ଅଂଶୁଘାତ ଏବଂ ତାହାର ପ୍ରତିକାର

ଆଜିର ଦିନମାନଙ୍କରେ ଅତିଶୟ ଗରମ ବଡିବା ସହ ତାପମାତ୍ରା ର ଅତିଶୟ ବୃଦ୍ଧି ଜନ ଜୀବନକୁ ପୁରା ଅସ୍ତବ୍ୟସ୍ତ କରିସାରିଲାଣି । ଏହି ସମୟରେ ଅଂଶୁଘାତର ସମ୍ଭାବନା ମଧ୍ୟ ବଢ଼ି ଯାଇଥାଏ । ସେଥିପାଇଁ ଜନସାଧାରଣଙ୍କୁ ସଚେତନତାର ଆବଶ୍ୟକତାର ସୃଷ୍ଟି ହୋଇଥାଏ । ଏଥିନିମନ୍ତେ ପ୍ରଶାସନ ଠାରୁ ଆରମ୍ଭ କରି କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଯାଏଁ ଅଂଶୁଘାତ ସଚେତନତା ଉପରେ ଜୋର୍ ଦିଅନ୍ତି । ଏବଂ ଟିଭି, ରେଡ଼ିଓ, ସୋସିଆଲ ମିଡିଆରେ ବିଜ୍ଞାପନ ପ୍ରସାରିତ କରନ୍ତି । ଯାହାକି କିଛି ମାତ୍ରାରେ ଲୋକଙ୍କ ଉପରେ ପ୍ରଭାବ ପଡ଼େ । ଏବଂ ଅଂଶୁଘାତ ନ ହେବା ପାଇଁ ବିଭିନ୍ନ ପ୍ରକାରର ଉପାୟ ସବୁ ଅବଲମ୍ବନ କରନ୍ତି । ତେବେ ଆସନ୍ତୁ ଜାଣିବା ଅଂଶୁଘାତ ହେବାର କାରଣ ଓ ଲକ୍ଷଣ ସବୁ କଣ ରହିଛି ।

ଅଂଶୁଘାତର କାରଣ ଓ ଲକ୍ଷଣ :- ଅଂଶୁଘାତର ମୁଖ୍ୟ କାରଣ ହେଲା ସୂର୍ଯ୍ୟରଶ୍ମିର ଉତ୍ତାପ ବୃଦ୍ଧି । ଜଙ୍ଗଲ କ୍ଷୟ , କଳକାରଖାନା ଓ ଯାନବାହନର ବିଷାକ୍ତ ଗ୍ୟାସ୍ ଓ ଧୂଆଁ ଏହି ଉତ୍ତାପ ବୃଦ୍ଧିର ପ୍ରମୁଖ କାରଣ । ଜଙ୍ଗଲରୁ ବୃକ୍ଷଲତା କଟାଯିବାରୁ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ କ୍ଷୟ ଘଟିବାରେ ଲାଗିଛି । ବାୟରେ ଜଳୀୟବାଷ୍ପ ପରିମାଣ ଓ ବର୍ଷା କମିଯାଉଛି । ଜଙ୍ଗଲ କଟାଯାଇ କଳକାରଖାନା ବସୁଛି , ନୂଆ ସହର ବଜାର ଗଢ଼ା ଚାଲିଛି , କୋଠାବାଡ଼ି ନିର୍ମାଣ ଚାଲିଛି । ବୃକ୍ଷ ଜଙ୍ଗଲ ନାଶ ଘଟି କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଛି । ଯାହାକି ପୃଥିବୀର ଉତ୍ତାପ ବୃଦ୍ଧି ଓ ଅଂଶୁଘାତ ନିମନ୍ତେ ଦାୟୀ ହେଉଛି । ସେଥିପାଇଁ ଦେଖିବାକୁ ଗଲେ ଆମେ ମାନେ ଅଂଶୁଘାତ ପାଇଁ ସ୍ଵଂୟ ହିଁ ଦାୟୀ ।

ଜାଣିବା କଥା - ଆମ ଶରୀରର ତାପମାତ୍ରା ପ୍ରାୟ ୩୭ ଡିଗ୍ରୀ ସେଲସିୟସ ଥାଏ । ଏହି ତାପମାତ୍ରା ବୃଦ୍ଧିପାଇଲେ ଆମ ମସ୍ତିଷ୍କ ତାକୁ ନିୟନ୍ତ୍ରଣ କରେ । ଶରୀରର ତାପମାତ୍ରା ବଢିଲେ ଶରୀରରୁ ଝାଳ ବାହାରି ତାହାକୁ କମାଇଦିଏ । ଯଦି ମସ୍ତିଷ୍କ ତାପ ହ୍ରାସ କରିବାରେ ବିଫଳ ହୁଏ , ତେବେ ମନୁଷ୍ୟ ଅଂଶୁଘାତରେ ଆକ୍ରାନ୍ତ ହୋଇଥାଏ ।

ସତର୍କତା :-
୧) ଟାଣ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ।
୨) ଖରାବେଳେ ପଦାକୁ ବାହାରନ୍ତୁ ନାହିଁ ।
୩) ଜରୁରୀ କାର୍ଯ୍ୟରେ ବାହାରକୁ ଯିବାବେଳେ ମୁଣ୍ଡରେ ଓଦା ଗାମୁଛା , ଛତା , ଜୋତା ଓ କଳା ଚଷମା ବ୍ୟବହାର କରନ୍ତୁ । 
୪) ଘରୁ ବାହାରିବା ଆଗରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥ୍‌ରେ ଏକ ବୋତଲରେ ପାଣି ନିଅନ୍ତୁ । ପୋଷାକ ପରିବର୍ତ୍ତେ ଧଳା , ହାଲୁକା ଓ ଢିଲା ପୋଷାକ ପରିଧାନ କରନ୍ତୁ । 
୫) ହାଲିଆ ଲାଗିଲେ ଛାଇ ଯାଗା କିମ୍ବା ଫ୍ୟାନ ତଳେ ବସନ୍ତୁ କିମ୍ବା ଅଳ୍ପ ସମୟ ବିଶ୍ରାମ କରନ୍ତୁ । ନିର୍ଜଳିକରଣ ଅନୁଭୂତ ହେଲେ ଓ.ଆର.ଏସ. ଦ୍ରବଣ , ଆଖୁରସ , , ଘୋଳ ଦହି ପିଅନ୍ତୁ ।
୬) ଟିଣ ଆଜବେଷ୍ଟସ ଘରେ ନଡା / ଛଣ ବିଛାନ୍ତୁ । 
୭) ବିନା ଛତା , ଜୋତା ଓ ପାଣି ବୋତଲରେ ବାହାରକୁ ବାହାରନ୍ତୁ ନାହିଁ ।
୮) ଏହି ସମୟରେ ମାଦକ ଦ୍ରବ୍ୟ , ମଦ୍ୟପାନ ଇତ୍ୟାଦି ସେବନ କରନ୍ତୁ ନାହିଁ ।
୯) ଛୋଟ ପିଲା , ବୟସ୍କ ବ୍ୟକ୍ତି , ଗର୍ଭବତୀ ମହିଳା ମାନଙ୍କୁ ଖରାବେଳେ ବାହାରକୁ ଛାଡନ୍ତୁ ନାହିଁ । 
୧୦) ଅଂଶୁଘାତ ହୋଇଥିବା ବ୍ୟକ୍ତିଙ୍କୁ ତୁର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ । ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ ।

Comments

Popular posts from this blog

Govt comes up with stricter norms for social media, OTT platforms...

Sabnam is first woman to be hanged in independent India. Here's the story of her horrific crime...

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନିର୍ବାଚନ କମିଶନର - ଦାୟୀତ୍ଵ ପ୍ରଦାନ କଲେ 'ମହାମହିମ ରାଷ୍ଟ୍ରପତି'

ଲକଡାଉନ୍ ସମୟରେ ସାଇବର ଅପରାଧର ଦ୍ରୁତ ବୃଦ୍ଧି: ଅର୍ଣ୍ଣବ ଚକ୍ରବର୍ତ୍ତୀ

Two minors drowned in the river. The bodies were recovered from the Patali river in the Nandapur block of Koraput district...

ପୁଣି ବଢ଼ିବ କି ଲକ୍ଡ଼ାଉନ୍‌ ? ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ ମଧ୍ୟ ଆଗକୁ ରହିଛି ବଡ଼ ବିପଦ

ଶାଳଗ୍ରାମର ଉତ୍ପତ୍ତି ଏବଂ ଏହାର ଆଧ୍ୟାତ୍ମିକ ତତ୍ତ୍ଵ