଧ୍ୟ ୧୪ ବର୍ଷ ବାନବାସ କରାଇ ଦେଇଥିଲା । ଇତିହସ ସାକ୍ଷୀ ସମୟ କେତେ ବଡ଼ ବଡ଼ ରାଜା ମହାରାଜା ମାନଙ୍କୁ ପରାସ୍ତ କରି ଭିକାରି ବନାଇ ଦେଇଛି ଏବଂ ଭିକାରି ରୁ ରାଜା ଅବା ମହାରାଜା । ସେ ଯାହାବି ହେଉ ନା କାହିଁକି ଯଦି ଖରାପ ସମୟ ଆସେ ତେବେ ସ୍ଵୟଂ ର ସତ ପ୍ରଚେଷ୍ଟା ମଧ୍ୟ ହାର୍ ମାନି ଯାଏ ।      ସେଥି ପାଇଁ ତ କିଏ ଏହାକୁ ଭାଗ୍ୟ କହି ତ କିଏ କର୍ମ ଫଳ ମନେ କରି କେବଳ ନିଜକୁ ଆଶ୍ଵାସନା ଦେଇଥାଏ । ଆଶା ଥାଏ ସମୟ ବଦଳିବ ପୁଣି ଆସିବ ଭଲ ସମୟ । ଭାଗ୍ୟ ବଦଳି ଯିବ ! କିନ୍ତୁ ତାହା ହୋଇନଥାଏ ।ସମୟ ତାହାର ଚକ୍ରବ୍ୟୁହ ରଚନା କରୁଥାଏ ।ନିଜ ଜାଲରେ ଫସାଇବା ପାଇଁ। ତେବେ ମନରେ ପ୍ରଶ୍ନ ଉଠେ ଏହାକୁ ତିଆରି କରେ କିଏ ? ସମୟ କୁ କଣ ବଦଳା ଯାଇ ପାରିବନି କି ? ସମୟକୁ କଣ ନିଜ ହାତରେ ପରିବର୍ତ୍ତନ କରାଯାଇ ପାରିବ ? ଏଭଳି ଏନେକ୍ ପ୍ରଶ୍ନ... ତେବେ ଯେତେ ବେଳେ ଆମେ ଏ ସବୁର ଉତ୍ତର ଖୋଜିବା ତେବେ ପାଇବା କି, ସମୟ କୁ ଆମେ ସ୍ଵୟଂ ହିଁ କିଛିକାଂଶରେ ହିଁ ତିଆରି କରୁଛୁ । ଅର୍ଥାତ୍ ଭଲ ଅବା ଖରାପ ସମୟ ହେବାର ଆମେ ହିଁ ପରୋକ୍ଷରେ ହଉ ଅବା ପ୍ରତ୍ୟକ୍ଷ ରେ ଦାୟୀ ରହିଥାଉ। କିନ୍ତୁ ଏହା ସବୁ ସମୟରେ ଠିକ୍ ହୋଇ ନଥାଏ । ବେଳେ ବେଳେ ଆମର ଭା...

ସମାଜରେ ପ୍ରଣାମର ଆବଶ୍ୟକତା - ଏକ ପୁରାଣ କଥା

ଦ୍ୱାପର ଯୁଗର କଥା, ମହାଭାରତ ଯୁଦ୍ଧ ଚାଲିଥାଏ - ଦିନେ ଦୁର୍ଯ୍ୟୋଧନ କଥାରେ ଆହତ ହୋଇ ପିତାମହ ଭୀଷ୍ମ ପ୍ରତିଜ୍ଞା କରିଦେଲେ ଯେ - “ମୁଁ ଗଙ୍ଗା ପୁତ୍ର ଭୀଷ୍ମ ପ୍ରତିଜ୍ଞା କରୁଛି ଯେ କାଲି ଯୁଦ୍ଧରେ ମୁଁ ପାଣ୍ଡବଙ୍କୁ ବଧ କରିଦେବି” । ଏହି ପ୍ରତିଜ୍ଞା ଶୁଣି ପାଣ୍ଡବଙ୍କ ଶିବିରରେ ଭାଳେଣି ପଡିଗଲା ।ପିତାମହ ଭୀଷ୍ମଙ୍କ ଶକ୍ତି ବିଷୟରେ ସମସ୍ତଙ୍କୁ ଜଣା, ସେଥିପାଇଁ ସମସ୍ତ ପାଣ୍ଡବ ଚିନ୍ତିତ ହୋଇଗଲେ । ଠିକ୍ ସେତିକିବେଳେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଲେ, "ଏବେ ମୋ ସହିତ ଆସ" । ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ନେଇ ସିଧା ପିତାମହ ଭୀଷ୍ମଙ୍କ ଶିବିରରେ ପହଞ୍ଚିଗଲେ । ଏବଂ ଶିବିର ବାହାରେ ଛିଡ଼ା ହୋଇ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଲେ, "ଭିତରକୁ ଯାଇ ପିତାମହ ଭୀଷ୍ମଙ୍କୁ ପ୍ରଣାମ କର" । ଦ୍ରୌପଦୀ ଭିତରକୁ ଯାଇ ପିତାମହ ଭୀଷ୍ମଙ୍କୁ ପ୍ରଣାମ କରିବା କ୍ଷଣି ଭୀଷ୍ମ ହାତ ଉପରକୁ ଟେକି "ଅଖଣ୍ଡ ସୌଭାଗ୍ୟବତୀ ଭଵ" କହି ଆଶୀର୍ବାଦ ଦେଲେ, ପୁଣି ସେ ଦ୍ରୌପଦୀଙ୍କୁ ପଚାରିଲେ - "ବତ୍ସ, ତୁମ୍ଭେ ଏତେ ରାତ୍ରରେ ଏକୁଟିଆ ଏଠିକୁ କିପରି ଆସିଲ, କଣ ଶ୍ରୀକୃଷ୍ଣ ତୁମ୍ଭକୁ ଏଠାକୁ ନେଇ ଆସିଛନ୍ତି ?" ଦ୍ରୌପଦୀ କହିଲେ - "ହଁ, ସେ କକ୍ଷ ବାହାରେ ଅଛନ୍ତି" ତାପରେ ଭୀଷ୍ମ ବି କକ୍ଷ ବାହାରକୁ ଆସିଗଲେ ଏବଂ ଉଭୟ ଉଭୟଙ୍କୁ ପ୍ରଣାମ କଲେ । ଭୀଷ୍ମ କହିଲେ - "ମୋର ଏକ ପ୍ରତିଜ୍ଞାକୁ ମୋର ହିଁ...

ପରିସ୍ଥିତିର ଚକ୍ରବ୍ୟୁହରେ ବାଟବଣା ମଣିଷଟିଏ...

ସମୟ ବଡ଼ ବଳବାନ,.… କେତେବେଳେ ଏହି ସମୟ କାହାର ପରିସ୍ଥିତିକୁ ବଦଳାଇ ଦେବ ତାହା କିଛି କହି ହେବ ନାହିଁ । କିଛିକାଂଶରେ ଏହି ପରିସ୍ଥିତିକୁ ସ୍ଵଂୟ ହିଁ ମଣିଷ ବଦଳାଇ ଦେଇଥାଏ । ସେହି ପରିସ୍ଥିତି ପୁଣି ନେଇ ଆସେ ଏହାରି ଜୀବନରେ ଏକ ବଡ଼ ବତାସ। ଯେଉଁଥିରୁ କି ସେ ମୁକୁଳି ପାରେ ନା କି କାହାକୁ ଜଣାଇ ପାରେ । ବିଶ୍ଵାସର ମଣିଷଟିଏ ବି ଦୂରେଇ ଯାଏ। କିଛି ସମୟ ପାଇଁ ଘୋଟି ଯାଏ ପୁରା ଅନ୍ଧକାର । ସେଥି କେହି କାହାକୁ ଆଉ ଦେଖି ହୁଏ ନାହିଁ କାହାର ଚେହେରାକୁ... କେବଳ ରହିଯାଏ ଖାଲି ଅନ୍ଧାର ଆଉ ଅନ୍ଧକାର । କେବଳ ସାଥ ଦିଏ ନିଜର କୋହଭରା ଲୋତକ ର ଧାର... ନିରାଶ ହୋଇ ଖୋଜି ବୁଲୁଥାଏ ସେ... କେଉଁଠି ଟିକେ ବାଟ ମିଳିଯିବ । ହେଲେ ନଥାଏ କିଛି ବାଟ ଆଉ ଯେଉଁ ବାଟ ଦେଖା ଯାଏ ସେ ବାଟ ଥାଏ ଘୋର ଅନ୍ଧକାର କୁ... ପୁଣି ଧର୍ଯ୍ୟ ସହକାରେ ବାଟୋଇ ମାଡ଼ି ଚାଲେ ସମୟର ତାଳେ ତାଳେ ଅଜ୍ଞାତ ବାଟରେ । ଭାବୁଥାଏ ଓ ବିଶ୍ୱାସ ଥାଏ ମିଳିବ ନିଶ୍ଚୟ ମିଳିବ ଏକ ବାଟ...  ଇତିହାସ ସାକ୍ଷୀ ପରିସ୍ଥିତି କାହାକୁ ବି ଛାଡ଼ିନି । ପ୍ରଭୁ ରାମଚନ୍ଦ୍ର ହୁଅନ୍ତୁ କି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପରିସ୍ଥିତି ପାଇଁ ହେବାକୁ ପଡ଼ିଛି ସମସ୍ତଙ୍କୁ ହଟ ହଟା...ସେ ଯାହାବି ହେଉ କାହିଁ ମନବଳ ଏବଂ ଆତ୍ମ ଶକ୍ତି ଦୃଢ଼ ରହିଲେ, ମନ ପବିତ୍ର ରହିଲେ ଏବଂ ସତ୍ ମାର୍ଗରେ ରହି ଈଶ୍ୱର ଙ୍କ ପ୍ରତି ଭକ୍ତି ରହିଲେ ନିଶ୍ଚୟ ସବୁକିଛି ଠିକ୍ ହୋଇ ମିଳି ଯିବ ସଠିକ୍ ବାଟ......

ଶାଳଗ୍ରାମର ଉତ୍ପତ୍ତି ଏବଂ ଏହାର ଆଧ୍ୟାତ୍ମିକ ତତ୍ତ୍ଵ

ଶାଳଗ୍ରାମ  :- ଶାଳଗ୍ରାମ ହେଉଛି ଏକ ଜାତିର ପଥର ; ଯାହାକୁ ବୈଜ୍ଞାନିକ ମତରେ ଆମ୍ନୋନାଇଟ୍ କୁହାଯାଏ ; ଯିଏକି ଏକ ଛିଦ୍ରଯୁକ୍ତ କୁଣ୍ଡଳାକାର ଜୀବାଶ୍ମ ଅଟେ। ହେଲେ ହିନ୍ଦୁ ଶାସ୍ତ୍ର ମତେ ଏହା ହେଉଛି ବିଷ୍ଣୁ ଦେବଙ୍କ ଜୀବନ୍ତ ପ୍ରତିମା। ଶାଳଗ୍ରାମ ବିନା କୌଣସି ବିଷ୍ଣୁମନ୍ଦିର ପ୍ରତିଷ୍ଠା ସମ୍ଭବ ନୁହେଁ।  କୌଣସି ବିଷ୍ଣୁମନ୍ଦିର ନୂଆ କରି ତିଆରି ହେଲେ ବିଷ୍ଣୁପ୍ରତିମାର ପ୍ରାଣପ୍ରତିଷ୍ଠା କରିବାକୁ ପଡେ ; ହେଲେ ଶାଳଗ୍ରାମ ବିନା ପ୍ରାଣପ୍ରତିଷ୍ଠାରେ ପୂଜା ପାଇଥାଏ। କେଉଁଠୁ ମିଳେ:- ଶାଳଗ୍ରାମ କେବଳ ନେପାଳ ଅନ୍ତର୍ଗତ ' ମୁକ୍ତିନାଥ ' ନାମକ ସ୍ଥାନରେ ' ଗଣ୍ଡୁକୀ ' ନଦୀ ପଠାରେ ଦେଖିବାକୁ ମିଳିଥାଏ।  ଦ୍ଵାରିକା ସମୁଦ୍ର କୂଳରୁ ମଧ୍ୟ ଏକ ପ୍ରକାର ଧଳା ପଥର ମିଳେ ; ଯାହାକୁ ' ଚକ୍ରନିକା ' କୁହଯାଏ। ଏ ପଥର ମଧ୍ୟ ଶାଳଗ୍ରାମ ସମତୂଲ୍ୟ । ଏହାକୁ ଶାଳଗ୍ରାମ ସହିତ ରଖି ପୂଜା କରାଯାଏ।  ଶାଳଗ୍ରାମ କିପରି ସୃଷ୍ଟି ହୁଏ :- ଗଣ୍ଡୁକୀ ନଦୀରେ ' ବଜ୍ରକୀଟ ' ନାମକ ଏକ ପ୍ରକାର  ବାସ କରନ୍ତି ;  ଯାହାର ଦାନ୍ତ ଓ ନଖ ଗ୍ରାନାଇଟ ଶିଳାଠୁ ଶକ୍ତ ବୋଲି ବିଶ୍ଵାସ ରହିଛି। ସେଇ କୀଟଗୁଡିକ ଏଇ ଶିଳା ଉପରେ ଚକ୍ରାକୃତିର ଚିହ୍ନମାନ ଅଙ୍କନ କରିଥାନ୍ତି। ଏଇ ଚକ୍ର ସବୁ କେବଳ ଶିଳାର ଉପରି ଭାଗରେ ନ ରହି ଶିଳାର ଭିତର ଭାଗରେ ବି ରହିଥାଏ ; କାରଣ ଏଇ କୀଟ ସେଇ ଶିଳା ଭିତରେ ହିଁ ବାସ କରିଥାଏ।  ସେଇ...

ଅଂଶୁଘାତ ଏବଂ ତାହାର ପ୍ରତିକାର

Image
ଆଜିର ଦିନମାନଙ୍କରେ ଅତିଶୟ ଗରମ ବଡିବା ସହ ତାପମାତ୍ରା ର ଅତିଶୟ ବୃଦ୍ଧି ଜନ ଜୀବନକୁ ପୁରା ଅସ୍ତବ୍ୟସ୍ତ କରିସାରିଲାଣି । ଏହି ସମୟରେ ଅଂଶୁଘାତର ସମ୍ଭାବନା ମଧ୍ୟ ବଢ଼ି ଯାଇଥାଏ । ସେଥିପାଇଁ ଜନସାଧାରଣଙ୍କୁ ସଚେତନତାର ଆବଶ୍ୟକତାର ସୃଷ୍ଟି ହୋଇଥାଏ । ଏଥିନିମନ୍ତେ ପ୍ରଶାସନ ଠାରୁ ଆରମ୍ଭ କରି କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଯାଏଁ ଅଂଶୁଘାତ ସଚେତନତା ଉପରେ ଜୋର୍ ଦିଅନ୍ତି । ଏବଂ ଟିଭି, ରେଡ଼ିଓ, ସୋସିଆଲ ମିଡିଆରେ ବିଜ୍ଞାପନ ପ୍ରସାରିତ କରନ୍ତି । ଯାହାକି କିଛି ମାତ୍ରାରେ ଲୋକଙ୍କ ଉପରେ ପ୍ରଭାବ ପଡ଼େ । ଏବଂ ଅଂଶୁଘାତ ନ ହେବା ପାଇଁ ବିଭିନ୍ନ ପ୍ରକାରର ଉପାୟ ସବୁ ଅବଲମ୍ବନ କରନ୍ତି । ତେବେ ଆସନ୍ତୁ ଜାଣିବା ଅଂଶୁଘାତ ହେବାର କାରଣ ଓ ଲକ୍ଷଣ ସବୁ କଣ ରହିଛି । ଅଂଶୁଘାତର କାରଣ ଓ ଲକ୍ଷଣ :- ଅଂଶୁଘାତର ମୁଖ୍ୟ କାରଣ ହେଲା ସୂର୍ଯ୍ୟରଶ୍ମିର ଉତ୍ତାପ ବୃଦ୍ଧି । ଜଙ୍ଗଲ କ୍ଷୟ , କଳକାରଖାନା ଓ ଯାନବାହନର ବିଷାକ୍ତ ଗ୍ୟାସ୍ ଓ ଧୂଆଁ ଏହି ଉତ୍ତାପ ବୃଦ୍ଧିର ପ୍ରମୁଖ କାରଣ । ଜଙ୍ଗଲରୁ ବୃକ୍ଷଲତା କଟାଯିବାରୁ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ କ୍ଷୟ ଘଟିବାରେ ଲାଗିଛି । ବାୟରେ ଜଳୀୟବାଷ୍ପ ପରିମାଣ ଓ ବର୍ଷା କମିଯାଉଛି । ଜଙ୍ଗଲ କଟାଯାଇ କଳକାରଖାନା ବସୁଛି , ନୂଆ ସହର ବଜାର ଗଢ଼ା ଚାଲିଛି , କୋଠାବାଡ଼ି ନିର୍ମାଣ ଚାଲିଛି । ବୃକ୍ଷ ଜଙ୍ଗଲ ନାଶ ଘଟି କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଛି । ଯାହାକି ପୃଥିବୀର ଉତ୍ତାପ ବୃଦ୍...

ଆନନ୍ଦ ଏବଂ ଉହ୍ଲାସର ପର୍ବ "ରଜ"...

Image
ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଗୁଡିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଥିବାର ଲକ୍ଷ୍ୟ କରାଯାଏ । ଭାରତୀୟ ସଂସ୍କୃତିରେ ଅନେକ ଗୁଡ଼ିଏ ବିଶେଷତ୍ଵ ରହିଥାଏ । ଠିକ୍ ସେହିପରି ଓଡିଶାରେ ମଧ୍ୟ କିଛି ପର୍ବପର୍ବାଣୀ ର ମଧ୍ୟ ବିଶେଷତା ସମଗ୍ର ଭାରତ ବର୍ଷ ଏବଂ ସମଗ୍ର ବିଶ୍ଵରେ ତାହାର ପରିଚୟ ସୃଷ୍ଟି କରିଥାଏ ।ଏହିସବୁ ପର୍ବ ଭିତରୁ ରଜ ହେଉଛି ଏକ ଅନ୍ୟତମ ପର୍ବ । ଯାହାକି ନାରୀମାନଙ୍କ ସ୍ବାଧୀନତାର ବାର୍ତ୍ତା ବହନ କରିଥାଏ ।ଅନେକ କୁହନ୍ତି ଭାରତୀୟ ସଂସ୍କୃତିରେ ନାରୀକୁ ବିଶେଷ କିଛି ସ୍ଵାଧୀନତା ଦିଆଯାଇନାହିଁ । କିନ୍ତୁ ବାସ୍ତବରେ ଆମେ ଯଦି ଆମ ରୀତି, ନୀତି, ସଂସ୍କୃତି କୁ ଦେଖିବା ଏବଂ ଆମ ପୁରାଣ ଶାସ୍ତ୍ର କୁ ଅଧ୍ୟୟନ କରିବା ତେବେ ଯାଇ ଆମକୁ ଉଦ୍ଦବୋଧ ହେବ କି ଆମ ସଂସ୍କୃତି ଏବଂ ପରମ୍ପରା ଏଠି ପ୍ରତି କେତେ ଯତ୍ନଶୀଳ। ଭାରତୀୟ ପରମ୍ପରାରେ କେବଳ ନାରୀ ମାନେ ନୁହନ୍ତି ଏଠାରେ ସମସ୍ତଙ୍କୁ ସମ୍ମାନ ଭାବରେ ଦେଖାଯାଇଥାଏ । ହସ, ଖୁସି, ଗୀତ, ନାଚକୁ ଆମ ସଂସ୍କୃତି ସବୁବେଳେ ପ୍ରାଧାନ୍ୟ ଦେଇଆସିଛି । ସେଥିପାଇଁ ତ ଆଜି ଆମେ ଏହାକୁ କହୁଛେ ଆନନ୍ଦ-ଉହ୍ଲାସର ପର୍ବ "ରଜ" । ଯାହାକି ଆଜି ଓଡ଼ିଶାର ପୁରପଲ୍ଲୀରେ ଅତି ପ୍ରଚଳିତ । ରଜ ପର୍ବ ଆଷାଢ଼ ମାସରେ ପଡ଼େ । ଜ୍ୟେଷ୍ଠ ମାସ ଶେଷ ଦିନଠାରୁ ଆଷାଢ଼ ମାସ ଦ୍ବିତୀୟ ଦିନ ପର୍ଯ୍ୟନ୍ତ , ମାନେ ତିନିଦିନ ଧରି ରଜ ପର୍ବ ପାଳିତ ହୁଏ । ପ୍ରଥମ ଦିନକ...