ଆନନ୍ଦ ଏବଂ ଉହ୍ଲାସର ପର୍ବ "ରଜ"...

ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ଗୁଡିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଥିବାର ଲକ୍ଷ୍ୟ କରାଯାଏ । ଭାରତୀୟ ସଂସ୍କୃତିରେ ଅନେକ ଗୁଡ଼ିଏ ବିଶେଷତ୍ଵ ରହିଥାଏ । ଠିକ୍ ସେହିପରି ଓଡିଶାରେ ମଧ୍ୟ କିଛି ପର୍ବପର୍ବାଣୀ ର ମଧ୍ୟ ବିଶେଷତା ସମଗ୍ର ଭାରତ ବର୍ଷ ଏବଂ ସମଗ୍ର ବିଶ୍ଵରେ ତାହାର ପରିଚୟ ସୃଷ୍ଟି କରିଥାଏ ।ଏହିସବୁ ପର୍ବ ଭିତରୁ ରଜ ହେଉଛି ଏକ ଅନ୍ୟତମ ପର୍ବ । ଯାହାକି ନାରୀମାନଙ୍କ ସ୍ବାଧୀନତାର ବାର୍ତ୍ତା ବହନ କରିଥାଏ ।ଅନେକ କୁହନ୍ତି ଭାରତୀୟ ସଂସ୍କୃତିରେ ନାରୀକୁ ବିଶେଷ କିଛି ସ୍ଵାଧୀନତା ଦିଆଯାଇନାହିଁ । କିନ୍ତୁ ବାସ୍ତବରେ ଆମେ ଯଦି ଆମ ରୀତି, ନୀତି, ସଂସ୍କୃତି କୁ ଦେଖିବା ଏବଂ ଆମ ପୁରାଣ ଶାସ୍ତ୍ର କୁ ଅଧ୍ୟୟନ କରିବା ତେବେ ଯାଇ ଆମକୁ ଉଦ୍ଦବୋଧ ହେବ କି ଆମ ସଂସ୍କୃତି ଏବଂ ପରମ୍ପରା ଏଠି ପ୍ରତି କେତେ ଯତ୍ନଶୀଳ। ଭାରତୀୟ ପରମ୍ପରାରେ କେବଳ ନାରୀ ମାନେ ନୁହନ୍ତି ଏଠାରେ ସମସ୍ତଙ୍କୁ ସମ୍ମାନ ଭାବରେ ଦେଖାଯାଇଥାଏ । ହସ, ଖୁସି, ଗୀତ, ନାଚକୁ ଆମ ସଂସ୍କୃତି ସବୁବେଳେ ପ୍ରାଧାନ୍ୟ ଦେଇଆସିଛି । ସେଥିପାଇଁ ତ ଆଜି ଆମେ ଏହାକୁ କହୁଛେ ଆନନ୍ଦ-ଉହ୍ଲାସର ପର୍ବ "ରଜ" । ଯାହାକି ଆଜି ଓଡ଼ିଶାର ପୁରପଲ୍ଲୀରେ ଅତି ପ୍ରଚଳିତ ।
ରଜ ପର୍ବ ଆଷାଢ଼ ମାସରେ ପଡ଼େ । ଜ୍ୟେଷ୍ଠ ମାସ ଶେଷ ଦିନଠାରୁ ଆଷାଢ଼ ମାସ ଦ୍ବିତୀୟ ଦିନ ପର୍ଯ୍ୟନ୍ତ , ମାନେ ତିନିଦିନ ଧରି ରଜ ପର୍ବ ପାଳିତ ହୁଏ । ପ୍ରଥମ ଦିନକୁ ପହିଲି ରଜ , ଦ୍ବିତୀୟ ଦିନଟିକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନଟିକୁ ଭୂମିଦହନ କହନ୍ତି । ଘରେ ଘରେ ନାନାପ୍ରକାର ସୁସ୍ବାଦୁ ଖାଦ୍ୟ , ବିଭିନ୍ନ ପ୍ରକାରର ପିଠାପଣାର ଆୟୋଜନ କରାଯାଇଥାଏ । ସଜବାଜଦିନ ପୋଡ଼ପିଠା ପ୍ରସ୍ତୁତି ରଜପର୍ବର ବିଶେଷ ଆକର୍ଷଣ । ପହିଲି ରଜ ସକାଳୁ ଝିଅ ଓ ବୋହୂମାନେ ନିଜର ନିତ୍ୟକର୍ମ ସାରି ନୂତନବସ୍ତ୍ର ପରିଧାନ କରିଥାନ୍ତି । ଚନ୍ଦନ ଟିକା, ପାଦରେ ଅଳତା, ଚକ୍ଷୁରେ କଜଳ, ମୁଣ୍ଡରେ ଟିକିଲି ବା ସିନ୍ଦୂର ଟିପା ସେମାନଙ୍କ ଏକ ଆକର୍ଷଣ ସାଜିଥାଏ । ଏହି ପର୍ବରେ କୁମାରୀମାନେ ଖାଲି ପାଦରେ ଭୂମିରେ ନ ଚାଲିବା ହେଉଛି ଏକ ପାରମ୍ପାରିକ ବିଧି। ରଜରେ ଦୋଳିଖେଳ ଝିଅମାନଙ୍କର ବିଶେଷ ଆକର୍ଷଣ । ଝିଅମାନେ ଦୋଳି ଖେଳିବାକୁ ସତେ ଯେପରି ରଜପର୍ବକୁ ଅପେକ୍ଷା କରିଥାଆନ୍ତି । ପ୍ରତି ଗାଁର ଗଛମାନଙ୍କରେ ରଜଦୋଳି ଲାଗିଥାଏ । ଝିଅ ବୋହୁମାନେ ମନ ଆନନ୍ଦରେ ଗାଁ ଗାଁ ବୁଲି ଦୋଳି ଖେଳନ୍ତି । କେବଳ ଦୋଳି ଖେଳନ୍ତି ନାହିଁ ତାହା ସହିତ ମନ ଖୁସି କରି ସାଙ୍ଗ ମାନଙ୍କ ସହିତ ମିଶି କିଛି ପାରମ୍ପରିକ ରଜ ଗୀତ ମଧ୍ୟ ଗାଇଥାଆନ୍ତି । ଯଥା :- 
ବନସ୍ତେ ଡାକିଲା ଗଜ ,
ବରଷକେ ଥରେ ଆସିଛି ରଜ ,
ଆସିଛି ରଜ ଲୋ 
ଘେନି ନୂଆ ସଜବାଜ ।।


ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ
ଦିଶୁଥାଏ ଝଟଝଟ ।।

ବିଭିନ୍ନ ପିଠାପଣ , କ୍ରୀଡ଼ାକୌତୁକ , ମିଷ୍ଟାନ୍ନ ଭୋଜନ ଭକ୍ଷଣ ଓ ପାନ ଖାଇ ଆନନ୍ଦ ଉଲ୍ଲାସରେ ଝିଅମାନେ ସମୟ ଅତିବହିତ କରିଥାନ୍ତି । ସେହି ସମୟରେ ଘରର ସ୍ତ୍ରୀଲୋକମାନେ କିଛି କାମଧନ୍ଦା ନ କରି କ୍ରୀଡ଼ାକୌତୁକରେ ତିନିଦିନ ସମୟ ବିତାଇଥାନ୍ତି । ପୁଅମାନେ ପିଠାପଣା ଖାଇ ଆନନ୍ଦ ସହକାରେ ତାସ୍ , ପଶା , ବାଗୁଡ଼ି ଖେଳି ସମୟ ଅତିବାହିତ କରିଥାନ୍ତି ।

ତୃତୀୟ ଦିନ ବା ଭୂମିଦାହ ଦିବସଟି ବସୁମତୀଙ୍କର ବିଶ୍ରାମର ଦିନ ଅଟେ । ଏହି ଦିନ ମାଟିକୁ ଆଘାତ ଲାଗିଲା ଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ । ଚତୁର୍ଥ ଦିବସଟି ଠାକୁରାଣୀଙ୍କ ସ୍ନାନ ଦିବସ ରୂପେ ପାଳନ କରାଯାଏ । ଲୋକମାନେ ଘରେ ଠାକୁରାଣୀଙ୍କୁ ସ୍ନାନ କରାଇ ନୈବେଦ୍ୟ ଅର୍ପଣ କରନ୍ତି । ଘର ଅଗଣାରେ ହଳ , ଲଙ୍ଗଳ , ଶିଳପୁଆ ଇତ୍ୟାଦିକୁ ହଳଦିରେ ସ୍ନାନ କରାଇ ପୂଜା ଅର୍ଜନା କରାଯାଏ । ଏହିଠାରେ ରଜପର୍ବର ପରିସମାପ୍ତି ଘଟିଥାଏ । କିନ୍ତୁ ପରିସମାପ୍ତି ତ ଘଟିଯାଏ ହେଲେ ସମସ୍ତେ ଚାହିଁ ରହିଥାନ୍ତି ପରବର୍ଷ କୁ । 

ଲେଖକ - ସତ୍ୟବ୍ରତ ପାଣିଗ୍ରାହୀ

ଭଲ ଲାଗିଲେ ସାଙ୍ଗମାନଙ୍କୁ ସେୟାର କରନ୍ତୁ....


ଜରୁୀକାଳୀନ ସମୟରେ ରକ୍ତ ପାଇଁ ହଇରାଣ ହେଉଥିବା ଲୋକଙ୍କୁ ସାହାର୍ଯ୍ୟର ହାତ ବଢ଼ାନ୍ତୁ ଏବଂ ରକ୍ତ ଦାନ କରନ୍ତୁ...
ଆମ group ରେ join କରିବା ପାଇଁ କ୍ଲିକ୍ କରନ୍ତୁ 
👇👇👇👇👇



ଯଦି ଆପଣଙ୍କ ପାଖରେ କିଛି ଲେଖା କି କବିତା ରହିଛି ଏବଂ ଆପଣ ଚାହୁଁଛନ୍ତି କି ଏହି ବ୍ଲଗ୍ ରେ ଆପଣ ଲେଖା ପୋଷ୍ଟ୍ ହେଉ, ତେବେ ଆପଣ ମୋତେ ପଠେଇ ପାରିବେ...
WhatsApp No - 9861735570
ଆପଣ ନିଜ ନାମ ଏବଂ ପରିଚୟ ଲେଖିକି ପଠାନ୍ତୁ, ତାହା ନିଶ୍ଚିତଭାବେ ସ୍ଥାନିତ ହେବ....

Comments

Popular posts from this blog

ସମୟର ଚକ୍ରବ୍ୟୁହ

Water level in Rishiganga lake has reduced by half a feet, scientists still refuse any kind of danger

୦୯:o୪:୨୦୨୧: - ସାରା ବିଶ୍ଵର କରୋନା ସ୍ଥିତି ସହ ଭାରତ ଓ ଓଡ଼ିଶାର କରୋନା ସଂକ୍ରମଣର ଅପ୍-ଡେଟ୍....

ଓଡ଼ିଆ ଗୀତ - ଥୁଣ୍ଟା ବରଗଛ

ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟାରେ ଛୁଇଁବ ମୌସୁମୀ - ଆଜି ଠାରୁ ଲାଗି ରହିବ ଏହି ସବୁ ଜିଲ୍ଲାରେ ବର୍ଷା

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଦେହାନ୍ତ : - ପଢ଼ନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

ରାଜ୍ୟରେ ମଧ୍ୟ ଯୁକ୍ତ ଦୁଇ ପରିକ୍ଷା ବାତିଲ୍ - ଘୋଷଣା କଲେ ରାଜ୍ୟ ସରକାର

Actor Rajiv Kapoor passes away at 58

ଆସିଲା ନୂଆ କୋଭିଡ ଗାଇଡଲାଇନ