Posts

ମାସ୍କ ପିନ୍ଧିବାକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶ । କପଡ଼ା ମାସ୍କ ସଂକ୍ରମଣ ରୋକିବାରେ ହୋଇପାରେ ବିଫଳ

Image
ଓମିକ୍ରନ ମୁକାବିଲା ପାଇଁ ମାସ୍କ ପିନ୍ଧିବା ଉପରେ ବିଶେଷଜ୍ଞ ଗୁରୁତ୍ୱ ଦେଉଥିବାବେଳେ କିଭଳି ମାସ୍କ ପିନ୍ଧିବେ ତାକୁ ନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କହିଛନ୍ତି, କପଡ଼ା ମାସ୍କ ସଂକ୍ରମଣ ରୋକିବାରେ ହୋଇପାରେ ବିଫଳ । ତେଣୁ ଡବଲ ମାସ୍କ ବ୍ୟବହାର ଓ ଉପଯୁକ୍ତ ଭାବେ ପିନ୍ଧିବା ଆବଶ୍ୟକ । ଏନ-୯୫ କିମ୍ବା କେଏନ-୯୫ ମାସ୍କ ସବୁଠୁ ଭଲ । ଓମିକ୍ରନ ଭୟ ଭିତରେ କେଉଁ ମାସ୍କ ପିନ୍ଧିବେ ଓ କିଭଳି ପିନ୍ଧିବେ ? କପଡା ମାସ୍କ ଆପଣଙ୍କ ପାଇଁ କେତେ ନିରାପଦ ? ଏନ-୯୫ ମାସ୍କ ବିପଦମୁକ୍ତ କି ? କରୋନାର ନୂଆ ଭାରିଏଂଟ ଓମିକ୍ରନ ବଢ଼ୁଥିବା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ହେଲେ କେଉଁ ମାସ୍କ ପିନ୍ଧିବେ ଓ କିପରି ପିନ୍ଧିବେ, ସେନେଇ ସଚେତନ ହେବା ଜରୁରୀ ହୋଇପଡିଛି । ବିଶେଷଜ୍ଞ ଡାକ୍ତର ବି ଏ ନେଇ ପରାମର୍ଶ ଦେଇଛନ୍ତି । ସେମାନଙ୍କ କହିବା କଥା ହେଲା, କପଡ଼ା ମାସ୍କ ଓମିକ୍ରନ ଭୂତାଣୁକୁ ରୋକିବାରେ ବିଫଳ ହୋଇପାରେ । ତେଣୁ ଡବଲ ମାସ୍କ ବା ୩ ଲେୟାର ମାସ୍କ ବ୍ୟବହାର ଜରୁରୀ । ଗୋଟିଏ ଲେୟାର ମାସ୍କ ବ୍ୟବହାର କଲେ ଭୂତାଣୁ ପ୍ରବେଶର ସମ୍ଭାବନା ଅଧିକ ଥାଏ । କରୋନା ଆସିବା ସମୟରେ ବିଶେଷଜ୍ଞମାନେ କପଡା ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏପରିକି ଏନ-୯୫ ମାସ୍କ ବ୍ୟବହାର ନ କରିବାକୁ ଅନେକ ବିଶେଷଜ୍ଞ କହିଥିଲେ । ଏବେ କିନ୍ତୁ ଓମିକ୍ରନ ଦ୍ରୁତଗତିର...

ବାତ୍ୟା ଜୱାଦ ଅପଡେଟ୍ - ପାରାଦୀପଠାରୁ ବାତ୍ୟା ଏବେ ୫୮୦ କିଲୋମିଟର ଦୂରରେ ରହିଥିବାବେଳେ, ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ ରହିଥିବା ସୂଚନା

Image
ବାତ୍ୟା ଜୱାଦ ଏବେ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି । ୫ ତାରିଖ ମଧ୍ୟାହ୍ନ ବେଳକୁ ଏହା ପୁରୀ ନିକଟରେ ଉପକୂଳ ଛୁଇଁପାରେ । ଏହାସହିତ ପାରାଦୀପଠାରୁ ବାତ୍ୟା ଏବେ ୫୮୦ କିଲୋମିଟର ଦୂରରେ ରହିଥିବାବେଳେ, ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ ରହିଛି । ଅନ୍ୟପଟେ ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଆଜି ମଧ୍ୟରାତ୍ରିରୁ ଦକ୍ଷିଣ ଓଡିଶାର ଜିଲ୍ଲାମାନଙ୍କରେ ବର୍ଷାର ପରିମାଣ ବଢିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ତା ସହିତ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷାହେବ । ତେବେ ଓଡିଶାର ସମସ୍ତ ମତ୍ସ୍ୟଜୀବୀ ଏବେ କୂଳକୁ ଫେରିଆସିଛନ୍ତି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀକୁ ବାରଣ କରାଯାଇଛି । ତେବେ ବାତ୍ୟା ମୁକାବିଲା ପାଇଁ ମୋଟ ୨୬୬ଟି ଟିମକୁ ପ୍ରସ୍ତୁତ କରାଯାଇଥିବାବେଳେ ସେଭିତରୁ ୨୪୭ଟି ଟିମକୁ ମୂତୟନ କରାଯାଇଛି । ଏବେ ୧୯ଟି ଟିମକୁ ରିଜର୍ଭରେ ରଖାଯାଇଥିବା ଏସଆରସି ସୂଚନା ଦେଇଛନ୍ତି । ଅନ୍ୟପଟେ ବାତ୍ୟା ସମ୍ଭାବନା କାରଣରୁ ଆସନ୍ତାକାଲି ପୁରୀ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପୁରୀରେ ବାତ୍ୟା ଜୱାଦ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆକଳନ କରାଯାଉଥିବାରୁ ଆସନ୍ତାକାଲି ଜିଲ୍ଲାରେ...

କମଳା ବିକାଳି ଏବଂ ପଦ୍ମଶ୍ରୀ ପୁରସ୍କାର ! ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ

Image
ବ୍ୟକ୍ତିର ବ୍ୟକ୍ତିତ୍ଵ ତାହାର ବୃତ୍ତିରୁ ଜଣାଯାଏନାହିଁ । ସେ ଗରିବ ବୃତ୍ତିରୁ ହୋଇପାରେ କିନ୍ତୁ ମାନସିକତାରେ ନୁହେଁ । କେବଳ ପରିଶ୍ରମ ଏବଂ ନିଷ୍ଠାର ଆବଶ୍ୟକତା ଜରୁରୀ ହୋଇଥାଏ । ଏ.ପି.ଜେ. ଅବ୍ଦୁଲ୍ କଲାମ୍ ଙ୍କ ଠାରୁ ଆରମ୍ଭ କରି ଆଜିର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଗରିବରୁ ଜଣେ ଜଣେ ଦିଗ୍ଗଜ ହୋଇପାରିଛନ୍ତ । ତେଣୁ ସବୁଠାରୁ ଶକ୍ତିଶାଳି ହେଉଛି ସମୟ । ଆଉ ଏହି କଥାକୁ ଏବେ ସତ କରି ଦେଖାଇଛନ୍ତି ଜଣେ ୬୪ ବର୍ଷୀୟ ବୃଦ୍ଧ । ସେ ନିଜେ ପାଠ ପଢିନଥିଲେ, ହେଲେ ଶିକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଜ ହାତରେ ଦେଇଛନ୍ତି ଏହି ସମ୍ମାନ । କର୍ଣ୍ଣାଟକର ହରେକାଲା ହଜ୍ଜବା ତାଙ୍କ ଅଞ୍ଚଳରେ ‘ଅକ୍ଷର ସନ୍ଥ’ ନାମରେ ବେଶ ଜଣାଶୁଣା । ତାଙ୍କ ଗାଁ ନାଁ ହେଉଛି ନ୍ୟୁପାଡାପୁ । ଯେଉଁଠି ସ୍ୱାଧୀନତାର ବହୁ ବର୍ଷ ପରେ ସ୍କୁଲଟିଏ ମଧ୍ୟ ଖୋଲିପାରିନଥିଲା । ଏହାର ଫଳସ୍ୱରୂପ ସ୍କୁଲ ଯାଇ ପାଠ ପଢିପାରିନଥିଲେ ହରେକାଲା । ପାଠ ନପଢିବା କାରଣରୁ ସେ ତାଙ୍କ ଅଞ୍ଚଳରେ ଗୋଟିଏ ଫଳ ଦୋକାନ ଖୋଲି ସେଠାରେ କମଳା ବିକ୍ରି କରୁଥିଲେ । ହେଲେ ଦିନେ କିଛି ବିଦେଶୀ ତାଙ୍କ ଫଳର ଦାମ ପଚାରିବାରୁ ସେ ଇଂରାଜୀରେ କହିପାରିନଥିଲେ । ଆଉ ଏହି କଥା ତାଙ୍କୁ ବହୁତ ଦୁଃଖ ଦେଇଥିଲା । ସେ ତାଙ୍କ କଷ୍ଟ ଅର୍ଜିତ...

ଏଥର ଦୁର୍ଗା ପୂଜାରେ ବାତ୍ୟା ଆଶଙ୍କା

Image
ଦୁର୍ଗାପୂଜା ବେଳେ ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା ! ସମୁଦ୍ରରେ ଅଧିକ ଦିନ ରହି ହେବ ଶକ୍ତିଶାଳୀ ! ଦୁର୍ଗାପୂଜା ପାଇଁ ସରକାରଙ୍କ କଟକଣା ପରେ ଏବେ ବାତ୍ୟା ସମ୍ପୂର୍ଣ୍ଣ ଫିକା କରିଦେଲା ପରି ଅନୁମେୟ ହେଉଛି ।  ଅକ୍ଟୋବରରେ ଓଡିଶାକୁ ବତ୍ୟା ଭୟ ଅଧିକ ରହିଥାଏ । ଏହା ପୂର୍ବରୁ ମହାବାତ୍ୟା ହୁଡହୁଡ, ଫାଇଲିନ, ତିତିଲି ବାତ୍ୟା ଅକ୍ଟୋବରରେ ଓଡିଶା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ପୁଣି ଚଳିତ ମାସ ୧୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପଟେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି ଏହି ଲଘୁଚାପ ସମୁଦ୍ରରେ ବାତ୍ୟାର ରୂପ ନେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ଅନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ ଅନୁସାରେ ଆସନ୍ତା ୧୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇ କ୍ରମେ ଅବପାତର ରୂପ ନେବ । ଏହାପରେ ସମୁଦ୍ରରେ ୪ରୁ ୫ ଦିନ ରହିବାର ସମ୍ଭାବନା ରହିଛି । ତେଣୁ ଏହି ବାତ୍ୟା ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗକୁ ପ୍ରବେଶ କରିବା ଆଶଙ୍କା କରାଯାଉଛି । ଏହା ପୂର୍ବରୁ ଓଡିଶାରେ ବ୍ୟାପକ ଧନଜୀବନ ନଷ୍ଟ କରିଥିବା ଅମ୍ଫାନ ବାତ୍ୟା ମଧ୍ୟ ସମୁଦ୍ରରେ ୫ ଦିନ ରହିବା ପରେ ସ୍ଥଳଭାଗ ମୁହାଁ...

ପୁଣି ସୃଷ୍ଟି ହେଲା ଲଘୁଚାପ - ୧୮ ରେ ସ୍ଥଳଭାଗ ଛୁଇଁବା ଆଶଙ୍କା

Image
ପୁଣି ସୃଷ୍ଟି ହୋଇଛି, ଆଉ ଏକ ଲଘୁଚାପ ବଳୟ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ପଶ୍ଚିମବଙ୍ଗ ଆଡେ ମୁହାଁଇବ । ଏହାର ପ୍ରଭାବରରେ ଆସନ୍ତାକାଲିଠାରୁ ପାଗ ମେଘୁଆ ରହିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ୧୮ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ତିନି ଦିନ ଅଧା ଓଡ଼ିଶାକୁ ଭିଜାଇବ ବୋଲି ଜଣାପଡ଼ିଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ୧୮ ତାରିଖରେ ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ । ସେହିପରି ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ବାଲେଶ୍ୱର. ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖରେ ଉତର-ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାରେ ଅଧିକ ବର୍ଷିବ । ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ଦେବଗଡ ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ପୂର୍ବ ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ପବଳ ବର୍ଷା ମଧ୍ୟ ହୋଇଛି । ଛତିଶଗଡ ପାଇଁ ଓଡିଶାରେ ବନ୍ୟା ଆଶଙ୍କା ବଢି ଯାଇଛି । ସୂଚନା ଅନୁସାରେ ଛତିଶଗଡର କଲମା ବ୍ୟାରେଜରୁ ପାଣି ଛଡାଯାଇଛି । ଉପରମୁ...

ଆଫଗାନ୍ ପୋଲିସ ମୁଖ୍ୟଙ୍କୁ ନିର୍ମମ ଭାବରେ ହତ୍ୟା: ଆଖିରେ ପଟି ବାନ୍ଧି ଆଣ୍ଠେଇ ବସାଇବା ପରେ ଗୁଳି କଲା ତାଲିବାନ

Image
ଆଫଗାନିସ୍ତାନରେ ତାଲିବାନ କ୍ରୁରତାର ସବୁ ସୀମା ପାର କରିଦେଇଛି। କ୍ଷମତା ପାଇବା ପରେ ଦେଶର ଲୋକଙ୍କ ଉପରେ କରି ଚାଲିଛି ଅତ୍ୟାଚାର। ଏବେ ଆଫଗାନ ପୋଲିସ ମୁଖ୍ୟଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି ତାଲିବାନ । ତାଲିବାନର କମାଣ୍ଡୋ ବଦଗୀଶ ପ୍ରଦେଶରେ ପୋଲିସ ମୁଖ୍ୟ ହାଜି ମୁଲ୍ଲା ଅଚକଜଇଙ୍କୁ ଧରିବା ପରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ହତ୍ୟା କରିବା ସମୟର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ତେବେ ତାଲିବାନ ନିଜେ ଏ ସମ୍ପର୍କରେ କୌଣସି ବୟାନ ଜାରି କରିନି। ତାଲିବାନ ଆମେରିକା ସେନା ଓ ଅଶରଫ୍ ଗନି ସରକାରଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ଘର ଘର ଯାଇ ଖୋଜୁଛି। ଏବଂ ଧମକ ମଧ୍ୟ ଦେଇଛି । ‘ଦ ସନ୍‌’ର ରିପୋର୍ଟ ଅନୁସାରେ, ଆଫଗାନ୍ ସୁରକ୍ଷା ପରାମର୍ଶଦାତା ଓ ହାଜି ମୁଲ୍ଲା ଅଚକଜଇଙ୍କ ସାଙ୍ଗ ନାସିର ଓ୍ବଜିରି କହିଛନ୍ତି, ତାଲିବାନ ସମର୍ଥକଙ୍କ ପକ୍ଷରୁ ପୋଲିସ ମୁଖ୍ୟଙ୍କୁ ହତ୍ୟାର ଭିଡିଓ ଜାରି କରାଯାଇଛି। ଓ୍ବଜିରି ଅନ୍ୟ ପୋଲିସ ଅଧିକାରୀଙ୍କ ସହିତ ଭାଇରାଲ ହେଉଥିବା ଫୁଟେଜ୍ ଦେଇ କହିଛନ୍ତି, ତାଲିବାନ ପୋଲିସ ମୁଖ୍ୟ ଅଚକଜଇକୁ ହତ୍ୟା କରାଯାଇଥିଲା। ଗୁରୁବାର ରାତିରେ ସେ ତାଲିବାନ ସାମନାରେ ଆତ୍ମସପର୍ମଣ କରିଥିଲେ। ଶହୀଦ ପୋଲିସ ମୁଖ୍ୟଙ୍କ ବନ୍ଧୁ ନାସିର ଓ୍ବଜିରି କହିଛନ୍ତି, ଅଚକଜଇଙ୍କୁ ତାଲିବାନୀ କମାଣ୍ଡୋ ଘେରି ଯାଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ନିକଟରେ ସରେଣ୍ଡର କରିବା ଛଡା ଅନ୍ୟ କୌଣ...

୪୧ ବର୍ଷ ପରେ ଇତିହାସ ରଚିଲା 'ଭାରତୀୟ ହକି' - ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତର ଦମଦାର ବିଜୟ

Image
 ୪୧ ବର୍ଷ ପରେ ଇତିହାସ ରଚିଲା ଭାରତ ପୁରୁଷ ହକି ଟିମ୍ । ଜର୍ମାନୀକୁ ୫-୪ ଗୋଲରେ ହରାଇ ଦମଦାର ବିଜୟ ହାସଲ କରିଛି ଦଳ । ଦେଶ ପାଇଁ ହାତେଇଛି କାଂସ୍ୟ ପଦକ ଆଣିଛି ଦଳ । ପଦକ ପାଇଁ ଲଢେଇରେ ଭାରତର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଛନ୍ତି ସିମରନଜିତ୍ । ସେହିଭଳି ହରମନପ୍ରୀତ , ହାର୍ଦ୍ଦି , ରୁପିନ୍ଦର ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି । ଭାରତ ପାଖରେ ଜବାବ ଦେବାକୁ ସୁଯୋଗ ଥିଲେ ଅଳ୍ପକେ ଟିମ ହାତରୁ ଗୋଲ ଖସିଥିଲା । ଗୋଲ ବି କିଛି ସମୟ ପରେ ଲଗାତାର ଦୁଇଟି ଗୋଲ ଦେଇଥିଲେ ।ଏହାପରେ ପୁଣି ଭାରି ପଡିଥିଲା ଜର୍ମାନୀ । ସେ ବି ଲଗାତାର ଦୁଇଟି ଗୋଲ ଟକ୍କର ବରାବର କରିଥିଲେ । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଜମାନୀ ଉପରେ ଭାରି ପଡିଥିଲା । ଲଗାତାର ଦୁଇଟି ଗୋଲ ଦେଇ ୫-୪ ଗୋଲରେ ବିଜୟ ହାସଲ କରିଥିଲା । ପ୍ରଥମ ହାପରେ ସିମନରନ ଜିତ୍ ଜର୍ମାନୀକୁ କଡା ଟକର ଦେଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ରୁପିନ୍ଦର ଦଳ ପାଇଁ ଗୋଲ ଦେଇ ଦଳକୁ ବିଜୟ ଦେଇଥିଲେ । ଏହି ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିନଥିଲା । କିନ୍ତୁ ଲଗାତର ଭାବେ ଗୋଲ କରି ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ କିନ୍ତୁ ଜର୍ମାନୀ ଆଉ ୨ଟି ଗୋଲ୍ କରି ଭାରତ ଉପରେ ଚାପ ପକାଇଥିଲା । କିନ୍ତୁ ଭାରତ ୨ ମିନିଟରେ ୫-୩ରେ ଆଗୁଆ ରହିଥିଲା । ଭାରତୀୟ ଦଳ ମ୍ୟାଚ୍ ଜିତିବା ପରେ ଚାରିଆଡୁ ପ୍...