ସମାଜରେ ପ୍ରଣାମର ଆବଶ୍ୟକତା - ଏକ ପୁରାଣ କଥା

ଦ୍ୱାପର ଯୁଗର କଥା, ମହାଭାରତ ଯୁଦ୍ଧ ଚାଲିଥାଏ - ଦିନେ ଦୁର୍ଯ୍ୟୋଧନ କଥାରେ ଆହତ ହୋଇ ପିତାମହ ଭୀଷ୍ମ ପ୍ରତିଜ୍ଞା କରିଦେଲେ ଯେ - “ମୁଁ ଗଙ୍ଗା ପୁତ୍ର ଭୀଷ୍ମ ପ୍ରତିଜ୍ଞା କରୁଛି ଯେ କାଲି ଯୁଦ୍ଧରେ ମୁଁ ପାଣ୍ଡବଙ୍କୁ ବଧ କରିଦେବି” । ଏହି ପ୍ରତିଜ୍ଞା ଶୁଣି ପାଣ୍ଡବଙ୍କ ଶିବିରରେ ଭାଳେଣି ପଡିଗଲା ।ପିତାମହ ଭୀଷ୍ମଙ୍କ ଶକ୍ତି ବିଷୟରେ ସମସ୍ତଙ୍କୁ ଜଣା, ସେଥିପାଇଁ ସମସ୍ତ ପାଣ୍ଡବ ଚିନ୍ତିତ ହୋଇଗଲେ । ଠିକ୍ ସେତିକିବେଳେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଲେ, "ଏବେ ମୋ ସହିତ ଆସ" ।
ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ନେଇ ସିଧା ପିତାମହ ଭୀଷ୍ମଙ୍କ ଶିବିରରେ ପହଞ୍ଚିଗଲେ । ଏବଂ ଶିବିର ବାହାରେ ଛିଡ଼ା ହୋଇ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଲେ, "ଭିତରକୁ ଯାଇ ପିତାମହ ଭୀଷ୍ମଙ୍କୁ ପ୍ରଣାମ କର" ।
ଦ୍ରୌପଦୀ ଭିତରକୁ ଯାଇ ପିତାମହ ଭୀଷ୍ମଙ୍କୁ ପ୍ରଣାମ କରିବା କ୍ଷଣି ଭୀଷ୍ମ ହାତ ଉପରକୁ ଟେକି "ଅଖଣ୍ଡ ସୌଭାଗ୍ୟବତୀ ଭଵ" କହି ଆଶୀର୍ବାଦ ଦେଲେ, ପୁଣି ସେ ଦ୍ରୌପଦୀଙ୍କୁ ପଚାରିଲେ - "ବତ୍ସ, ତୁମ୍ଭେ ଏତେ ରାତ୍ରରେ ଏକୁଟିଆ ଏଠିକୁ କିପରି ଆସିଲ, କଣ ଶ୍ରୀକୃଷ୍ଣ ତୁମ୍ଭକୁ ଏଠାକୁ ନେଇ ଆସିଛନ୍ତି ?"

ଦ୍ରୌପଦୀ କହିଲେ -
"ହଁ, ସେ କକ୍ଷ ବାହାରେ ଅଛନ୍ତି"

ତାପରେ ଭୀଷ୍ମ ବି କକ୍ଷ ବାହାରକୁ ଆସିଗଲେ ଏବଂ ଉଭୟ ଉଭୟଙ୍କୁ ପ୍ରଣାମ କଲେ ।

ଭୀଷ୍ମ କହିଲେ -
"ମୋର ଏକ ପ୍ରତିଜ୍ଞାକୁ ମୋର ହିଁ ଅନ୍ୟ ଏକ ପ୍ରତିଜ୍ଞା ଦ୍ଵାରା ଖଣ୍ଡନ କରିବାର କାର୍ଯ୍ୟ କେବଳ ଶ୍ରୀକୃଷ୍ଣ ହିଁ କରିପାରିବେ" !

ଶିବିରରୁ ଫେରିବା ବାଟରେ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ କହିଲେ -
"ପିତାମହ ଭୀଷ୍ମଙ୍କୁ ତୁମ୍ଭର ଏକ ପ୍ରଣାମ ଦ୍ବାରା ହିଁ ତୁମ୍ଭର ପତିଦେବ ମାନଙ୍କୁ ଜୀବନଦାନ ମିଳିଗଲା" ।

"ଯଦି ତୁମ୍ଭେ ଏହିପରି ପ୍ରତ୍ୟେକ ଦିନ ଭୀଷ୍ମ, ଧୃତରାଷ୍ଟ୍ର, ଦ୍ରୋଣାଚାର୍ଯ୍ୟ, ଆଦି ଗୁରୁଜନଙ୍କୁ ପ୍ରଣାମ କରିଥାନ୍ତ ତେବେ ହୁଏତ ଦୁର୍ଯ୍ୟୋଧନ, ଦୁଃଶାସନ, ଆଦି କୌରବଙ୍କ ପତ୍ନୀ ମାନେ ବି ପାଣ୍ଡବଙ୍କୁ ପ୍ରଣାମ କରିଥାନ୍ତେ, ତ ହୋଇପାରେ ଏହି ମହାଭାରତ ଯୁଦ୍ଧର ପରିସ୍ଥିତି ଆଜି ଉପୁଜି ନଥାନ୍ତା ।" 

ଏତେ ସବୁ କହିବାର ତାତ୍ପଜ୍ୟ ଏହିକି ଯେ;
ବର୍ତ୍ତମାନ ସମୟରେ ଆଜି ଆମ୍ଭ ପରିବାରରେ ଯେଉଁ ସବୁ ଏତେ ସମସ୍ୟା ଉପୁଜୁ ଥାଏ ତାହାର ମୂଳ କାରଣ ଏହି ଯେ -

"ଆମ୍ଭର ଅହଙ୍କାର, କାହା ପାଖରେ ମୁଣ୍ଡ ନୁଆଁଇ ନପାରିବାର ଅହଙ୍କାର ।"

ଅବା -

"ଜାଣ-ଅଜାଣତରେ ଅବା ଅହଙ୍କାରର ବଶୀଭୂତ ହୋଇ ପ୍ରାୟ ସମୟରେ ଘରର ଗୁରୁଜନ ମାନଙ୍କ ଉପେକ୍ଷା ହୋଇଯାଏ"

"ଯଦି ଘରର କନିଷ୍ଠ-କନିଷ୍ଠା ମାନେ ଗୁରୁଜନ ମାନଙ୍କୁ ପ୍ରତ୍ୟେକ ଦିନ ପ୍ରଣାମ କରି ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତି, ତେବେ ହୁଏତ ସଭିଙ୍କ ଘରେ କେବେ ବି କୌଣସି ସମସ୍ୟା, ଅଶାନ୍ତି, ବାଦ-ବିବାଦ ରୁହନ୍ତା ନାହିଁ"

"ନିବେଦନ 🙏 ସଭିଏଁ ଏହି ଆଚରଣକୁ ସୁନିଶ୍ଚିତ କରି ନିଜ କର୍ମରେ ନିୟମବଦ୍ଧ କରି ସଂସ୍କାରିତ ହୁଅନ୍ତି ତେବେ ହୁଏତ ଘର ସ୍ୱର୍ଗ ହୋଇଯାନ୍ତା ।"

କାରଣ -
୧) ପ୍ରଣାମ ହିଁ ପ୍ରେମ
୨) ପ୍ରଣାମ ହିଁ ଅନୁଶାସନ
୩) ପ୍ରଣାମ ହିଁ ଶୀତଳତା
୪) ପ୍ରଣାମ ହିଁ ଆଦର ସିଖାଏ
୫) ପ୍ରଣାମ ଦ୍ଵାରା ହିଁ ସୁବିଚାର ଆସେ
୬) ପ୍ରଣାମ ହିଁ ନଇଁବା ସିଖାଏ
୭) ପ୍ରଣାମ ହିଁ ଅହଙ୍କାର ଦମନ କରିଥାଏ
୮) ପ୍ରଣାମ ହିଁ କ୍ରୋଧ ଦମନ କରିଥାଏ
୯) ପ୍ରଣାମ ହିଁ ଶାଳୀନତା
୧୦) ପ୍ରଣାମ ହିଁ ସଂସ୍କାର
ପ୍ରଣାମ ହିଁ ଆମ୍ଭର ସନାତନ ସଂସ୍କୃତି 
ସନାତନ ସଂସ୍କୃତିକୁ ଧରି ରଖିବା ଆମର ମୌଳିକ କର୍ତ୍ତବ୍ୟ ଏବଂ ଧର୍ମ।

Comments

Popular posts from this blog

ହୃଦୟର ମଣିଷଟିଏ

Sanitizer instead of Polio drops

Global warming - The rising temperature of the earth will cause problems like living and food crisis.

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

Pharmacists take care of prisoners' health in jail! The training will begin in 30 prisons

Air pollution and the solution....

United Nations Human Rights Commission speaks on India's agriculture law

Humans are ashamed - In Surat, the dog was tied and dragged into the bike

Govt comes up with stricter norms for social media, OTT platforms...