ଶାଳଗ୍ରାମର ଉତ୍ପତ୍ତି ଏବଂ ଏହାର ଆଧ୍ୟାତ୍ମିକ ତତ୍ତ୍ଵ

ଶାଳଗ୍ରାମ :-
ଶାଳଗ୍ରାମ ହେଉଛି ଏକ ଜାତିର ପଥର; ଯାହାକୁ ବୈଜ୍ଞାନିକ ମତରେ ଆମ୍ନୋନାଇଟ୍ କୁହାଯାଏ ; ଯିଏକି ଏକ ଛିଦ୍ରଯୁକ୍ତ କୁଣ୍ଡଳାକାର ଜୀବାଶ୍ମ ଅଟେ। ହେଲେ ହିନ୍ଦୁ ଶାସ୍ତ୍ର ମତେ ଏହା ହେଉଛି ବିଷ୍ଣୁ ଦେବଙ୍କ ଜୀବନ୍ତ ପ୍ରତିମା। ଶାଳଗ୍ରାମ ବିନା କୌଣସି ବିଷ୍ଣୁମନ୍ଦିର ପ୍ରତିଷ୍ଠା ସମ୍ଭବ ନୁହେଁ।  କୌଣସି ବିଷ୍ଣୁମନ୍ଦିର ନୂଆ କରି ତିଆରି ହେଲେ ବିଷ୍ଣୁପ୍ରତିମାର ପ୍ରାଣପ୍ରତିଷ୍ଠା କରିବାକୁ ପଡେ ; ହେଲେ ଶାଳଗ୍ରାମ ବିନା ପ୍ରାଣପ୍ରତିଷ୍ଠାରେ ପୂଜା ପାଇଥାଏ।

କେଉଁଠୁ ମିଳେ:-
ଶାଳଗ୍ରାମ କେବଳ ନେପାଳ ଅନ୍ତର୍ଗତ 'ମୁକ୍ତିନାଥ' ନାମକ ସ୍ଥାନରେ 'ଗଣ୍ଡୁକୀ' ନଦୀ ପଠାରେ ଦେଖିବାକୁ ମିଳିଥାଏ।  ଦ୍ଵାରିକା ସମୁଦ୍ର କୂଳରୁ ମଧ୍ୟ ଏକ ପ୍ରକାର ଧଳା ପଥର ମିଳେ ; ଯାହାକୁ 'ଚକ୍ରନିକା' କୁହଯାଏ। ଏ ପଥର ମଧ୍ୟ ଶାଳଗ୍ରାମ ସମତୂଲ୍ୟ। ଏହାକୁ ଶାଳଗ୍ରାମ ସହିତ ରଖି ପୂଜା କରାଯାଏ। 

ଶାଳଗ୍ରାମ କିପରି ସୃଷ୍ଟି ହୁଏ :-
ଗଣ୍ଡୁକୀ ନଦୀରେ 'ବଜ୍ରକୀଟ' ନାମକ ଏକ ପ୍ରକାର  ବାସ କରନ୍ତି ;  ଯାହାର ଦାନ୍ତ ଓ ନଖ ଗ୍ରାନାଇଟ ଶିଳାଠୁ ଶକ୍ତ ବୋଲି ବିଶ୍ଵାସ ରହିଛି। ସେଇ କୀଟଗୁଡିକ ଏଇ ଶିଳା ଉପରେ ଚକ୍ରାକୃତିର ଚିହ୍ନମାନ ଅଙ୍କନ କରିଥାନ୍ତି। ଏଇ ଚକ୍ର ସବୁ କେବଳ ଶିଳାର ଉପରି ଭାଗରେ ନ ରହି ଶିଳାର ଭିତର ଭାଗରେ ବି ରହିଥାଏ ; କାରଣ ଏଇ କୀଟ ସେଇ ଶିଳା ଭିତରେ ହିଁ ବାସ କରିଥାଏ।  ସେଇ କୀଟ କରିଥିବା ଛିଦ୍ରଗୁଡିକୁ "ବଦନ ବା ମୁଖ" ନାମରେ ଅଭିହିତ କରାଯାଏ। ଆମେ ଯଦି ଶାଳଗ୍ରାମ ଉପରେ ଗୋଟିଏ ପାର୍ଶ୍ଵରୁ ଆଲୋକ ପକାଇବା ; ତେବେ ସେ ଛିଦ୍ର ଗୁଡିକ ଖୁବ ପରିଷ୍କାର ଭାବେ ଦେଖା ଯିବ। ଅସଲି ଶାଳଗ୍ରାମ ଚିହ୍ନିବା ପାଇଁ ଏଇ 'ଚକ୍ର ଚିହ୍ନ' ହିଁ ମହତ୍ତ୍ୱପୂର୍ଣ୍ଣ। ବିଶ୍ଵାସ କରାଯାଏ କି : ଭଗବାନ ବିଷ୍ଣୁ ନିଜେ ସେ କୀଟ ରୂପରେ ଆସି ଏ ଶିଳାକୁ ପ୍ରସ୍ତୁତ କରିଥାନ୍ତି। 

ରଙ୍ଗ,ରୂପ ଓ ଆକାର :-
ଅଧିକାଂଶ ଶାଳଗ୍ରାମ ଶିଳା କଳା ରଙ୍ଗର। ଏହାଛଡା ବିରଳ ଲାଲ ରଙ୍ଗର ଶାଳଗ୍ରାମ ବି ଦେଖିବାକୁ ମିଳେ। ହେଲେ ଏହାକୁ ଘରେ ରଖି ପୂଜା କରାଯାଏ ନାହିଁ। ଶାଳଗ୍ରାମ ତିନି ପ୍ରକାରର ହୋଇଥାନ୍ତି। ସାଧାରଣ,କ୍ଷୁଦ୍ର ଓ ଅତିକ୍ଷୁଦ୍ର। ଅତିକ୍ଷୁଦ୍ର ଶାଳଗ୍ରାମରେ କୌଣସି ଛିଦ୍ର ବା ଚକ୍ର ଦେଖିବାକୁ ମିଳେ ନାହିଁ। ହେଲେ ଏହାକୁ  ଆଲୋକ ଆଗରେ ରଖିଲେ,ଏହା ଭିତରଟା ଲାଲ ଦେଖାଯାଏ। ଏଇ ଶାଳଗ୍ରାମକୁ 'ରତ୍ନଗର୍ଭା' କୁହଯାଏ । ଏ ପ୍ରକାର ଶାଳଗ୍ରାମ ଅତି ବିରଳ ଶ୍ରେଣୀର। ଯେଉଁ ଶାଳଗ୍ରାମରେ ୭ଟି ଛିଦ୍ର ଓ ୧୪ ଟି ଚକ୍ର ଥାଏ ; ତାକୁ "ଅନନ୍ତ ପଦ୍ମନାଭ" ମୂର୍ତ୍ତି କୁହାଯାଏ। ଯେଉଁଥିରେ ୨ଟି ଛିଦ୍ର ଓ ୪ଟି ଚକ୍ର ଥାଏ ; ତାକୁ "ନାରାୟଣ ମୂର୍ତ୍ତି" କୁହନ୍ତି। ଉଭୟ ଶାଳଗ୍ରାମ ସମାନ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । 

କିମ୍ବଦନ୍ତୀ :-

କୁହାଯାଏ "ମା ତୁଳସୀ" ଲକ୍ଷ୍ମୀଙ୍କ ଅଂଶ ନେଇ ଜନ୍ମ ଗ୍ରହଣ କରିଥିଲେ ; ଆଉ ସେ "ରାକ୍ଷସ ଜଳନ୍ଧରକୁ ବିବାହ" କରିଥିଲେ। ତୁଳସୀଙ୍କ ସତୀତ୍ଵ ବଳରେ  ଜଳନ୍ଧରକୁ କେହି ମାରିପାରୁ ନ ଥିଲେ। ତେଣୁ ସେ ଦେବ ଓ ମାନବଙ୍କ ଉପରେ ଅତ୍ୟାଚାର କଲା। ପୃଥିବୀ ତ୍ରାହି ତ୍ରାହି ଡାକିବାରୁ ବିଷ୍ଣୁଦେବ ସଂସାରର ମଙ୍ଗଳ ପାଇଁ ''ତୁଳସୀଙ୍କ ସତୀତ୍ଵ ହରଣ" କଲେ ଓ ତା' ପରେ ଜଳନ୍ଧରର ମୃତ୍ୟୁ ହେଲା। ହେଲେ ତୁଳସୀ ଏ କଥା ଜାଣି ପାରି ତାଙ୍କୁ ପାଷାଣ ହେବାର ଅଭିଶାପ ଦେଲେ। ବିଷ୍ଣୁଦେବ ସେ ଅଭିଶାପକୁ ଗ୍ରହଣ କରି ପାଷାଣ ହେଲେ ; ଯାହାକି ଏଇ ଶାଳଗ୍ରାମ। ଅଭିଶାପ ପାଇବା ପରେ ସେ ତୁଳସୀଙ୍କୁ 'ଗଣ୍ଡୁକୀ' ରୂପରେ ପ୍ରବାହିତ ହୋଇ ତାଙ୍କୁ ଅଭିଶାପ ମୁକ୍ତ କରିବାକୁ ଅନୁରୋଧ କଲେ। ତୁଳସୀ ତାଙ୍କ ଅନୁରୋଧ ରକ୍ଷା କରି 'ଗଣ୍ଡୁକୀ' ରୂପେ ପ୍ରବାହିତ ହୋଇ ଶାଳଗ୍ରାମ ରୂପେ ଅପେକ୍ଷାରତ ବିଷ୍ଣୁଙ୍କୁ  ସ୍ପର୍ଶ କଲେ। ଫଳରେ ବିଷ୍ଣୁଦେବ ଶାପମୁକ୍ତ ହୋଇ ତୁଳସୀ ଦେବୀଙ୍କୁ ନେଇ ବୈକୁଣ୍ଠକୁ ଗମନ କଲେ।  ହେଲେ ଦୁହିଁଙ୍କ ପ୍ରତୀକ "ଗଣ୍ଡୁକୀ ନଦୀ" ଓ 'ଶାଳଗ୍ରାମ' ଏଇ ଧରାରେ ରହିଗଲେ। 



ସୌଜନ୍ୟ - ସୋସିଆଲ ମିଡ଼ିଆ



    🙏 *ଓଁ ଜୟ ଶ୍ରୀ-ଜଗନ୍ନାଥ*🙏

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...